ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍ଆଇ ଝୁନୁବାଳା ସାସମଲଙ୍କ ସହ ପୋଲିସ ଟିମ୍ ଓ ଅଭିଯୋଗକାରୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ
ଜଣଙ୍କୁ ଗିରଫ କରିଛି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ମଙ୍ଗଳବାର ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇ ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ୫ ଅଭିଯୁକ୍ତ ବିଶ୍ୱନାଥନଗର ଚାଞ୍ଚେଡ଼ାପଡ଼ିଆ ଅଞ୍ଚଳର ଡି.ଗୋବିନ୍ଦ ପାତ୍ର, ତାଙ୍କ ଭାଇ ଡି. ଘନ ପାତ୍ର, ଘନଙ୍କ ପୁଅ ଡି.ଶିବ ପାତ୍ର, ଡି.ଲକ୍ଷ୍ମୀ ପାତ୍ର, ଘନଙ୍କ ସ୍ତ୍ରୀ ଡି.ମମି ପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଆକ୍ରମଣ ବେଳେ ବ୍ୟବହାର କରିଥିବା ଠେଙ୍ଗା ଓ ବାଡ଼ିକୁ ପୋଲିସ ଜବତ କରିଛି।
ପ୍ରକାଶ ଯେ, ଡି.ମମତା ପାତ୍ରଙ୍କୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୭୮/୨୩ରେ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଝୁନୁବାଳା ଏହାର ତଦନ୍ତ ଭାର ନେଇଥିଲେ। ସେ ପୋଲିସ ଟିମ୍ ସହ ମମତାଙ୍କୁ ସାଙ୍ଗରେ ନେଇ ବିଶ୍ୱନାଥନଗର ଚାଞ୍ଚେଚଡ଼ାପଡ଼ିଆସ୍ଥିତ ମମତାଙ୍କ ଶ୍ୱଶୁର ଘରକୁ ତଦନ୍ତ ସହ ଯୌତୁକ ସାମଗ୍ରୀ ଜବତ କରିବାକୁ ଯାଇଥିଲେ। ତେବେ ଶ୍ୱଶୁର ଘର ଲୋକେ ସେଠାରେ ମମତାଙ୍କୁ ମାଡ଼ ମାରି ଡ୍ରେନରେ ପକାଇ ଦେଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯିବାରୁ ଏସ୍ଆଇ ଝୁନୁବାଳା ଏବଂ ତାଙ୍କର ଅନ୍ୟ ପୋଲିସ କର୍ମୀଙ୍କୁ ମଧ୍ୟ ସେମାନେ ଠେଙ୍ଗାରେ ପିଟିଥିଲେ। ତେବେ କୌଶଳକ୍ରମେ ମମତାଙ୍କୁ ରକ୍ଷା କରି ପୋଲିସ ଟିମ୍ ସେଠାରୁ ଖସି ଆସିଛି। ମମତାଙ୍କ ସହ ଏସ୍ଆଇ ଝୁନୁବାଳା ଓ ଅନ୍ୟ ପୋଲିସ କର୍ମୀ ଆହତ ହୋଇଥିଲେ। ଏନେଇ ପୋଲିସ ଏସଆଇ ଝୁନୁବାଳା ସୋମବାର ଗୋଷାଣିନୁଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୪୨ /୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ
ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...
ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ
ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...
ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...
ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...
ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା
ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...
Archives


