ବାଇକ ମୁହାଁମୁହିଁ: ୨ ମୃତ, ୨ ଗୁରୁତର

ପାରଳାଖେମୁଣ୍ଡି,୧୨।୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋସାଣି ବ୍ଲକର ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଆନ୍ଧ୍ରପ୍ରଦେଶ ମୁଳୁପୁଡି ଗ୍ରାମର ଟି. ହିରିସ (୪୦) ଓ ଚିନ୍ତାପାଲି ଗ୍ରାମର ତୁଳସୀ ଦାସ (୩୬)। ଗୁରୁତର ଗୋକନପୁରମ ଗ୍ରାମର ବି.ଲୋକେଶୁ (୨୦) ଓ ସୁଣ୍ଡିପୁଡି ଗ୍ରାମର ପି.ତୁଲୁସୀ ରାଓ (୩୬)ଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଗାରବନ୍ଧ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଜିଲା ଦେଇ ଆନ୍ଧ୍ର ଯାଉଥିବା ଏକ ବାଇକ ଓ ଆନ୍ଧ୍ରରୁ ଗାରବନ୍ଧ ପଟେ ଆସୁଥିବା ଅନ୍ୟ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲେ।