ଟ୍ରେନିଂ ବେଳେ ଯବାନଙ୍କୁ କଚାଡ଼ିଲା ହାତୀ

ବାରଙ୍ଗ,୯।୪(ଡି.ଏନ୍‌.ଏ.): ଟ୍ରେନିଂ ବେଳେ ଚନ୍ଦକା ଜଙ୍ଗଲରେ ଶନିବାର ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୪ରୁ ଅଧିକ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଚନ୍ଦକା ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଟ୍ରେନିଂ ଚାଲିଥିଲା। ଏହି ସମୟରେ କିଛି ଜଙ୍ଗଲୀ ହାତୀ ଆସି ଯବାନମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୪ରୁ ଅଧିକ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ଯବାନମାନଙ୍କ ପରିଚୟ ମିଳିପାରିନାହିଁ ।