ଇଣ୍ଟରଭ୍ୟୁ ନେବାବେଳେ ଏଚ୍‌ଆର୍‌ଙ୍କ ଚାକିରି ଚାଲିଗଲା

ଓ୍ବାଶିଂଟନ୍‌,୨୯।୧: ବିଭିନ୍ନ ଆଇଟି କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ତେବେ ଏହି ସୂଚୀରୁ ଗୁଗଲ୍‌ ବାଦ୍‌ ପଡ଼ିନାହିଁ । କମ୍ପାନୀରୁ ଗୁଗଲ୍‌ ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ବାହାର କରିବା ନେଇ ଘୋଷଣା କରିଛି। ଗୁଗଲ୍‌ରେ ଏଚ୍‌ଆର୍‌ (ହ୍ୟୁମାନ ରିସେର୍ସେସ୍‌) ଭାବେ କାର୍ଯ୍ୟ କରୁଥିବା ଡାନ୍‌ ଲାନିଗାଲ ର଼୍ୟାନ୍‌ଙ୍କୁ କିନ୍ତୁ କମ୍ପାନୀର ଏ ପ୍ରକାର ନିଷ୍ପତ୍ତି ବଡ଼ ଝଟକା ଦେଇଛି। ଡାନ୍‌ ଫୋନ୍‌ ଯୋଗେ ଜଣେ ଆବେଦନକାରୀଙ୍କ ଇଣ୍ଟରଭ୍ୟୁ ନେଉଥିବାବେଳେ ହଠାତ୍‌ ତାଙ୍କ କଲ୍‌ ସଂଯୋଗ କାଟି ଦିଆଯାଇଥିଲା। ଡାନ୍‌ କିଛି ବୁଝିପାରିବା ଆଗରୁ ସେ ବ୍ୟବହାର କରୁଥିବ କମ୍ପାନୀର କମ୍ପ୍ୟୁଟର ହଠାତ୍‌ ଲକ୍‌ ହୋଇଯାଇଥିଲା। ଡାନ୍‌ଙ୍କ ଇମେଲ୍‌ ମଧ୍ୟ କମ୍ପାନୀ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନ୍ୟୁଜ୍‌ ଦେଖି ସେ ଜାଣିବାକୁ ପାଇଲେ ଯେ, ତାଙ୍କୁ ଚାକିରିରୁ ବାହାର କରାଯାଇଛି।

ଏ ନେଇ ଡାନ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଗୋଟିଏ ବର୍ଷ ପୂର୍ବେ ସେ ଗୁଗଲ ଜଏନ୍‌ କରିଥିଲେ। ଗୁଗଲ୍‌ରେ ଚାକିରି କରିବା ତାଙ୍କ ପାଇଁ ସ୍ବପ୍ନ ଥିଲା, ଯାହା ପୂରା ମଧ୍ୟ ହୋଇଥିଲା। ତେବେ ଗୁଗଲର ଅନ୍ୟ କର୍ମଚାରୀମାନଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିବାବେଳେ କମ୍ପାନୀରେ କାର୍ଯ୍ୟ କରି ସେ ଅନେକ ଜ୍ଞାନ ଆହରଣ କରିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଗୁଗଲ କମ୍ପାନୀରୁ କର୍ମଚାରୀ ଛଟେଇ ନେଇ ସିଇଓ ସୁନ୍ଦର ପିଚାଇ କହିଛନ୍ତି, କମ୍ପାନୀରୁ ୧୨୦୦୦ କର୍ମଚାରୀଙ୍କୁ କାର୍ଯ୍ୟନିବୃତ୍ତ କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆମେରିକା କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଏ ନେଇ ଇ-ମେଲ୍‌ ଜରିଆରେ ଅବଗତ କରିଦିଆଯାଇଛି। ଅନ୍ୟ ଦେଶଗୁଡ଼ିକର ଭିନ୍ନ ନିୟମ ଯୋଗୁ ଏହି ପ୍ରଣାଳୀ ବିଳମ୍ବ ହେଉଥିବା ସୁନ୍ଦର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri