Categories: ଖେଳ

ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍‌)ରେ ଏକ ପୋଷ୍ଟ କରିଛନ୍ତି। ମୋ ବିଏମ୍‌ଡବ୍ଲୁ କାର୍‌ ବିକିବାକୁ ଚାହୁଁଛି। ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ କହିଛନ୍ତି। ମେସେଞ୍ଜରରେ ଏସ୍‌ଏମ୍‌ଏସ୍‌ କରିବେ ବୋଲି ଦୂତି ଲେଖିଛନ୍ତି।
ପୋଷ୍ଟଟି ଏବେ ଭାଇରାଲ ହେଉଥିବା ବେଳେ ସେ ନିଜର ସ୍ପୋଟ୍ସ ଟ୍ରେନିଂ ପାଇଁ ଟଙ୍କା ଦରକାର ଥିବାରୁ ଏଭଳି କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ନିଜର ପ୍ରିୟ କାର୍‌କୁ ବିକ୍ରି କରନ୍ତୁ ନାହିଁ ବୋଲି କହୁଥିବା ଦେଖାଯାଇଛି। ତେବେ କେହି କେହି ସାହାଯ୍ୟ କରିବାକୁ ଆଗକୁ ଆସିବେ ବୋଲି ମଧ୍ୟ କହୁଛନ୍ତି। ତେବେ ସରକାର ଏବେ କୋଭିଡ ପରିଚାଳନାରେ ବ୍ୟସ୍ତ ଥିବାରୁ ସେ ହଇରାଣ କରିବାକୁ ଚାହୁଁ ନ ଥିବା ଦୂତି କହିଛନ୍ତି।

ପ୍ରକାଶ ଯେ, ଦୌଡ଼ରାଣୀ ଦୂତି ୨୦୧୮ରେ ଏସିଆନ୍‌ ଗେମ୍ସରେ ଭାରତକୁ ଦୁଇଟି ରୋପ୍ୟ ପଦକ ଜିତାଇଥିଲେ। ଏହାକୁ ନେଇ ତାଙ୍କୁ ପ୍ରଶଂସା କରାଯାଇଥିଲା। ଏଥିସହ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ନିଜ ସମଲିଙ୍ଗୀ ସମ୍ପର୍କକୁ ସାଧାରଣରେ ଖୋଲାଖୋଲି ଭାବେ ସ୍ବିକାର କରିଥିଲେ। ଏବେ କରୋନାକୁ ନେଇ ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ମାନ୍ଦାବସ୍ଥା ମଥା ଟେକିଛି। ଏଥିରୁ ଦୂତି ବାଦ୍‌ ପଡ଼ି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Share