Categories: ଫୁରସତ

ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଦୌଡୁଛି ଡଷ୍ଟବିନ୍‌

ସାଧାରଣତଃ ଡଷ୍ଟବିନ୍‌ ଅଳିଆ ଆବର୍ଜନା ପକାଇବା ପାଇଁ କାର୍ଯ୍ୟରେ ଲାଗିଥାଏ। ମାତ୍ର ଲୋକେ ଏବେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ଯାହାକି ଏହା ଅନେକ କାମରେ ଆସୁଛି। ଜଣେ ଇଞ୍ଜିନିୟରିଂ ଛାତ୍ର ଏହା ଭିତରେ ଏକ ମେଶିନ୍‌ ଲଗାଇଛନ୍ତି। ଫଳରେ ଏହା ପ୍ରତିଘଣ୍ଟାରେ ୪୦ କିଲୋମିଟର ଦୌଡୁଛି।


ଇଂଲଣ୍ଡର ୨୮ ବର୍ଷୀୟ ଆଣ୍ଡି ଜେନିଙ୍ଗ୍‌ସ ନିଜ ଘରେ ଅଦରକାରୀ ହୋଇ ପଡ଼ିଥିବା ଡଷ୍ଟବିନ୍‌ ଭିତରେ ଏକ ମୋଟର ବାଇକ୍‌ ଇଞ୍ଜିନ୍‌ ଲଗାଇଛନ୍ତି। ଆଣ୍ଡିଙ୍କ ଡଷ୍ଟବିନ୍‌ ସବୁଠୁ ଫାଷ୍ଟ ଡଷ୍ଟବିନ୍‌। ଯାହାକି ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଅଧିକ ବେଗରେ ଗତିକରୁଛି। ଏହା ସାହାଯ୍ୟରେ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅନାୟସରେ ଯାତାୟାତ କରିପାରୁଛନ୍ତି। ଯେମିତି କି ଏକ ବାଇକ୍‌ ପରି ଏହି ଡଷ୍ଟବିନ୍‌ ଗତି କରୁଛି। ସେ ଏହାକୁ ନେଇ ଏକ ନୂଆ ରେକର୍ଡ କରିଛନ୍ତି।
ଆଣ୍ଡି କୁହନ୍ତି, ଯେଉଁଦିନ ସେ ଏହି ରେକର୍ଡ ସୃଷ୍ଟି କଲେ ସେହିଦିନ ଖୁସିରେ ତାଙ୍କ ପାଦ ତଳେ ଲାଗିଲାନି। ଏହି ରେକର୍ଡକୁ ସେ ତାଙ୍କ ବନ୍ଧୁ ବେନ୍‌ଙ୍କୁ ଉତ୍ସର୍ଗ କରିଛନ୍ତି। ଗତ ଜୁନ୍‌ରେ ତାଙ୍କ ବନ୍ଧୁଙ୍କ ନିଧନ ହୋଇଯାଇଛି।

Share