ଯାତ୍ରା ବେଳେ…

ପ୍ରତିଦିନର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବିରତି ନେଇ ନୂଆ ନୂଆ ସ୍ଥାନକୁ ବୁଲିଯିବାର ଆନନ୍ଦ ନେବାକୁ କିଏ ବା ନ ଚାହେଁ। ବିଶେଷକରି ଅଧିକାଂଶ ସମୟ ଘରେ ରହୁଥିବା ମହିଳାମାନେ ପରିବାର ସହ ଏହି ଖୁସିର ମୁହୂର୍ତ୍ତ ବିତେଇବାକୁ ଅପେକ୍ଷାକରି ରହିଥାନ୍ତି। ହେଲେ ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କଠାରେ ହଠାତ୍‌ ଦେହ ଖରାପ ଲାଗିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ଭଳି ସମସ୍ୟା ଅନେକଙ୍କୁ ଏଭଳି ଖୁସିରୁ ବଞ୍ଚତ୍ତ କରିଥାଏ। ତେବେ ଏହା ଏକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଯାହାକୁ ମୋସନ ସିକ୍‌ନେସ୍‌ ବୋଲି କୁହାଯାଏ। ଏହି ସମସ୍ୟା କେତେକଙ୍କ ଠାରେ ବଂଶଗତ ମଧ୍ୟ ହୋଇପାରେ। ହେଲେ ଏହାକୁ ଡରି କେଉଁଆଡ଼େ ନ ଯିବା କିମ୍ବା କଷ୍ଟରେ ଯାତ୍ରାକରି ବୁଲିବାର ମଜାକୁ ଏଞ୍ଜୟ ନ କରିବା ଏହାର ସମାଧାନ ନୁହେଁ। କେତେକ ଦିଗ ପ୍ରତି ଦୃଷ୍ଟିଦେଲେ ଏହି ସମସ୍ୟା ଦୂର କରାଯାଇପାରିବ…

ପେଟ ଖାଲି ଠିକ୍‌ ନୁହେଁ: ଖାଇବା ପରେ ଗାଡ଼ିରେ ବସିଲେ ବାନ୍ତି ହୁଏ, ଏଭଳି ଧାରଣା ଅନେକଙ୍କ ମନରେ ରହିଛି। ତେଣୁ କେଉଁ ଆଡ଼େ ଯିବା ପୂର୍ବରୁ ସେମାନେ ଖାଲିପେଟରେ ରହିଥାନ୍ତି। ହେଲେ ଆପଣ ଜାଣନ୍ତିକି ଖାଲି ପେଟରେ ରହିବା ଦ୍ୱାରା ଗ୍ୟାସ୍‌, ଏସିଡିଟି ହୋଇ ମୁଣ୍ଡ ବୁଲେଇବା ସହ ଅଧିକ ବାନ୍ତି ହୋଇଥାଏ। ତେଣୁ ଗାଡ଼ିରେ ଯାତ୍ରା କରିବା ପୂର୍ବରୁ କିଛି ଖାଇବା ଭଲ। ତେଲ ମସଲା, ଛଣାଛଣି ଭଳି ଖାଦ୍ୟ ଏ ସମୟରେ ନ ଖାଇ କିଛି ହାଲୁକା ଖାଦ୍ୟ, ଫଳ ଆଦି ଖାଇବା ଅବା ଜୁସ୍‌ ପିଇବା ଲାଭଦାୟକ।
ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ: ଅନେକ ମହିଳା ଗାଡ଼ିରେ ବାନ୍ତିହେବା ଭୟରେ ବାନ୍ତି ମେଡିସିନ୍‌ ଖାଇଦିଅନ୍ତି। ହେଲେ ଏହା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ। କାରଣ କେବେ କେବେ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିପାରେ। ତେଣୁ ଯଦି ମୋସନ ସିକ୍‌ନେସ୍‌ ସମସ୍ୟା ବେଶି ଥାଏ ତେବେ ଯାତ୍ରା ପୂର୍ବରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇନେବା ଭଲ।
ଆପଣାନ୍ତୁ ଘରୋଇ ଉପଚାର: ଗାଡ଼ିରେ ଯିବା ବେଳେ ପାଖରେ ଅଦା ଖଣ୍ଡ ଏବଂ ଲେମ୍ବୁ ରଖନ୍ତୁ। ବାନ୍ତି ଲାଗିବା ମାତ୍ରେ ଏହାକୁ ଖାଆନ୍ତୁ। ଏଥିରେ ଥିବା ଆଣ୍ଟିଏମିଟିକ୍‌ ଗୁଣ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଆଦି ଦୂର କରିବାରେ ସାହାଯ୍ୟ କରିଥାଏ। ମୋସନ ସିକ୍‌ନେସ୍‌ ଥିଲେ ଯାତ୍ରା ପୂର୍ବରୁ ଅଦା ଚା ପିଇବା ଲାଭଦାୟକ ହୋଇଥାଏ। ଅନେକଙ୍କ ଠାରେ ଗାଡ଼ିର ଧୂଆଁ, ପେଟ୍ରୋଲ, ଡିଜେଲ ଆଦିର ଗନ୍ଧ ମଧ୍ୟ ବାନ୍ତିର କାରଣ ସାଜିଥାଏ। ଏମିତିରେ ଲେମ୍ବୁ ଶୁଙ୍ଘିବା ଦ୍ୱାରା ବାନ୍ତି ହୋଇ ନ ଥାଏ।
ସିଧା ବସନ୍ତୁ: ଯାତ୍ରା ବେଳେ ବାନ୍ତି ନ ହେବା ଲାଗି ଆଗକୁ ମୁହଁ କରି ଆଗ କିମ୍ବା ମଝି ସିଟ୍‌ରେ ବସନ୍ତୁ। କାରଣ ଗାଡ଼ି ଭିତରେ ରାସ୍ତାର ବିପରୀତ ଦିଗକୁ ମୁହଁକରି କିମ୍ବା ବଡ଼ ଗାଡ଼ିର ପୂରା ପଛ ସିଟ୍‌ରେ ବସିଲେ ମୋସନ ସିକ୍‌ନେସ୍‌ ହୋଇ ବାନ୍ତି ହେବାର ଆଶଙ୍କା ବେଶି।
ଖୋଲା ପବନ ଭଲ: ଅନେକଙ୍କୁ ଗାଡ଼ି ଭିତରେ ଏସି ଲଗାଇ ବସିବା ଦ୍ୱାରା ବି ବାନ୍ତି ହୋଇଥାଏ, ଏମିତିରେ ଆପଣ କିଛି ସମୟ ଗ୍ଲାସ୍‌ ଖୋଲା ରଖିପାରିବେ। ବାହାର ଖୋଲା ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ବାନ୍ତିହୋଇ ନ ଥାଏ।
ଆପଣାନ୍ତୁ ମ୍ୟୁଜିକ୍‌ ଥେରାପି: ଗୀତରେ ଯାଦୁକରୀ ଶକ୍ତି ରହିଛି। ତେଣୁ ଏହାକୁ ମ୍ୟୁଜିକ୍‌ ଥେରାପି ଭଳି ବ୍ୟବହାର କରାଯାଏ। ଯଦି ଗାଡ଼ିରେ ବସିଲେ ବାନ୍ତି ହେଉଥାଏ ତେବେ ଏହି ସମସ୍ୟା ଦୂରକରିବା ଲାଗି ଭଲ ଗୀତ ଶୁଣନ୍ତୁ। ନିଜ ମନକୁ ଭୁଲାଇବା ଲାଗି ଏହା ସବୁଠୁ ଭଲ ମାଧ୍ୟମ। ଦେଖିବେ ଏହାଦ୍ୱାରା ଆପଣଙ୍କ ଧ୍ୟାନ ଗୀତ ଆଡକୁ ଯିବ ଏବଂ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଆଦି ସମସ୍ୟା ଦୂର ହୋଇଯିବ।
ପକାନ୍ତୁନି ପର୍‌ଫ୍ୟୁମ୍‌ : ଯଦି ଗାଡ଼ିରେ ବସିଲେ ବାନ୍ତି ହେଉଥାଏ ତେବେ ଯାତ୍ରା ସମୟରେ ଟାଇଟ୍‌ ବଦଳରେ ହାଲୁକା ଏବଂ ଢିଲା କଟନ ପୋଷାକ ପିନ୍ଧିବା ସବୁଠୁ ଭଲ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକ ସୁଗନ୍ଧଯୁକ୍ତ ପର୍‌ଫ୍ୟୁମ୍‌ କିମ୍ବା ଗାଡ଼ି ଭିତରେ କଡ଼ା ସୁଗନ୍ଧଯୁକ୍ତ ଏୟାର ଫ୍ରେସ୍‌ନର ପକାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri