ମହା ବିନାଶର ଅନ୍ତରାଳେ

ମତ୍ସ୍ୟ ପୁରାଣ ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ପ୍ରଳୟ ପଚିଶ କୋଟି ବର୍ଷ ପୂର୍ବେ ରାଜା ସତ୍ୟବ୍ରତ ରାଜୁତି ସମୟରେ ହୋଇଥିଲା ବୋଲି ବର୍ଣ୍ଣିତ ଅଛି। ପୌରାଣିକ ସମୟ ଗଣତି ଅନୁସାରେ ପ୍ରତ୍ୟେକ ମନନ୍ତରର ଶେଷରେ ବା ସାରେ ପ୍ରଳୟ ଆସିଥାଏ। ପୌରାଣିକ ସମୟ ସ୍କେଲ ଅନୁସାରେ ପ୍ରତ୍ୟେକ ମନନ୍ତରର ଅବଧି ୩୦୬,୭୨୦,୦୦୦ ବର୍ଷ ଓ ବର୍ତ୍ତମାନ ପୃଥିବୀ ସପ୍ତମ ମନନ୍ତରର ଅଠେଇଶତମ ଚତୁର୍ଯୁଗରେ ପଦାର୍ପଣ କରି କଳିଯୁଗରେ ଏକ ହଜାର ବର୍ଷ ଅତିକ୍ରମ କରିସାରିଛି। ପ୍ରଳୟରେ ପୃଥିବୀ ଜଳମଗ୍ନ ହୋଇ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥାଏ। ତେଣୁ ହିନ୍ଦୁ ପୁରାଣ ଅନୁସାରେ ଏପର୍ଯ୍ୟନ୍ତ ଛଅଥର ପ୍ରଳୟ ହୋଇସାରିଥିବ। ବିଜ୍ଞାନ ଏଯାଏ ପାଞ୍ଚଟି ପ୍ରଳୟ କଥା ପ୍ରମାଣିତ କରିସାରିଛି ଓ ଏକ ବିରାଟ ପ୍ରଳୟର ସନ୍ଧାନ ପାଇପାରିନାହିଁ। ତେଣୁ ପୌରାଣିକ ମତ ଅନୁସାରେ, ଆସିବାକୁଥିବା ସପ୍ତମ କିମ୍ବା ବିଜ୍ଞାନ ଅନୁସାରେ ଯାହା ଷଷ୍ଠ ପ୍ରଳୟ ହେବ, ତାର ସ୍ବରୂପ କିପରି ହେବ ଅନୁମାନ ଲଗାଇବା କଷ୍ଟକର ନୁହେଁ। ଏହା ଠିକ୍‌ ପୂର୍ବ ଭଳି ଜଳବାୟୁ ପରିବର୍ତ୍ତନ, ବାୟୁମଣ୍ଡଳରେ ଅତ୍ୟଧିକ ଅଙ୍ଗାରକାମ୍ଳ, ପୃଥିବୀର ତାପମାତ୍ରା ଓ ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁ ହେବ।
ଜୀବାଶ୍ମ ଗବେଷଣାରୁ କୋଟିକୋଟି ବର୍ଷ ପୂର୍ବେ ପୃଥିବୀରେ କିଛି ଭୟଙ୍କର ଅଘଟଣ ଘଟିଥିଲା ବୋଲି ଜଣାପଡେ, ଯାହାଫଳରେ ଅନେକ ଜୀବ ଓ ଗଛଲତା ପ୍ରଜାତି ଅଚାନକ ପୃଥିବୀରୁ ସବୁଦିନ ପାଇଁ ଅନ୍ତର୍ଦ୍ଧାନ ହୋଇଗଲେ। ଏହା ମଧ୍ୟରେ କ୍ଷୁଦ୍ର ଜଳଚରଠାରୁ ଆରମ୍ଭ କରି ବିଶାଳକାୟ ଡାଇନୋସର ଅନ୍ତର୍ଭୁକ୍ତ। କଥାହେଲା ପୃଥିବୀରୁ ଅନେକ ପ୍ରଜାତି ସବୁଦିନ ପାଇଁ ବିଲୁପ୍ତ ହେବାର ପ୍ରକ୍ରିୟା ଏକ ସାଧାରଣ ଘଟଣା ବୋଲି ଜାଣିଲେ ଚକିତ ଲାଗେ। ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ ୯୯.୯ ପ୍ରତିଶତ ଜୀବ ଓ ବୃକ୍ଷଲତା ଯାହା କେବେ ପୃଥିବୀର ବାସିନ୍ଦା ଥିଲେ ସେମାନେ ଆଉ ନାହାନ୍ତି। ଯେମିତି ବିଶାଳ ଡାଇନୋସରମାନେ ସବୁଦିନ ପାଇଁ ଉଭାନ ହୋଇଯାଇଛନ୍ତି। ବିଗତ ୧୫୦ ବର୍ଷ ଭିତରେ ଏପରି ୨୩ଟି ପ୍ରାଣୀ ଅଛନ୍ତି ଯେଉଁମାନେ ପୃଥିବୀରୁ ବିଦାୟ ନେଇ ସାରିଛନ୍ତି। ସେମାନଙ୍କ ମଧ୍ୟରେ ୨୦୦ ବର୍ଷ ପୂର୍ବରୁ ଅଷ୍ଟ୍ରେଲିଆ ଉପକୂଳରେ ବହୁଳ ଭାବରେ ଉପଲବ୍ଧ ହାତ ଥିବା ମାଛକୁ ୨୦୨୦ରେ ସମ୍ପୂର୍ଣ୍ଣ ବିଲୁପ୍ତ ଘୋଷଣା କରାଯାଇଛି। ୨୦୦୨ ପର୍ଯ୍ୟନ୍ତ ଜୀବିତ ଥିବା ବାଜି ଡଲଫିନ ବିଲୁପ୍ତ ହୋଇଯାଇଛି। ସେହିପରି ପୃଥିବୀରେ କେନିଆର ଧବଳ ଗଣ୍ଡା ସଂଖ୍ୟା ଏବେ ମାତ୍ର ଦୁଇଟି।
ଦିନେ ପୃଥିବୀରେ ନିଜର ସୁନ୍ଦରତା ପାଇଁ ବିଖ୍ୟାତ ସ୍ପିକ୍ସ ମକାଉ ମାତ୍ର ୫୦ଟି ବଞ୍ଚିଛନ୍ତି। ସେହିପରି ଆଫ୍ରିକାର ବିଶାଳ କଳା ଗଣ୍ଡାର ଅନ୍ତିମ ସଦସ୍ୟ ପୃଥିବୀରୁ ୨୦୦୬ରେ ବିଦାୟ ନେଇସାରିଛି। ଯେତେବେଳେ ପୃଥିବୀରୁ ଅର୍ଦ୍ଧାଧିକରୁ ଅଧିକ ଜୀବ କୌଣସି କାରଣରୁ ଏକସଙ୍ଗେ ବିଲୁପ୍ତ ହୋଇଯାନ୍ତି ଏହାକୁ ଏକ ସମୂହ ବିନାଶ କୁହାଯାଏ। ଏହିପରି ସମୂହ ବିନାଶ ପୃଥିବୀରେ ପାଞ୍ଚ ଥର ଘଟିତ ହୋଇସାରିଛି। ଦେଖିବାକୁ ଗଲେ ପ୍ରାକୃତିକ ସ୍ତରରେ ପୃଥିବୀର ଶତକଡା ଦଶଭାଗ ଜୀବ ପ୍ରତି ଦଶ ଲକ୍ଷ ବର୍ଷ ଭିତରେ, ଶତକଡା ତିରିଶ ଭାଗ ୧ କୋଟି ବର୍ଷ ଭିତରେ ଏବଂ ୬୫ ପ୍ରତିଶତ ଦଶକୋଟି ବର୍ଷ ଭିତରେ ଆପେ ଆପେ ବିଲୁପ୍ତ ହୋଇଥାନ୍ତି। ଏହି ପ୍ରକ୍ରିୟା ଜୈବ ବିବର୍ତ୍ତନବାଦ ବା ବିକାଶବାଦ ସହିତ ସନ୍ତୁଳନ କରି ପୁରୁଣା ଜୀବ ବିଲୁପ୍ତ ହେବା ସହିତ ନୂଆ ଜୀବମାନଙ୍କର ଉତ୍ପତି ହୋଇଥାଏ।
ପୃଥିବୀରେ ପ୍ରଥମ ସମୂହ ବିନାଶ ୪୪ କୋଟି ବର୍ଷ ପୂର୍ବେ ଘଟିଥିଲା। ଏଥିରେ ପୃଥିବୀରୁ ଷାଠିଏ ପ୍ରତିଶତରୁ ଅଧିକ ଅମେରୁଦଣ୍ଡୀ ଓ ଅଶୀ ଭାଗରୁ ଅଧିକ ମେରୁଦଣ୍ଡୀ ଜଳଚର ଜୀବ ବିଲୁପ୍ତ ହୋଇଯାଇଥିଲେ। ଏହି ପ୍ରଥମ ସମୂହ ବିଲୁପ୍ତ ଘଟଣା ଅରଡୋଭିଆନ ସମୂହ ବିଲୁପ୍ତ ଘଟଣା ଭାବରେ ଜଣାଶୁଣା ଯାହାର ପ୍ରକୃତ କାରଣ ଠିକ୍‌ ଭାବରେ ଜଣା ପଡି ନ ଥିଲେ ମଧ୍ୟ ଆଗ୍ନେୟଗିରି ବିସ୍ଫୋରଣ ଫଳରେ ଅତ୍ୟଧିକ ସିଲକେଟ ବାହାରି ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଶୋଷଣ କରିନେବା ମୁଖ୍ୟ କାରଣ ବୋଲି ଅନୁମାନ କରାଯାଏ। ଅଙ୍ଗାରକାମ୍ଳ କମିଯିବା ଫଳରେ ପୃଥିବୀର ତାପମାତ୍ରା ହ୍ରାସ ପାଇଲା ଓ ଏହା ଯୋଗୁ ଅନେକ ପ୍ରାଣୀପ୍ରଜାତି ବିଲୁପ୍ତ ହୋଇଗଲେ। ଠିକ୍‌ ସେହି ସମୟରେ ଗୋଣ୍ଡବାନା ନାମକ ବିଶାଳ ମହାଦୀପ ଘୁଞ୍ଚ ଘୁଞ୍ଚି ଦକ୍ଷିଣ ମେରୁରେ ପହଞ୍ଚିଲା ଓ ତାପମାତ୍ରା କମିଯିବାରୁ ଜଳ ବରଫରେ ପରିଣତ ହୋଇ ଜମା ହେବା କାରଣରୁ ସମୁଦ୍ରର ଅଧିକାଂଶ ପାଣି ଶୋଷିତ ହୋଇ ଓ ସମୁଦ୍ର ପତନ କମିଯିବାରୁ ଅନେକ ଜଳଜୀବ ଲୋପ ପାଇଗଲେ।
ଦ୍ୱିତୀୟ ମହାବିନାଶ ବା ସମୂହ ବିଲୁପ୍ତ ଘଟଣା ଯାହାକୁ ଲେଟ ଡେଭୋନିଆନ ନାମରେ ସମସ୍ତେ ଜାଣନ୍ତି, ଯାହା ଆଜିଠାରୁ ଛତିଶକୋଟି ବର୍ଷ ପୂର୍ବେ ଘଟିଥିଲା। ଏଥିରେ ପୃଥିବୀର ୭୫ ଭାଗ ଜୀବ ଲୋପ ପାଇଯାଇଥିଲେ। ଏହାର ମୁଖ୍ୟ କାରଣ ଆଗ୍ନେୟ ଉଦ୍‌ଗିରଣ, ତାପମାତ୍ରା ହ୍ରାସ ଓ ଅତ୍ୟଧିକ ଗୁଳ୍ମ, ବୃକ୍ଷଲତା ସ୍ଥଳ ଭାଗରେ ବୃଦ୍ଧି ପାଇବା। ଏସବୁ ଯୋଗୁ ଅମ୍ଳଜାନ ହଠାତ୍‌ କମିଯିବା ମଧ୍ୟ ଏହାର କାରଣ ବୋଲି ବିଶ୍ୱାସ କରାଯାଏ। ତୃତୀୟ ମହାବିନାଶ ପଚିଶ କୋଟି ବର୍ଷ ପୂର୍ବେ ଘଟିଥିଲା, ଯାହାକୁ ଏଣ୍ଡ ପରମିୟାନ ମହାବିନାଶ କୁହାଯାଏ। ସଂସାରର ସବୁଠୁ ଭୟାବହ ଏହି ମହାବିନାଶରେ ୯୬ ପ୍ରତିଶତ ଜୀବଜନ୍ତୁ ଲୋପ ପାଇଗଲେ। ଏହି ତୃତୀୟ ମହାବିନାଶର କାରଣ ସାଇବେରିଆରେ ଆଗ୍ନେୟ ଉଦ୍‌ଗିରଣ ଯୋଗୁ ପୃଥିବୀର ତାପମାତ୍ରାରେ ବୃଦ୍ଧି, ସଲ୍‌ଫର ମାତ୍ରାରେ ବୃଦ୍ଧି, ସମୁଦ୍ର ଅମ୍ଳତାରେ ବୃଦ୍ଧି, ଅମ୍ଳଯୁକ୍ତ ବୃଷ୍ଟି ଯୋଗୁ ଏହି ବିନାଶ ହୋଇଥିଲା। ଚତୁର୍ଥ ମହା ବିନାଶ ଆଜକୁ ପ୍ରାୟ ଏକୋଇଶ କୋଟି ବର୍ଷପୂର୍ବେ ସମୁଦ୍ରରେ ଭୟଙ୍କର ଆଗ୍ନେୟ ଉଦ୍‌ଗିରଣ ଯୋଗୁ ପାଣିର ରାସାୟନିକ ପରିବର୍ତ୍ତନ ଏବଂ ବୈଶ୍ୱିକ ତାପମାତ୍ରାରେ ଅହେତୁକ ବୃଦ୍ଧି କାରଣରୁ ଅଶୀ ଭାଗ ପ୍ରାଣୀ ସବୁଦିନ ପାଇଁ ହଜିଗଲେ। ପ୍ରକୃତିର ଏହି ଚତୁର୍ଥ ମହାବିନାଶକୁ ଏଣ୍ଡ ଟ୍ରାଇଏସିକ କୁହାଯାଏ ଓ ଏହି ସମୟ ପରେ ପରେ ଜୁରାସିକ ଯୁଗ ଆସିଥିଲା ଓ ପୃଥିବୀ ଉପରେ ଡାଇନୋସରମାନେ ରାଜୁତି କଲେ। ସୃଷ୍ଟିର ପଞ୍ଚମ ମହାବିନାଶ ଆଜକୁ ପ୍ରାୟ ସାଢେ ଛଅ କୋଟି ବର୍ଷ ପୂର୍ବେ ହୋଇଥିଲା, ଯାହା କ୍ରିଟେସସ ପୋଲିଏଜିନ ବିଲୁପ୍ତ ଘଟଣା ଭାବରେ ଜଣାଶୁଣା। ଏହି ମହାପ୍ରଳୟରେ ପୃଥିବୀର ତିନି ଚତୁର୍ଥାଂଶ ଗଛଲତା, ଜୀବଜନ୍ତୁ ସବୁଦିନ ପାଇଁ ହଜିଗଲେ। ଏକସଙ୍ଗେ ଅତ୍ୟଧିକ ଉଲ୍କାପାତ ହେବା କିମ୍ବା ମହାକାଶରୁ ପୃଥିବୀ ସହିତ ଛୋଟ ଗ୍ରହ ସହିତ ଧ୍ୱଂସକାରୀ ଆଘାତ ଯୋଗୁ ଏହି ମହାବିନାଶ ହୋଇଥିବାର ପ୍ରମାଣ ମିଳିଛି। ତେବେ ମଣିଷର ରାଜୁତି ପୃଥିବୀ ପୃଷ୍ଠରେ ବିଗତ ଦୁଇ ଲକ୍ଷ ବର୍ଷ ହେଲା ଚାଲିଛି । ଆମେ ପୃଥିବୀକୁ ଏତେ କ୍ଷତି କରି ଚାଲିଛୁ ଯେ ବୈଜ୍ଞାନିକମାନେ ଷଷ୍ଠ ମହାବିନାଶ ଆରମ୍ଭ ହୋଇଗଲାଣି ବୋଲି ମତବ୍ୟକ୍ତ କରୁଛନ୍ତି। ପୃଥିବୀରେ ଜଙ୍ଗଲ ପ୍ରାଣୀମାନଙ୍କର ସଂଖ୍ୟା ୧୯୭୦ ତୁଳନାରେ ଦୁଇ ତୃତୀୟାଂଶ କମିଗଲାଣି, ମାତ୍ର ଜନସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏହା ପୂର୍ବରୁ ପୃଥିବୀ ଇତିହାସରେ ଜୈବ ବିବିଧତା ଏତେ ଶୀଘ୍ର ଏପରି କେବେ ବିଲୁପ୍ତ ହୋଇନାହିଁ। ତେଣୁ ଆମେ ଏବେ ଷଷ୍ଠ ମହାବିନାଶରେ ଉପନୀତ ଓ ଧ୍ୱଂସ ଆଡକୁ ଯାଉଛେ କହିଲେ ଭୁଲ ହେବନାହିଁ।
ପ୍ରଭାରୀ ବୈଜ୍ଞାନିକ, ପରିବେଶ ପ୍ରୟୋଗଶାଳା
ଯାଦୁଗୁଡା, ପୂର୍ବସିଂହଭୂମ୍‌, ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri