Categories: ଖେଳ

ପୁଣି ଅଲିମ୍ପିକ୍ସରେ ଦୌଡ଼ିବେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୩୦।୬: ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ମହିଳା ବିଭାଗର ଉଭୟ ୧୦୦ ମିଟର ଓ ୨୦୦ ମି. ଦୌଡ଼ ଇଭେଣ୍ଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଅଲିମ୍ପିକ୍ସ ପାଇଁ ଧାର୍ଯ୍ୟ କ୍ୱାଲିଫାଇଂ ଟାଇମିଂ ହାସଲ କରିବାରେ ବିଫଳ ହୋଇଥିବା ଓଡ଼ିଆ ଝିଅ ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ କୋଟାରେ ଯୋଗ୍ୟତା ହାସଲ କରିଛନ୍ତି।

୧୦୦ ମି.ରେ ବଳକା ଥିବା ୨୨ ଓ ୨୦୦ ମି. ଦୌଡ଼ରେ ଖାଲି ଥିବା ୧୫ଟି ପ୍ରତିଦ୍ୱନ୍ଦ୍ୱୀଙ୍କ ସ୍ଥାନ ବିଶ୍ୱ ର଼୍ୟାଙ୍କିଙ୍ଗ୍ସ ମାଧ୍ୟମରେ ପୂରଣ ହୋଇଛି। ବିଶ୍ୱର ୧୦୦ ମି. ଦୌଡ଼ରେ ଦୂତୀ ୪୪ତମ ର଼୍ୟାଙ୍କ ହାସଲ କରିଥିବା ବେଳେ ୨୦୦ ମି. ବର୍ଗରେ ୫୧ତମ ସ୍ଥାନରେ ଅଛନ୍ତି।

୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଦୂତୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ରେସରେ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ। ଚଳିତ ୬୦ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଚତୁର୍ଥ ସ୍ଥାନରେ ରହି ନିରାଶ ହୋଇଥିଲା ଦୂତୀ। ଗତ ସପ୍ତାହରେ ମହିଳା ୧୦୦ ମି. ଦୌଡ଼ରେ ଓଡ଼ିଆ ଧାବିକା ସୃଷ୍ଟି କରିଥିଲେ ନୂଆ ଜାତୀୟ ରେକର୍ଡ। ପଟିଆଲା ଠାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି (ଆଇଜିପି)ରେ ସେ ୧୧.୧୭ ସେକେଣ୍ଡ ଟାଇମିଂ ହାସଲ କରିଥିଲେ, ଯାହାକି ଅଲିମ୍ପିକ୍ସ କ୍ୱାଲିଫାଇଂ ଟାଇମିଂଠାରୁ ୦.୦୨ ସେକେଣ୍ଡ ଅଧିକ ଥିଲା।

Share