Posted inଫୁରସତ

ସେବାରେ ମନ

ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଗାଁର ୧୭ ବର୍ଷର ଯୁବକ ହେଲେ ସୁଦାମ ସାହୁ। ପିତା ଶଶିକାନ୍ତ ସାହୁ ଜଣେ କୃଷକ ଓ ମା’ ସବିତା ସାହୁ ଗୃହିଣୀ। ସୁଦାମ ଏବେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜରେ ଯୁକ୍ତ୨ (କଳା) ଦ୍ୱିତୀୟ ବର୍ଷର ଛାତ୍ର। ଭୁବନେଶ୍ୱର ଆସିବା ପୂର୍ବରୁ ସେ ଯେବେ ଗାଁରେ ରହି ପଢୁଥିଲେ, ସେବେ ନିଜ ପକେଟ୍‌ ମନିକୁ ସଞ୍ଚୟ କରି ଅନେକ ସମୟରେ ଅସହାୟ ଲୋକଙ୍କୁ ଖାଇବାକୁ ଦେବା, ଗରିବ ପିଲାଙ୍କୁ ବହିଖାତା ଆଦି ବାଣ୍ଟୁଥିଲେ। ଏଥିସହିତ ଗାଁର ସାଙ୍ଗସାଥୀଙ୍କୁ ଧରି ରାସ୍ତାଘାଟ ଓ ପୋଖରୀକୁ ସଫା କରିବା, ବୃକ୍ଷରୋପଣ ଆଦି ବି କରୁଥିଲେ। କେବଳ ସେତିକି ନୁହେଁ, ମହାଶିବରାତ୍ରି ଅବସରରେ ଆଖଣ୍ଡଳମଣି ପୀଠକୁ ସଫା କରିବା, କରୋନା ମହାମାରୀ ସମୟରେ ବିଭିନ୍ନ ଗ୍ରାମକୁ ଯାଇ ଖାଦ୍ୟ ବଣ୍ଟନ କରିବା କାର୍ଯ୍ୟ ମଧ୍ୟ ସେ କରିଥିଲେ। ସେଥିପାଇଁ ଗାଁରେ ତାଙ୍କୁ ସମସ୍ତେ ଖୁବ୍‌ ଭଲ ପାଉଥିଲେ। ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଆସିଲା ପରେ ବି ସେ ସମାଜସେବା କାର୍ଯ୍ୟକୁ ସେମିତି ଜାରି ରଖିଲେ। ଭୁବନେଶ୍ୱରରେ ଥିବା ସମ୍ରିଦ୍ଧି ସେବାଟ୍ରଷ୍ଟର ଜଣେ ସଦସ୍ୟ ହୋଇ ସେ ଏବେ ପ୍ରତି ରବିବାର ଦିନ ଏମ୍ସ ମେଡିକାଲକୁ ଯାଇ ସେଠାରେ ଅପେକ୍ଷାରତ ଥିବା ରୋଗୀମାନଙ୍କର ସମ୍ପର୍କୀୟଙ୍କୁ ବିନା ମୂଲ୍ୟରେ ଖାଦ୍ୟ ବଣ୍ଟନ କରିଥାନ୍ତି। ତା’ସହିତ ଗଗନ ବିହାରୀ ପାଇଟଲ ନାମକ ଜଣେ ବ୍ୟକ୍ତି; ଯିଏକି ଆଜକୁ ୩୫ ବର୍ଷ ହେବ ଅସହାୟ ଅଚିହ୍ନା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଆସୁଛନ୍ତି। ତାଙ୍କ ସହ ମିଶି ଏଇ କିଛିଦିନ ହେବ ସୁଦାମ ମଧ୍ୟ ପ୍ରାୟ ୭/୮ଟି ଶବଦାହ କରିସାରିଲେଣି। ଏଥିସହିତ ଗତବର୍ଷ ପୁରୀ ରଥଯାତ୍ରା ସମୟରେ ମହାବାହୁ ଗ୍ରୁପ, ଓଡିଶା ଟ୍ରଷ୍ଟର ସଦସ୍ୟମାନଙ୍କ ସହ ମିଶି ଭକ୍ତଙ୍କୁ ମାଗଣାରେ ଜଳବଣ୍ଟନ କରିବା କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇଥିଲେ। ତା’ସହିତ ଭକ୍ତଙ୍କ ଉପରେ ଜଳ ସିଞ୍ଚନ କରିବା, ଭିଡ ନିୟନ୍ତ୍ରଣ କରିବା ଏବଂ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସେବା ସମ୍ପର୍କିତ ଗାଡ଼ିକୁ ସଠିକ ମାର୍ଗରେ ନବାଆଣିବା କରିବା କାର୍ଯ୍ୟ ବି ସେ ସେଠାରେ କରିଥିଲେ। ଏବେ ବି ବିଭିନ୍ନ ପର୍ବପର୍ବାଣୀ ସମୟରେ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଗରିବ ଲୋକଙ୍କୁ ଖାଦ୍ୟ ଦେବା ସହ ପିଲାଙ୍କୁ ବହିପତ୍ର ଓ ପୋଷାକ ଆଦି ବାଣ୍ଟିଥାନ୍ତି। ଏପରିକି ନିଜ ଜନ୍ମଦିନରେ ମଧ୍ୟ ବିଭିନ୍ନ ଅନାଥାଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ସମୟ ବିତାଇବା, ସେମାନଙ୍କ ଭଲମନ୍ଦ କଥା ବୁଝିବାରେ ସେ ଖୁବ୍‌ ଆନନ୍ଦ ପାଇଥାନ୍ତି।
      କେବଳ ଭୁବନେଶ୍ୱରରେ କାହିଁକି ଏବେ ବି ଛୁଟିରେ ଯେବେ ସେ ଗାଁକୁ ଯାଆନ୍ତି, ଗାଁ ପିଲା ତଥା ସହପାଠୀଙ୍କୁ ଧରି ଗାଁ ସଫେଇ, ବୃକ୍ଷରୋପଣ, କୁମ୍ଭୀର ସଚେତନତା, ନିରକ୍ଷରଙ୍କୁ ସ୍ବାକ୍ଷର କରିବା କାର୍ଯ୍ୟରେ ସେ ଲାଗିପଡନ୍ତି। ଏପରିକି ନିଜ ଗାଁ ଏବଂ  ଆଖପାଖ ଗ୍ରାମର ନିଶାଗ୍ରସ୍ତ ଲୋକଙ୍କୁ ନିଶାମୁକ୍ତ ହେବାକୁ ମଧ୍ୟ ସେ ବୁଝାଇଥାନ୍ତି। ଯେହେତୁ ତାଙ୍କୁ ୧୮ ବର୍ଷ ବୟସ ହୋଇନି ସେଥିପାଇଁ ସିଏ ଏବେ ରକ୍ତଦାନ ପରି ମହାନ୍‌ କାର୍ଯ୍ୟରୁ ବଞ୍ଚତ୍ତ ଅଛନ୍ତି। ନିଜେ ସିନା ରକ୍ତଦାନ କରିପାରନ୍ତି ନାହିଁ, ହେଲେ ଯାହାର ଦରକାର ହୁଏ ସେ ତାଙ୍କର ବଡଭାଇମାନଙ୍କୁ ଅନୁରୋଧ କରି ରୋଗୀଙ୍କୁ ରକ୍ତ ଯୋଗାଇ ଦେଇଥାନ୍ତି। ଆସନ୍ତା ଅଗଷ୍ଟ ମାସରେ ତାଙ୍କୁ ୧୮ ବର୍ଷ ହୋଇଯିବା ପରେ ସିଏ ତାଙ୍କ ଜୀବନ କାଳ ଭିତରେ ଯେତେଥର ରକ୍ତଦାନ କରିହେବ ତାହା ସେ ନିଶ୍ଚୟ କରିବେ ବୋଲି ମନସ୍ଥ କରିଛନ୍ତି। ତେବେ ଏହି କିଛିଦିନ ହେବ, ସୁଦାମ ଆଉ ଏକ ମହନୀୟ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। କର୍କଟ ରୋଗ ଯୋଗୁ କେମୋ ନେଇ କେଶ ହରାଇଥିବା ବ୍ୟକ୍ତିଙ୍କୁ ସେ କେଶଦାନ କରିବାକୁ ନିଷ୍ପତି ନେଇଛନ୍ତି। ୟା’ଭିତରେ ସିଏ ଥରେ କେଶଦାନ ବି କରିସାରିଲେଣି।
ସୁଦାମଙ୍କର ଏହି ସମାଜ ସେବା ଗୁଣ ପାଇଁ ତାଙ୍କୁ ଶୁଭଚିନ୍ତକ ଚାରି ଟେବୁଲ ଟ୍ରଷ୍ଟ, ବହ୍ମପୁର ତରଫରୁ କର୍ମବୀର ସମ୍ମାନ,  ସମ୍ଭବ ଚାରିଟେବୁଲ ଟ୍ରଷ୍ଟ, ଛତିଆ ତରଫରୁ ରକ୍ତମିତ୍ର ସମ୍ମାନ, କେନ୍ଦ୍ରାପଡାର ଶ୍ରୀଜଗନ୍ନାଥ ଚାରିବୁଲ ଟ୍ରଷ୍ଟ ପକ୍ଷରୁ ଯୁବପ୍ରେରଣା ସମ୍ମାନ, କେନ୍ଦୁଝର ମଧ୍ୟବିତ୍ତ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ ପ୍ରଦାନ କରାଯାଇଛି ା ଏ ନେଇ ସୁଦାମ କୁହନ୍ତି, ”ଛୋଟବେଳୁ ମୋତେ ମୋ ବାପାମା’ ଗୋଟିଏ କଥା ଶିଖାଇଛନ୍ତି ମାନବ ସେବା ହିଁ ମାଧବ ସେବା। ତେଣୁ ସେବା ମନୋବୃତ୍ତିକୁ ମୁଁ ଜୀବନର ବ୍ରତ କରିନେଇଛି। ଏହି କାର୍ଯ୍ୟରେ ଗରିବ, ଅସହାୟଙ୍କର ଆଶୀର୍ବାଦ ମିଳୁଥିବାରୁ ମୋତେ ଖୁବ୍‌ ଶାନ୍ତି ଲାଗୁଛି। ତେଣୁ ସବୁବେଳେ ବାବା ଆଖଣ୍ଡଳମଣୀଙ୍କୁ ପ୍ରାର୍ଥନା କରୁଛି ଆଗକୁ ବି ଏହିଭଳି ସମାଜ ସେବା କାର୍ଯ୍ୟ କରିବାକୁ ସିଏ ମୋତେ ସହାୟ ହୁଅନ୍ତୁ।“
– ଦୀପ୍ତି ରଂଜନ ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri