Categories: ଖେଳ

ଚେନ୍ନାଇକୁ ବଡ ଝଟ୍‌କା

ଦୁବାଇ,୨୧।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ଆଘାତ କାରଣରୁ ୩୭ ବର୍ଷୀୟ ବ୍ରାଭୋ ଅକ୍ଟୋବର ୧୭ରେ ଶାରଜାଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଶେଷ ଓଭର ବୋଲିଂ କରିବାରେ ଅସମର୍ଥ ହୋଇଥିଲେ। ଏହା ପରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରବିନ୍ଦ୍ର ଜାଡେଜାଙ୍କୁ ଶେଷ ଓଭର ବୋଲିଂ କରିବାକୁ ଦେଇଥିଲେ। ଏହି ଓଭରରେ ଜାଡେଜା ତିନିଟି ଛକା ଖାଇଥିଲେ ଏବଂ ଚେନ୍ନାଇ ମ୍ୟାଚ ହାରିଥିଲା। ଚଳିତ ଆଇପିଏଲ୍‌ରେ ଚେନ୍ନଇ ୧୦ଟି ମ୍ୟାଚ୍‌ ଖେଳି ୭ଟିରେ ପରାଜୟ ଲାଭ କରିଛି। ଦଳ ଏବେ ପଏଣ୍ଟ ଟେବୁଲ ଶେଷରେ ଅଛି।

Share