ବର୍ଷା ଋତୁରେ ଉପାନ୍ତ ଅଞ୍ଚଳବାସୀଙ୍କ ବଢ଼ିଛି ଚିନ୍ତା

କେନ୍ଦ୍ରାପଡ଼ା,୩୦ା୭(ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛିି ା ପ୍ରାକୃତିକ ବିପର୍ଯ୍ୟୟ ଭୟ ସଦାସର୍ବଦା ଲାଗି ରହୁଛି ା ତଟକ୍ଷୟ ଯୋଗୁ ସମୁଦ୍ର ପାଣି ଗ୍ରାମ ମଧ୍ୟକୁ ପଶିଆସିବା ଭୟ ରହୁଛି ା ରାଜନଗର ବ୍ଲକର ପେଣ୍ଠସ୍ଥିତ ଜିଓ ଟ୍ୟୁବୱାଲ ସୁରକ୍ଷିତ ନ ଥିବା ବେଳେ ଲୁଣା ତଟବନ୍ଧର ଆବଶ୍ୟକ ମରାମତି ହୋଇନାହିଁ ା ଗତ ୪୫ ଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି ା ପ୍ରତ୍ୟେକ ନଦୀ ଗାଧୁଆତୁଠରେ ସୁରକ୍ଷିତ ବାଡ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ା ସମୁଦ୍ର ତଟଠାରୁ ୧୦ କିଲୋମିଟର ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରାଗଲେ ବନ୍ୟା, ବାତ୍ୟା ଓ ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡ଼ା ଜିଲାକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ମତ ମିଳିଛିି ା
ଜିଓ ଟ୍ୟୁବ୍‌ୱାଲ ଅସୁରକ୍ଷିତ
ପ୍ରତିବର୍ଷ ବନ୍ୟାରେ କେନ୍ଦ୍ରାପଡ଼ା ଜିଲାର ୫୫ ଗ୍ରାମ ପ୍ରଭାବିତ ହେଉଛି ା ନଦୀବନ୍ଧ ନ ଥିବାରୁ ଏହି ଅଞ୍ଚଳ ବନ୍ୟା ଜଳ ଘେରରେ ରହୁଛି ା ବନ୍ୟା ପରି ସାମୁଦ୍ରିକ ଝଡ଼ ଓ ସୁନାମୀର ଆଶଙ୍କା ଅଛି ା ତେବେ ତଟବନ୍ଧ ମରାମତି ଅଦ୍ୟାବଧି ସରିନାହିଁ ା ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ପ୍ରକଳ୍ପ ୩୪ କୋଟି ଟଙ୍କା ବ୍ୟୟରେ ରାଜନଗର ବ୍ଲକ ପେଣ୍ଠଠାରେ ନିର୍ମାଣ ହୋଇଥିଲା ା ଏହି ଟ୍ୟୁବୱାଲ ଏବେ ସୁରକ୍ଷିତ ନାହିଁ ା ଗାବିୟନ ବକ୍ସରୁ ପଥରଗୁଡ଼ିକ ସମୁଦ୍ରକୁ ଭାସିଯାଇ ଏକ ଆତଙ୍କିତ ସ୍ଥିତି ସୃଷ୍ଟି କରିଛି ା ଜିଲାରେ ୪୮ କିମି ସମୁଦ୍ର ତଟ ଅଛି ା ଏହି ତଟାଞ୍ଚଳର ୫୬ ପ୍ରତିଶତ ଅଞ୍ଚଳରେ ଦ୍ରୁତ ତଟକ୍ଷୟ ହେଉଥିବା ସର୍ଭେ ରିପୋର୍ଟ ଦର୍ଶାଉଛି ା ଏହାର ନିରାକରଣ ହେଉ ନ ଥିବାରୁ ବର୍ଷାଋତୁ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଆତଙ୍କର କାରଣ ସାଜିଛି ା
– ସୁନୀଲ କୁମାର ଗନ୍ତାୟତ, ସାମାଜିକ କର୍ମୀ, ମହାକାଳପଡ଼ା
କୁମ୍ଭୀର ନେଲାଣି ୪ ଜୀବନ
ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ କୁମ୍ଭୀର ଏବେ ଆତଙ୍କ ବାତାବରଣ ସୃଷ୍ଟି କରିଛି ା ଗତ ୪୫ ଦିନ ମଧ୍ୟରେ ୪ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ା ଗତ ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହିର ଅମୂଲ୍ୟ ଦାସ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ ା ସେଠାରେ ତାଙ୍କୁ କୁମ୍ଭୀର ଟାଣିନେଲା ା ଅମୂଲ୍ୟଙ୍କ ମୁଣ୍ଡ ନଦୀରୁ ଶୁକ୍ରବାର ମିଳିଛି ା ଏହାପୂର୍ବରୁ ଏହି ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଗତ ପହିଲି ରଜ ଅର୍ଥାତ୍‌ ଜୁନ ୧୪ରେ ନିମପୁର ଗ୍ରାମର ୫ ବର୍ଷୀୟ ଆଶୁତୋଷ ଆଚାର୍ଯ୍ୟଙ୍କୁ କୁମ୍ଭୀର ନେଇଥିଲା। ସେହିପରି ବ୍ରାହ୍ମଣୀ ନଦୀରୁ ବାହାରିଥିବା ଏକ ନାଳ ନିକଟରେ ଥିବା ପୋଖରୀରେ ବାସନ ମାଜିବାକୁ ଯାଇଥିବା ହାତିଆଗଡି ଗ୍ରାମର ସୀତାରାଣୀ ଦାସଙ୍କୁ କୁମ୍ଭୀର ଟାଣି ନେଇଛି ା ଗତ ଜୁନ ୨୯ ତାରିଖରେ ଘାଘରାଡିଆ ଗ୍ରାମର ଗଙ୍ଗାଧର ତରାଇଙ୍କ ଜୀବନ କୁମ୍ଭୀର ଟାଣି ନେବାରୁ ଯାଇଛି ା ଗତ ଦେଢ଼ ମାସ ମଧ୍ୟରେ ବ୍ରାହ୍ମଣୀ ନଦୀରୁ ଗୋଟିଏ ୧୩ ଫୁଟର କୁମ୍ଭୀର ବନ ବିଭାଗ ଉଦ୍ଧାର କରିଥିବା ବେଳେ ରାଜନଗର ବ୍ଲକ ଭେକ୍ଟା ଗ୍ରାମର ଏକ ପୋଖରୀରୁ ୬ ଫୁଟର ଆଉ ଗୋଟିଏ କୁମ୍ଭୀର ଉଦ୍ଧାର ହୋଇଛି ା କୁମ୍ଭୀର ସହ ସାପ ଆତଙ୍କ ଆରମ୍ଭ ହୋଇଛି ା ନାଳ ବା ନଦୀର ଗାଧୁଆ ତୁଠରେ ତାରବାଡ ଦେବା, ଏହି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରିବା ଦାବିରେ ମହିଳା ମହାସଂଘ ପକ୍ଷରୁ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ଶୁକ୍ରବାର ପ୍ରଦାନ କରାଯାଇଛି ା
– ପ୍ରତାପ କୁମାର ପାଢ଼ୀ, ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?