ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ ଉଷାଦେବୀଙ୍କୁ ପୂଜା ଉପାସନା ଆରମ୍ଭ କରିଥିଲେ। ତପତ୍ରେ ଉପନିଷଦ ଯୁଗ ଆରମ୍ଭ ହେଲା। ଋଷିମୁନିମାନେ ନିଜ ଅନ୍ତର ଭିତରେ ଈଶ୍ୱରଙ୍କୁ ଆବିଷ୍କାର କରିବାକୁ ଧ୍ୟାନ, ସମାଧି ମାର୍ଗ ଅନୁସରଣ କଲେ। ସେମାନେ ଜାଣିବାକୁ ପାଇଲେ ଚେତନା ହିଁ ଜୀବନ। ଏଥିରୁ ବେଦର ମହାମନ୍ତ୍ର ସୃଷ୍ଟି ହେଲା। ପ୍ରଜ୍ଞାନଂ ବ୍ରହ୍ମ ଏହା ‘ଅହଂ ବ୍ରହ୍ମାସ୍ମି’ ଓ ‘ଅୟମ୍‌ ଆତ୍ମା ବ୍ରହ୍ମ’। ‘ତତ୍ୱମସି’ ବା ‘ସେ ଓ ମୁଁ ଏକ’ ଶ୍ରୀଙ୍କର ମତ ଦେଇଛନ୍ତି। ‘ଜୀବ ବ୍ରହ୍ମୈବ ନାପରଃ’। ଏହାର ଗୂଢ଼ ଅର୍ଥ ଜୀବ ବ୍ରହ୍ମଠାରୁ ପୃଥକ୍‌ ନୁହେଁ। ପ୍ରଶ୍ନ ଆସେ ଏହି ଆତ୍ମା ବା ବ୍ରହ୍ମକୁ କ’ଣ ଦେଖିପାରିବା। ଆତ୍ମା ଇନ୍ଦ୍ରିୟାତୀତ। ଏହା ପରୀକ୍ଷଣ ଦ୍ୱାରା ସମ୍ଭବପର ନୁହେଁ ବରଂ ଅନୁଭୂତି ଦ୍ୱାରା ଉପଲବ୍ଧ ହୁଏ। ଏହା ସତ୍ୟ ଉପରେ ପ୍ରତିଷ୍ଠିତ। ଅନ୍ୟ ମୂଲ୍ୟବୋଧ ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ସହ ପରୋକ୍ଷ ଭାବେ ବ୍ରହ୍ମ ବା ଆତ୍ମା ଜଡ଼ିତ। ଗୋଟିଏ ପ୍ରତ୍ୟକ୍ଷ ଘଟଣା ଅନୁଧ୍ୟାନ କରିବା।
ଅଯୋଧ୍ୟାର ରାଣୀ କୈକେୟୀ ଭରତଙ୍କୁ ରାଜା କରିବାର ପ୍ରୟାସ କରିଥିଲେ। ମା’ ପକ୍ଷରେ ଏହା ସ୍ବାଭାବିକ, କିନ୍ତୁ ଅପରପକ୍ଷରେ ଭରତ ଶ୍ରୀରାମଙ୍କ ପଦାଙ୍କ ଅନୁସରଣ କରି ଏହାକୁ ପ୍ରତ୍ୟାଖ୍ୟାନ କଲେ। ସେ ଶ୍ରୀରାମଙ୍କୁ ନିଜର ପ୍ରଭୁ ବୋଲି ଚୟନକଲେ। ସେହିପରି ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶିପୁ ସମସ୍ତ ରାଜ୍ୟ ଏକ ସର୍ତ୍ତରେ ଦେବାକୁ କହିଲେ। ଶ୍ରୀନାରାୟଣଙ୍କ ଅପେକ୍ଷା ତାଙ୍କୁ ଶ୍ରେଷ୍ଠ ବୋଲି ମାନିବା ପାଇଁ ପରାମର୍ଶ ଦେଲେ। ସେ ଏଥିରେ ଅରାଜି ଓ ଅସମ୍ମତ ହେଲେ। ସେ ବହୁ ନିର୍ଯାତନା ସହିଲେ ଓ ଶ୍ରୀନାରାୟଣ ସମସ୍ତ ବିପଦରୁ ତାଙ୍କୁ ରକ୍ଷାକଲେ।
ଧ୍ରୁବ ସଂସାର କାମନା ବାସନା ତ୍ୟାଗକରି କେବଳ ଶ୍ରୀବିଷ୍ଣୁଙ୍କ ଶରଣାଗତ ହେଲେ। ସେହିପରି ଲଙ୍କାର ବିଭୀଷଣ ବଡ଼ଭାଇ ରାବଣର ପକ୍ଷ ନ ନେଇ ଶ୍ରୀରାମଙ୍କ ଶରଣାପନ୍ନ ହେଲେ। ଏସବୁ ପୁରୁଣା କଥା। ଏବେ ମଧ୍ୟ କଳିଯୁଗରେ ମୀରାବାଈ ନିଜ ସ୍ବାମୀ ରାଣଙ୍କ ବାରଣ ନ ମାନି କାହ୍ନାଙ୍କୁ ଜୀବନର ସର୍ବସ୍ବ ମାନିଥିଲେ। ଏମାନେ ସମସ୍ତେ ଈଶ୍ୱରଙ୍କ ସହ ଜୀବନ ଅତିବାହିତ କରିବାକୁ ଶ୍ରେୟସ୍କର ମନେକଲେ। ଦ୍ୱାପରରେ ଅର୍ଜୁନ ନାରାୟଣୀ ସେନା ପରିବର୍ତ୍ତେ ଅସ୍ତ୍ରବିହୀନ ଶ୍ରୀକୃଷ୍ଣଙ୍କୁ ନିଜ ପକ୍ଷରେ ଗ୍ରହଣ କଲେ। ପାଣ୍ଡବମାନେ ପ୍ରଥମେ ଈଶ୍ୱର, ଦ୍ୱିତୀୟରେ ରାଜ୍ୟ ପ୍ରଜାଗଣ ଓ ସର୍ବଶେଷରେ ନିଜର ସ୍ବାର୍ଥ ଉପରେ ଦୃଷ୍ଟିଦେଇଥିଲେ। ଗୋପୀମାନେ ମହର୍ଷି ନାରଦଙ୍କୁ ପାଦ ନ ଥିବା ଶ୍ରୀକୃଷ୍ଣଙ୍କ ଫଟୋଚିତ୍ର ଦେଖାଇଲେ। ଏହାର କାରଣ ପାଦ ଥିଲେ ସେ ହୁଏତ ଅନ୍ୟତ୍ର ଚାଲିଯିବେ ବୋଲି ଗୋପୀମାନେ କହିଲେ। ତେବେ ପ୍ରଭୁଙ୍କ ସହ ରହିବା ପାଇଁ ୩ଗୋଟି ସୋପାନ ଅଛି। ପ୍ରଥମେ ‘ମୁଁ ତୁମର’। ଦ୍ୱିତୀୟ ସ୍ତରରେ ‘ତୁମେ ମୋର’। ସେହିପରି ତୃତୀୟ ସ୍ତରରେ ‘ତୁମେ ଓ ମୁଁ ଏକା’। ଶେଷରେ ଜୀବ ଓ ବ୍ରହ୍ମର ମିଳନ ହୁଏ। ଈଶ୍ୱରଙ୍କ ପ୍ରିୟ ହେବାକୁ ଚେଷ୍ଟା କରିବା ପାଇଁ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର କହିଛନ୍ତି, ‘ମୁଁ ତୁମକୁ ଚାହେଁ – ଖାଲି ଚାହେଁ ମୁଁ ତୁମକୁ’ ଏକଥା ଧ୍ୱନିତ ହେଉ ଅନ୍ତରରେ ମୋର। ଅନ୍ୟ ଲେଖକମାନେ କହନ୍ତି, ‘ଆଉ କିଛି ନୁହେଁ, ଈଶ୍ୱରଙ୍କ ଆବଶ୍ୟକତା ଅଛି’। ସେହିପରି ଈଶ୍ୱରଙ୍କୁ ଏକାନ୍ତରେ ପ୍ରେମ କରିବା, ତୃତୀୟରେ କୌଣସି ଜ୍ଞାନ ନୁହେଁ ଈଶ୍ୱରଙ୍କ ଜ୍ଞାନ ଆବଶ୍ୟକ। ଶେଷରେ ଆଉ କିଛି ପ୍ରାପ୍ତି ନୁହେଁ, ଈଶ୍ୱରପ୍ରାପ୍ତି ହିଁ ଏକାନ୍ତ ଆବଶ୍ୟକ। ଏକଦା କେତେଜଣ ଆମେରିକୀୟ ନାଗରିକ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍‌ଙ୍କୁ କହିଲେ, ଈଶ୍ୱର ଆମ ପକ୍ଷରେ ଅଛନ୍ତି। ଆବ୍ରାହମ ଏହାର ଉତ୍ତରରେ କହିଲେ, ”ଆମ୍ଭେମାନେ ଈଶ୍ୱରଙ୍କ ପକ୍ଷରେ ଅଛନ୍ତି ତ? ଭଗବାନଙ୍କ ସହ ବସବାସ ପାଇଁ ଆଜ୍ଞାଧୀନତା ଦରକାର।“ ଏହାକୁ ସତ୍ୟସାଇ ବାବା କହନ୍ତି, ”ମୁନିବର ଆଦେଶ ମାନ।“ ଏହାକୁ ଉପଲବ୍ଧି କରିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ଈଶ୍ୱରଙ୍କୁ ସ୍ମରଣ କରାଯାଉ ଓ ପ୍ରତ୍ୟେକ ମିନିଟ୍‌ ପ୍ରାର୍ଥନା ଚାଲୁରହୁ ଓ ସଦାସର୍ବଦା ତାଙ୍କ ନିକଟରେ ସମର୍ପଣ ଭାବ ଜାଗ୍ରତ ହେଉ। ଏହି ପଥ ହିଁ ଶ୍ରେଷ୍ଠ। ଜୀବନକୁ ଶ୍ରୀଚରଣରେ ଶ୍ରୀରାଧାଙ୍କ ପରି ଅର୍ପଣ କରିଦିଅ। ଈଶ୍ୱରଙ୍କ ମଧ୍ୟରେ ସଚରାଚର ଜଗତ ଓ ନିଜ ଅନ୍ତର ମଧ୍ୟରେ ତାଙ୍କୁ ଦର୍ଶନ କରିବାକୁ ଉପନିଷଦ ଓ ଗୀତା କହିଥାଏ।
ଅଲିଶା ବଜାର, କଟକ
ମୋ: ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri