ଗୃହରକ୍ଷୀଙ୍କ ବଢ଼ିଲା ଡ୍ୟୁଟି କଲ ଅପ୍‌ ଭତ୍ତା

ଭୁବନେଶ୍ୱର,୭।୮(ବ୍ୟୁରୋ):ରାଜ୍ୟସରକାର ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅପ୍‌ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି।  ଫଳରେ ଏହା ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବରୁ ଗୃହରକ୍ଷୀମାନଙ୍କ ମାସିକ ୯୦୦୦ ଟଙ୍କା ମିଳୁଥିଲା। ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି ।