ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ ଉଷାଦେବୀଙ୍କୁ ପୂଜା ଉପାସନା ଆରମ୍ଭ କରିଥିଲେ। ତପତ୍ରେ ଉପନିଷଦ ଯୁଗ ଆରମ୍ଭ ହେଲା। ଋଷିମୁନିମାନେ ନିଜ ଅନ୍ତର ଭିତରେ ଈଶ୍ୱରଙ୍କୁ ଆବିଷ୍କାର କରିବାକୁ ଧ୍ୟାନ, ସମାଧି ମାର୍ଗ ଅନୁସରଣ କଲେ। ସେମାନେ ଜାଣିବାକୁ ପାଇଲେ ଚେତନା ହିଁ ଜୀବନ। ଏଥିରୁ ବେଦର ମହାମନ୍ତ୍ର ସୃଷ୍ଟି ହେଲା। ପ୍ରଜ୍ଞାନଂ ବ୍ରହ୍ମ ଏହା ‘ଅହଂ ବ୍ରହ୍ମାସ୍ମି’ ଓ ‘ଅୟମ୍‌ ଆତ୍ମା ବ୍ରହ୍ମ’। ‘ତତ୍ୱମସି’ ବା ‘ସେ ଓ ମୁଁ ଏକ’ ଶ୍ରୀଙ୍କର ମତ ଦେଇଛନ୍ତି। ‘ଜୀବ ବ୍ରହ୍ମୈବ ନାପରଃ’। ଏହାର ଗୂଢ଼ ଅର୍ଥ ଜୀବ ବ୍ରହ୍ମଠାରୁ ପୃଥକ୍‌ ନୁହେଁ। ପ୍ରଶ୍ନ ଆସେ ଏହି ଆତ୍ମା ବା ବ୍ରହ୍ମକୁ କ’ଣ ଦେଖିପାରିବା। ଆତ୍ମା ଇନ୍ଦ୍ରିୟାତୀତ। ଏହା ପରୀକ୍ଷଣ ଦ୍ୱାରା ସମ୍ଭବପର ନୁହେଁ ବରଂ ଅନୁଭୂତି ଦ୍ୱାରା ଉପଲବ୍ଧ ହୁଏ। ଏହା ସତ୍ୟ ଉପରେ ପ୍ରତିଷ୍ଠିତ। ଅନ୍ୟ ମୂଲ୍ୟବୋଧ ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ସହ ପରୋକ୍ଷ ଭାବେ ବ୍ରହ୍ମ ବା ଆତ୍ମା ଜଡ଼ିତ। ଗୋଟିଏ ପ୍ରତ୍ୟକ୍ଷ ଘଟଣା ଅନୁଧ୍ୟାନ କରିବା।
ଅଯୋଧ୍ୟାର ରାଣୀ କୈକେୟୀ ଭରତଙ୍କୁ ରାଜା କରିବାର ପ୍ରୟାସ କରିଥିଲେ। ମା’ ପକ୍ଷରେ ଏହା ସ୍ବାଭାବିକ, କିନ୍ତୁ ଅପରପକ୍ଷରେ ଭରତ ଶ୍ରୀରାମଙ୍କ ପଦାଙ୍କ ଅନୁସରଣ କରି ଏହାକୁ ପ୍ରତ୍ୟାଖ୍ୟାନ କଲେ। ସେ ଶ୍ରୀରାମଙ୍କୁ ନିଜର ପ୍ରଭୁ ବୋଲି ଚୟନକଲେ। ସେହିପରି ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶିପୁ ସମସ୍ତ ରାଜ୍ୟ ଏକ ସର୍ତ୍ତରେ ଦେବାକୁ କହିଲେ। ଶ୍ରୀନାରାୟଣଙ୍କ ଅପେକ୍ଷା ତାଙ୍କୁ ଶ୍ରେଷ୍ଠ ବୋଲି ମାନିବା ପାଇଁ ପରାମର୍ଶ ଦେଲେ। ସେ ଏଥିରେ ଅରାଜି ଓ ଅସମ୍ମତ ହେଲେ। ସେ ବହୁ ନିର୍ଯାତନା ସହିଲେ ଓ ଶ୍ରୀନାରାୟଣ ସମସ୍ତ ବିପଦରୁ ତାଙ୍କୁ ରକ୍ଷାକଲେ।
ଧ୍ରୁବ ସଂସାର କାମନା ବାସନା ତ୍ୟାଗକରି କେବଳ ଶ୍ରୀବିଷ୍ଣୁଙ୍କ ଶରଣାଗତ ହେଲେ। ସେହିପରି ଲଙ୍କାର ବିଭୀଷଣ ବଡ଼ଭାଇ ରାବଣର ପକ୍ଷ ନ ନେଇ ଶ୍ରୀରାମଙ୍କ ଶରଣାପନ୍ନ ହେଲେ। ଏସବୁ ପୁରୁଣା କଥା। ଏବେ ମଧ୍ୟ କଳିଯୁଗରେ ମୀରାବାଈ ନିଜ ସ୍ବାମୀ ରାଣଙ୍କ ବାରଣ ନ ମାନି କାହ୍ନାଙ୍କୁ ଜୀବନର ସର୍ବସ୍ବ ମାନିଥିଲେ। ଏମାନେ ସମସ୍ତେ ଈଶ୍ୱରଙ୍କ ସହ ଜୀବନ ଅତିବାହିତ କରିବାକୁ ଶ୍ରେୟସ୍କର ମନେକଲେ। ଦ୍ୱାପରରେ ଅର୍ଜୁନ ନାରାୟଣୀ ସେନା ପରିବର୍ତ୍ତେ ଅସ୍ତ୍ରବିହୀନ ଶ୍ରୀକୃଷ୍ଣଙ୍କୁ ନିଜ ପକ୍ଷରେ ଗ୍ରହଣ କଲେ। ପାଣ୍ଡବମାନେ ପ୍ରଥମେ ଈଶ୍ୱର, ଦ୍ୱିତୀୟରେ ରାଜ୍ୟ ପ୍ରଜାଗଣ ଓ ସର୍ବଶେଷରେ ନିଜର ସ୍ବାର୍ଥ ଉପରେ ଦୃଷ୍ଟିଦେଇଥିଲେ। ଗୋପୀମାନେ ମହର୍ଷି ନାରଦଙ୍କୁ ପାଦ ନ ଥିବା ଶ୍ରୀକୃଷ୍ଣଙ୍କ ଫଟୋଚିତ୍ର ଦେଖାଇଲେ। ଏହାର କାରଣ ପାଦ ଥିଲେ ସେ ହୁଏତ ଅନ୍ୟତ୍ର ଚାଲିଯିବେ ବୋଲି ଗୋପୀମାନେ କହିଲେ। ତେବେ ପ୍ରଭୁଙ୍କ ସହ ରହିବା ପାଇଁ ୩ଗୋଟି ସୋପାନ ଅଛି। ପ୍ରଥମେ ‘ମୁଁ ତୁମର’। ଦ୍ୱିତୀୟ ସ୍ତରରେ ‘ତୁମେ ମୋର’। ସେହିପରି ତୃତୀୟ ସ୍ତରରେ ‘ତୁମେ ଓ ମୁଁ ଏକା’। ଶେଷରେ ଜୀବ ଓ ବ୍ରହ୍ମର ମିଳନ ହୁଏ। ଈଶ୍ୱରଙ୍କ ପ୍ରିୟ ହେବାକୁ ଚେଷ୍ଟା କରିବା ପାଇଁ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର କହିଛନ୍ତି, ‘ମୁଁ ତୁମକୁ ଚାହେଁ – ଖାଲି ଚାହେଁ ମୁଁ ତୁମକୁ’ ଏକଥା ଧ୍ୱନିତ ହେଉ ଅନ୍ତରରେ ମୋର। ଅନ୍ୟ ଲେଖକମାନେ କହନ୍ତି, ‘ଆଉ କିଛି ନୁହେଁ, ଈଶ୍ୱରଙ୍କ ଆବଶ୍ୟକତା ଅଛି’। ସେହିପରି ଈଶ୍ୱରଙ୍କୁ ଏକାନ୍ତରେ ପ୍ରେମ କରିବା, ତୃତୀୟରେ କୌଣସି ଜ୍ଞାନ ନୁହେଁ ଈଶ୍ୱରଙ୍କ ଜ୍ଞାନ ଆବଶ୍ୟକ। ଶେଷରେ ଆଉ କିଛି ପ୍ରାପ୍ତି ନୁହେଁ, ଈଶ୍ୱରପ୍ରାପ୍ତି ହିଁ ଏକାନ୍ତ ଆବଶ୍ୟକ। ଏକଦା କେତେଜଣ ଆମେରିକୀୟ ନାଗରିକ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍‌ଙ୍କୁ କହିଲେ, ଈଶ୍ୱର ଆମ ପକ୍ଷରେ ଅଛନ୍ତି। ଆବ୍ରାହମ ଏହାର ଉତ୍ତରରେ କହିଲେ, ”ଆମ୍ଭେମାନେ ଈଶ୍ୱରଙ୍କ ପକ୍ଷରେ ଅଛନ୍ତି ତ? ଭଗବାନଙ୍କ ସହ ବସବାସ ପାଇଁ ଆଜ୍ଞାଧୀନତା ଦରକାର।“ ଏହାକୁ ସତ୍ୟସାଇ ବାବା କହନ୍ତି, ”ମୁନିବର ଆଦେଶ ମାନ।“ ଏହାକୁ ଉପଲବ୍ଧି କରିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ଈଶ୍ୱରଙ୍କୁ ସ୍ମରଣ କରାଯାଉ ଓ ପ୍ରତ୍ୟେକ ମିନିଟ୍‌ ପ୍ରାର୍ଥନା ଚାଲୁରହୁ ଓ ସଦାସର୍ବଦା ତାଙ୍କ ନିକଟରେ ସମର୍ପଣ ଭାବ ଜାଗ୍ରତ ହେଉ। ଏହି ପଥ ହିଁ ଶ୍ରେଷ୍ଠ। ଜୀବନକୁ ଶ୍ରୀଚରଣରେ ଶ୍ରୀରାଧାଙ୍କ ପରି ଅର୍ପଣ କରିଦିଅ। ଈଶ୍ୱରଙ୍କ ମଧ୍ୟରେ ସଚରାଚର ଜଗତ ଓ ନିଜ ଅନ୍ତର ମଧ୍ୟରେ ତାଙ୍କୁ ଦର୍ଶନ କରିବାକୁ ଉପନିଷଦ ଓ ଗୀତା କହିଥାଏ।
ଅଲିଶା ବଜାର, କଟକ
ମୋ: ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri