ଇ-ବାଣିଜ୍ୟ ସଂସ୍ଥା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍‌ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ ଅଭିଯୋଗ କରିବାର କୌଣସି ଆଇନଗତ ବ୍ୟବସ୍ଥା ନ ଥିଲା। ତେଣୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯କୁ ସୋମବାର କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଆଇନ ଇ-ବାଣିଜ୍ୟ କରୁଥିବା ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବ। ଉତ୍ପାଦର ମାନ ଖରାପ ହେବା କିମ୍ବା ଠକାମିର ଶିକାର ହେଉଥିବା ଲୋକମାନେ ଏହି ନୂତନ ଆଇନରେ ଲାଭ ପାଇପାରିବେ। ଏହି ଆଇନ ବଳରେ ଠକ ସଂସ୍ଥା ବିରୋଧରେ ଦଣ୍ଡବିଧାନ କରାଯାଇପାରିବ।
ଏହି ଆଇନରେ ଉପଭୋକ୍ତାମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବାକୁ ଉପଭୋକ୍ତା ସୁରକ୍ଷା ପରିଷଦ, ଉପଭୋକ୍ତା ବିବାଦ ରିଡ୍ରେସାଲ କମିଶନ, ଉତ୍ପାଦର ଗୁଣାବତ୍ତା , ଉତ୍ପାଦନକାରୀ ଏବଂ ବିକ୍ରେତାଙ୍କୁ ଦଣ୍ଡବିଧାନ କରିବା ବ୍ୟବସ୍ଥା ରହିଛି। ଏଥିସହିତ କେନ୍ଦ୍ର ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ସ୍ଥାପନ ହେବ। ଏହା ଉପଭୋକ୍ତାଙ୍କର ଅଧିକାର ଓ ସୁରକ୍ଷାକୁ ନିଶ୍ଚିତ କରିବ। ଏହି ସଂସ୍ଥା ଉପଭୋକ୍ତା ସୁରକ୍ଷା ଆଇନ ଅଧିକାରକୁ କ୍ଷୁଣ୍ଣ କରୁଥିବା ସଂସ୍ଥା ବିରୋଧରେ ତଦନ୍ତକରି ଦଣ୍ଡବିଧାନ କରିବ। ଏଥିସହିତ ଉତ୍ପାଦନକାରୀ, ବିକ୍ରେତା, ବିଜ୍ଞାପନଦାତାଙ୍କ ଉପରେ ମଧ୍ୟ ଏହି ନୂତନ ଆଇନ ଅଙ୍କୁଶ ଲଗାଇବ। କମିଶନଙ୍କ ନିକଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଭିଯୋଗ ପାଇଁ କୌଣସି ଆବେଦନ ଫି ଦେବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ରାଜ୍ୟରେ କଞ୍ଜୁମର ରିଡ୍ରେସାଲ କମିଶନ ସ୍ଥାପନ ହେବ। ରାଜ୍ୟ କମିଶନ କେନ୍ଦ୍ରୀୟ କମିଶନଙ୍କୁ ପ୍ରତି ୬ ମାସରେ କେତେକ ମାମଲା ଶୁଣାଣି ହୋଇ କେତେ ମାମଲା ଫଇସଲା କରାଯାଇଛି ଓ କେତେ ବାକି ପଡ଼ିଛି ସେ ନେଇ ରିପୋର୍ଟ ଦେବେ। ନୂତନ ଆଇନରେ କୋର୍ଟ ଯଦି କୌଣସି

ସଂସ୍ଥା ବେଆଇନ କରୁଥିବା ପ୍ରମାଣ ହୋଇଥିବ ତେବେ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସ ୨ ବର୍ଷ ପାଇଁ ଏବଂ ପୁଣି ଧରା ହେଲେ ସମ୍ପୂର୍ଣ୍ଣ ରଦ୍ଦ କରାଯିବାକୁ ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପରିଷଦରେ ଉପଦେଷ୍ଟା ମଣ୍ଡଳୀ ରହିବ। ସେଥିରେ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବା ବେଳେ ରାଜ୍ୟ ମନ୍ତ୍ରୀ ଉପାଧ୍ୟକ୍ଷ ଏବଂ ୩୪ ଜଣ ବିଭିନ୍ନ କ୍ଷେତ୍ରରୁ ସଦସ୍ୟ ରହିବେ।
ଏଠାରେ ଉଲ୍ଲେଖଯୋଗ୍ୟ
ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଉପଭୋକ୍ତା ସୁରକ୍ଷା ଆଇନ-୧୯୮୬ରେ ଖାଉଟିମାନେ ନ୍ୟାୟ ପାଇବାକୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଥିରେ ଇ-ବାଣିଜ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ସାମିଲ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri