ନିର୍ବାଚନ ବେଳେ ଭଲ ରୋଜଗାର ଦେଉଛି ଢାବା

ନୟାଗଡ଼,୨।୬ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗଁା ଓ ସହରର ଗଳିକନ୍ଦିରେ ପାଣି ପାଉଚ୍‌ ପରି ମଦ ମିଳୁଛି। ଜିଲାର ବିଭିନ୍ନ ଢ଼ାବାଗୁଡିକରେ ମଦର ଅବାଧ କାରବାର ଚାଲିଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରଠାରୁ ବର୍ତ୍ତମାନ ସୁଦ୍ଧା ଢାବାଗୁଡିକ ଭଲ ମଦ ବ୍ୟବସାୟ କରୁଛନ୍ତି ବୋଲି ଅଭିଯୋଗ ରହିଛି। ରଣପୁର ବିଧାନସଭା ନିର୍ବାଚନ ପୂର୍ବରୁ ରଣପୁର ବ୍ଲକ ଚାନ୍ଦପୁର ଥାନା ଚମ୍ପାଗଡ଼ ରୟାଲ ଢ଼ାବାରୁ ୨୦୦ ପେଟି ଦେଶୀ ମଦ ପାଉଚ ଜବତ ଘଟଣା ଏହାକୁ ପ୍ରମାଣିତ କରୁଛି। ଚାନ୍ଦପୁର ଥାନା ପାଖ ଢ଼ାବାରେ ମଦ ବିକ୍ରି ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବ ରହିଥିଲା ବେଳେ ନିର୍ବାଚନୀ ସ୍କ୍ବାଡ୍‌ ଧରି ଢ଼ାବାରେ ମଦ କାରବାରର ଗୁମର ଖୋଲିଥିଲା। ମଦ ଜବତ ପରେ ସମ୍ପୃକ୍ତ ସ୍କ୍ବାଡ୍‌ର ମୁଖ୍ୟଙ୍କୁ ପ୍ରଶାସନ ତରବରିଆ ଭାବେ ହଟେଇ ଦେଇଥିଲେ। ରୟାଲ ଢ଼ାବାର ମଦ କାରବାରକୁ ଅନୁଧ୍ୟାନ କଲେ ପୋଲିସ ଓ ଅବକାରୀ ବିଭାଗର ଲୋକ ଦେଖାଣିଆ ଧରପଗଡ ଓ ଚଢ଼ାଉ ସ୍ପଷ୍ଟ ହୋଇଯାଉଛି। ଏଣୁ ଜିଲାରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ରୋକି ହେଉନି ବୋଲି ଅଭିଯୋଗ ବଢ଼ିବାରେ ଲାଗିଛି। ଅପରପକ୍ଷେ ଗୋଡିପଡା ଫାଣ୍ଡି ସମ୍ମୁଖରେ ମଦ ବିକ୍ରି ହେଉଛି। ମାଳିସାହି ଫାଣ୍ଡି କ୍ରୀି..ଦାଶପୁର ପଞ୍ଚାୟତ, ବାଲୁଗଁାରେ ଦେଶୀ ଓ ବିଦେଶୀ କାରବାର ବଢ଼ୁଛି। ରାଜସୁନାଖଳାରେ ସରକାରୀ ମଦ କାଉଣ୍ଟର ବାର ହୋଇଛି। ଜିଲାରେ ବ୍ରାଉନସୁଗାର କାରବାର ବଢ଼ିବା ପରେ ମଦ କାରବାର ଉପରେ ଆଉ ନଜର ରହୁନି। ସରକାରୀ କାଉଣ୍ଟରଗୁଡିକରେ ମଧ୍ୟ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଛି। ନିକଟରେ ଗଣିଆ ବ୍ଲ୍ଳକ ଅଞ୍ଚଳରେ ସରକାରୀ ମଦ ଦୋକାନରୁ ନକଲି ମଦ ଜବତ ହୋଇଥିଲା।

ରାଜା ବଗିଚାରେ ବେଆଇନ ମଦ କାଉଣ୍ଟର
ନୟାଗଡ଼ ଜିଲା ସଦର ମହକୁମାର ରାଜବଗିଚା ବରଗଛମୂଳେ ଏକ କ୍ୟାବିନରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ହୋଇ ଆସୁଛି। ୧୬ରୁ ଊର୍ଦ୍ଧ୍ୱ ବର୍ଷ ହେଲା ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ବେଆଇନ ମଦ କାରବାର ହୋଇ ଆସୁଥିବାବେଳେ ପୋଲିସ ଓ ଅବକରୀ ବିଭାଗର ଚଢ଼ାଉ ନାହିଁ। ଖବରକାଗଜରେ ମଦ କାରବାର ନେଇ ଖବର ପ୍ରକାଶ ପାଇଲେ ଲୋକ ଦେଖାଣିଆ ଚଢ଼ାଉ କରାଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା କହି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

୫୩୫ ଲିଟର ମଦ ଜବତ କରି ପୋଲିସର ବାହାବା
ନୟାଗଡ଼ ପୋଲିସ ଜିଲାରେ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ସ୍ବତନ୍ତ୍ର ଅବକାରୀ ଅଭିଯାନ କରାଯାଇ ୨୫ଟି ମାମଲା ରୁଜୁ ସହ ୧୨ ଜଣ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ୧୩ ଅଭିଯୁକ୍ତଙ୍କୁ ୪୧ ନୋଟିସ୍‌ କରାଯାଇଛି। ସେହିପରି ୫୩୫ ଲିଟର ମଦ ଜବତ କରି ପୋଲିସ ବାବହା ନେଇଛି। ପୋଲିସ ଧରପଗଡ କରି ବାହାବା ନେଉ ତେବେ ଜିଲାରେ ଚାଲିଥିବା ମଦର କାରବାରକୁ ରୋକିବାରେ ପୋଲିସ ଅସମର୍ଥ ହେଉଥିବାରୁ ଜିଲାସାରା ଅସନ୍ତୋଷ ପ୍ରକାଶ ପାଉଛି। ଫତେଗଡ ଥାନା ପୋଲିସ ୨ଟି ମାମଲା କରିଥିବାବେଳେ ୨ଜଣଙ୍କୁ ଗିରଫ କରି ୮୫ ଲିଟର ମଦ ଜବତ କରିଛି। ସେହିପରି ଖଣ୍ଡପଡ଼ା ଥାନା ପୋଲିସ ଗୋଟିଏ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରି ୬୦ ଲିଟର ମଦ ଜବତ କରିଥିବାବେଳେ ରଣପୁର ଥାନା ପୋଲିସ ୩ଟି ମାମଲା ରୁଜୁ କରି ଜଣଙ୍କୁ ଗିରଫ ସହ ଅନ୍ୟ ଜଣଙ୍କୁ ନୋଟିସ୍‌ ଦେଇ ୫୫ ଲିଟର ମଦ ଜବତ କରିଛି। ଏହିପରି ବାଣିଗୋଛା ଥାନା ଅଞ୍ଚଳରୁ ୫୨ ଲିଟର, ନୟାଗଡ଼ ଟାଉନ ଥାନା ୪୮ ଲିଟର, ଗଣିଆ ଥାନା ୪୮ ଲିଟର, ଶରଣକୁଳ ଥାନା ୨୨ ଲିଟର, ଓଡ଼ଗଁା ଥାନା ୪୦ ଲିଟର, ନୟାଗଡ ସଦର ଥାନା ୧୮ ଲିଟର, ଇଟାମାଟି ଥାନା ୨୪ ଲିଟର, ନୂଆଗଁା ଥାନା ୩୫ ଲିଟର, ଦଶପଲ୍ଲା ଥାନା ୩୫ ଲିଟର, ଚାନ୍ଦପୁର ଥାନା ଅଞ୍ଚଳରୁ ୧୪ ଲିଟର ମଦ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri