ଇ-ବାଣିଜ୍ୟ ସଂସ୍ଥା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍‌ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ ଅଭିଯୋଗ କରିବାର କୌଣସି ଆଇନଗତ ବ୍ୟବସ୍ଥା ନ ଥିଲା। ତେଣୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯କୁ ସୋମବାର କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଆଇନ ଇ-ବାଣିଜ୍ୟ କରୁଥିବା ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବ। ଉତ୍ପାଦର ମାନ ଖରାପ ହେବା କିମ୍ବା ଠକାମିର ଶିକାର ହେଉଥିବା ଲୋକମାନେ ଏହି ନୂତନ ଆଇନରେ ଲାଭ ପାଇପାରିବେ। ଏହି ଆଇନ ବଳରେ ଠକ ସଂସ୍ଥା ବିରୋଧରେ ଦଣ୍ଡବିଧାନ କରାଯାଇପାରିବ।
ଏହି ଆଇନରେ ଉପଭୋକ୍ତାମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବାକୁ ଉପଭୋକ୍ତା ସୁରକ୍ଷା ପରିଷଦ, ଉପଭୋକ୍ତା ବିବାଦ ରିଡ୍ରେସାଲ କମିଶନ, ଉତ୍ପାଦର ଗୁଣାବତ୍ତା , ଉତ୍ପାଦନକାରୀ ଏବଂ ବିକ୍ରେତାଙ୍କୁ ଦଣ୍ଡବିଧାନ କରିବା ବ୍ୟବସ୍ଥା ରହିଛି। ଏଥିସହିତ କେନ୍ଦ୍ର ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ସ୍ଥାପନ ହେବ। ଏହା ଉପଭୋକ୍ତାଙ୍କର ଅଧିକାର ଓ ସୁରକ୍ଷାକୁ ନିଶ୍ଚିତ କରିବ। ଏହି ସଂସ୍ଥା ଉପଭୋକ୍ତା ସୁରକ୍ଷା ଆଇନ ଅଧିକାରକୁ କ୍ଷୁଣ୍ଣ କରୁଥିବା ସଂସ୍ଥା ବିରୋଧରେ ତଦନ୍ତକରି ଦଣ୍ଡବିଧାନ କରିବ। ଏଥିସହିତ ଉତ୍ପାଦନକାରୀ, ବିକ୍ରେତା, ବିଜ୍ଞାପନଦାତାଙ୍କ ଉପରେ ମଧ୍ୟ ଏହି ନୂତନ ଆଇନ ଅଙ୍କୁଶ ଲଗାଇବ। କମିଶନଙ୍କ ନିକଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଭିଯୋଗ ପାଇଁ କୌଣସି ଆବେଦନ ଫି ଦେବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ରାଜ୍ୟରେ କଞ୍ଜୁମର ରିଡ୍ରେସାଲ କମିଶନ ସ୍ଥାପନ ହେବ। ରାଜ୍ୟ କମିଶନ କେନ୍ଦ୍ରୀୟ କମିଶନଙ୍କୁ ପ୍ରତି ୬ ମାସରେ କେତେକ ମାମଲା ଶୁଣାଣି ହୋଇ କେତେ ମାମଲା ଫଇସଲା କରାଯାଇଛି ଓ କେତେ ବାକି ପଡ଼ିଛି ସେ ନେଇ ରିପୋର୍ଟ ଦେବେ। ନୂତନ ଆଇନରେ କୋର୍ଟ ଯଦି କୌଣସି

ସଂସ୍ଥା ବେଆଇନ କରୁଥିବା ପ୍ରମାଣ ହୋଇଥିବ ତେବେ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସ ୨ ବର୍ଷ ପାଇଁ ଏବଂ ପୁଣି ଧରା ହେଲେ ସମ୍ପୂର୍ଣ୍ଣ ରଦ୍ଦ କରାଯିବାକୁ ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପରିଷଦରେ ଉପଦେଷ୍ଟା ମଣ୍ଡଳୀ ରହିବ। ସେଥିରେ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବା ବେଳେ ରାଜ୍ୟ ମନ୍ତ୍ରୀ ଉପାଧ୍ୟକ୍ଷ ଏବଂ ୩୪ ଜଣ ବିଭିନ୍ନ କ୍ଷେତ୍ରରୁ ସଦସ୍ୟ ରହିବେ।
ଏଠାରେ ଉଲ୍ଲେଖଯୋଗ୍ୟ
ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଉପଭୋକ୍ତା ସୁରକ୍ଷା ଆଇନ-୧୯୮୬ରେ ଖାଉଟିମାନେ ନ୍ୟାୟ ପାଇବାକୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଥିରେ ଇ-ବାଣିଜ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ସାମିଲ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri