ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍ଆଇ ଝୁନୁବାଳା ସାସମଲଙ୍କ ସହ ପୋଲିସ ଟିମ୍ ଓ ଅଭିଯୋଗକାରୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ
ଜଣଙ୍କୁ ଗିରଫ କରିଛି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ମଙ୍ଗଳବାର ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇ ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ୫ ଅଭିଯୁକ୍ତ ବିଶ୍ୱନାଥନଗର ଚାଞ୍ଚେଡ଼ାପଡ଼ିଆ ଅଞ୍ଚଳର ଡି.ଗୋବିନ୍ଦ ପାତ୍ର, ତାଙ୍କ ଭାଇ ଡି. ଘନ ପାତ୍ର, ଘନଙ୍କ ପୁଅ ଡି.ଶିବ ପାତ୍ର, ଡି.ଲକ୍ଷ୍ମୀ ପାତ୍ର, ଘନଙ୍କ ସ୍ତ୍ରୀ ଡି.ମମି ପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଆକ୍ରମଣ ବେଳେ ବ୍ୟବହାର କରିଥିବା ଠେଙ୍ଗା ଓ ବାଡ଼ିକୁ ପୋଲିସ ଜବତ କରିଛି।
ପ୍ରକାଶ ଯେ, ଡି.ମମତା ପାତ୍ରଙ୍କୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୭୮/୨୩ରେ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଝୁନୁବାଳା ଏହାର ତଦନ୍ତ ଭାର ନେଇଥିଲେ। ସେ ପୋଲିସ ଟିମ୍ ସହ ମମତାଙ୍କୁ ସାଙ୍ଗରେ ନେଇ ବିଶ୍ୱନାଥନଗର ଚାଞ୍ଚେଚଡ଼ାପଡ଼ିଆସ୍ଥିତ ମମତାଙ୍କ ଶ୍ୱଶୁର ଘରକୁ ତଦନ୍ତ ସହ ଯୌତୁକ ସାମଗ୍ରୀ ଜବତ କରିବାକୁ ଯାଇଥିଲେ। ତେବେ ଶ୍ୱଶୁର ଘର ଲୋକେ ସେଠାରେ ମମତାଙ୍କୁ ମାଡ଼ ମାରି ଡ୍ରେନରେ ପକାଇ ଦେଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯିବାରୁ ଏସ୍ଆଇ ଝୁନୁବାଳା ଏବଂ ତାଙ୍କର ଅନ୍ୟ ପୋଲିସ କର୍ମୀଙ୍କୁ ମଧ୍ୟ ସେମାନେ ଠେଙ୍ଗାରେ ପିଟିଥିଲେ। ତେବେ କୌଶଳକ୍ରମେ ମମତାଙ୍କୁ ରକ୍ଷା କରି ପୋଲିସ ଟିମ୍ ସେଠାରୁ ଖସି ଆସିଛି। ମମତାଙ୍କ ସହ ଏସ୍ଆଇ ଝୁନୁବାଳା ଓ ଅନ୍ୟ ପୋଲିସ କର୍ମୀ ଆହତ ହୋଇଥିଲେ। ଏନେଇ ପୋଲିସ ଏସଆଇ ଝୁନୁବାଳା ସୋମବାର ଗୋଷାଣିନୁଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୪୨ /୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ସଲମାନଙ୍କ ଫଟା ଜୋତାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…
ହାର୍ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍
ଓ୍ବାଶିଂଟନ୍,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
Archives

