Posted inଖେଳ

ବିବିସି ପୁରସ୍କାର ଦୌଡ଼ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୯ା୨(ପି.ଟି.)-ଚଳିତବର୍ଷର ବିବିିସି ‘ଇଣ୍ଡିଆନ୍‌ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିସ କରାଯାଇଛି। ତନ୍ମଧ୍ୟରେ ଏସିଆନ ଗେମ୍ସ ୧୦୦ମିଟର ରୌପ୍ୟ ବିଜୟିନୀ ଓଡ଼ିଶାର ଦୂତୀ ଚାନ୍ଦଙ୍କ ନାମ ରହିଛି। ଅନ୍ୟମାନେ ହେଲେ ଭାରତୀୟ ମହିଳା ହକି ଅଧିନାୟିକା ରାଣୀ ରାମପାଲ, ଚେସ୍‌ ତାରକା କୋନେରୁ ହମ୍ପି, ଶୁଟର ମନୁ ଭାକର, ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ରେସ୍‌ଲର ଭିିନେଶ ଫୋଗତ। ବିବିସି ‘ଇଣ୍ଡିଆନ୍‌ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର’ ଗତବର୍ଷଠାରୁ ଦିଆଯାଇ ଆସୁଛି। ୪୦ଜଣିଆ ଜୁରି ପ୍ୟାନେଲ ଖେଳାଳିମାନଙ୍କ ନାମ ସୁପାରିସ କରିଛନ୍ତି। ପବ୍ଲିକ ଭୋଟିଂ ଦ୍ୱାରା ବିଜେତା ବଛା ହେବେ। ପ୍ରଶଂସକମାନେ ସେମାନଙ୍କ ଫେଭରାଇଟ୍‌ ଷ୍ଟାରଙ୍କ ସପକ୍ଷରେ ଭୋଟ ଦେଇପାରିବେ। ବିବିସିି ପକ୍ଷରୁ ଏଥିଲାଗି ୬ଟି ଭାଷାର ପ୍ଲାଟଫର୍ମ ବ୍ୟବସ୍ଥା କରାଯାଇଛି। ଫେବୃୟାରୀ ୨୪ ପର୍ଯ୍ୟନ୍ତ ଭୋଟିଂ ଚାଲିବ। ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଆୟୋଜକଗଣ ଏଥର ‘ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର’ ଏକ ନୂଆ କାଟେଗୋରି ପ୍ରଚଳନ କରିଛନ୍ତି। ଭୋଟିଂ ପରିବର୍ତ୍ତେ ଜୁରି ବିଜେତାଙ୍କୁ ବାଛିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri