ଦେବଦାସର ଶୁଟିଂ ସମୟରେ ସତକୁ ସତ ମଦ ପିଉଥିଲେ ଶାହାରୁଖ, ମନା କରିବାରୁ…

ମୁମ୍ବାଇ: ୨୦୦୨ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ବ୍ଲକବଷ୍ଟର ବଲିଉଡ ମୁଭି ଦେବଦାସରେ ଶାହରୁଖ ଖାନ,ଐଶ୍ୱର୍ଯ୍ୟା ରାୟ ଏବଂ ମାଧୁରୀ ଦୀକ୍ଷିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ନଜର ଆସିଥିଲେ। ଏହି ଆଇକନିକ ମୁଭିରେ ଶାହାରୁଖ ଏମିତି ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ, ଯେତେବେଳେ ସେ ପ୍ରେମ ନ ପାଇ ମଦ୍ୟପାନରେ ବୁଡ଼ି ଯାଇଥିଲେ।

ଆପଣ ନିଶ୍ଚୟ ଦେଖିଥିବେ ଶାହରୁଖ ଖାନ ଫିଲ୍ମରେ ଅନେକ ଥର ମଦ୍ୟପାନ କରିଥିଲେ, ତାଙ୍କ ହାତରେ ମଦ ଥିଲା, ହେଲେ ଆପଣ ଜାଣିଛନ୍ତି କି ଶୁଟିଂ ସମୟରେ ଏସଆରକେ ପ୍ରକୃତରେ ମଦ୍ୟପାନ କରୁଥିଲେ। ହଁ, ଶାହରୁଖ ପ୍ରକୃତରେ ଦେବଦାସର ସେଟରେ ଶୁଟିଂ ସମୟରେ ରମ ପିଉଥିଲେ। ଏହା ତାଙ୍କ କୋ-ଷ୍ଟାରଙ୍କ ଦ୍ୱାରା ପ୍ରକାଶ ପାଇଛି।
ଦେବଦାସରେ ଧରମଦାସ ଭୂମିକାରେ ଅଭିନୟ କରିଥିବା ଟିକୁ ସୁଲତାନିଆ ଏକ ସାକ୍ଷାତକାରରେ ଫିଲ୍ମ ସହ ଜଡିତ ଏକ ମଜାଦାର ଘଟଣା ଶେୟାର କରିଛନ୍ତି। ଟିକୁ କହିଛନ୍ତି ଯେ ଶାହାରୁଖ ପ୍ରକୃତରେ ଫିଲ୍ମର ଦୃଶ୍ୟ ପାଇଁ ରମ ପିଉଥିଲେ, ଯାହାଫଳରେ ତାଙ୍କ ଚରିତ୍ର ବାସ୍ତବ ମନେ ହେଉଥିଲା। ଅଭିନେତାଙ୍କ ଅନୁଯାୟୀ,
ଆମେ ଅପରାହ୍ନରେ ଖରାଦିନେ ଗୁଳି ଚଳାଉଥିଲୁ ଏବଂ ସେ (ଶାହରୁଖ) ଗୋଟିଏ ପରେ ଗୋଟିଏ ରମ୍‌ର ଗୁଳି ଚଳାଉଥିଲେ। ମୁଁ କହିଲି, ତୁମେ କଣ କରୁଛ। ଆମକୁ କେବଳ ଅଭିନୟ କରିବାକୁ ପଡିବ। ଶାହରୁଖ କହିଲେ, ‘ସାର୍‌, ଅଭିନୟ କରାଯିବ। ହେଲେ ଆଖଇ ସାମ୍ନାରେ ଥିବା ମଦର ହେବ କ’ଣ। ତେବେ ଚରିତ୍ରକୁ ଜୀବନ୍ତ କରିବାକୁ ସେ ମଦ୍ୟପାନ କରିଥିବା ଅନେକ କହିଥିବା ବେଳେ ତାଙ୍କର ଏହି ଚରିତ୍ର ବି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।

Share