Posted inଜାତୀୟ

ମାୟାବତୀଙ୍କ ସରକାର ସମୟରେ ତାଙ୍କ ଭାଇ-ଭାଉଜଙ୍କୁ ୪୬ ପ୍ରତିଶତ ରିହାତିରେ ମିଳିଥିଲା ୨୬୧ ଫ୍ଲାଟ…

ଲକ୍ଷ୍ନୌ,୧୫।୬ : ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ଭାଇ ଓ ଭାଉଜଙ୍କୁ ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ୪୬ ପ୍ରତିଶତ ରିହାତିରେ୨୬୧ ଫ୍ଲାଟ ବଣ୍ଟନ କରାଯାଇଥିଲା। ଆପାର୍ଟମେଣ୍ଟଟି ରିଅଲ ଇଷ୍ଟେଟ ଫାର୍ମ ଲଗିକ୍ସ ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ବିକଶିତ ହୋଇଥିଲା। ଏହି ଚୁକ୍ତି ସହ ଜଡିତ ସରକାରୀ କାଗଜପତ୍ର ଗୁଡ଼ିକୁ ଯାଞ୍ଚ କରିବା ପରେ ଏହି ହେରଫେର ସମ୍ପର୍କରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଏବଂ ତାଙ୍କ ସ୍ତ୍ରୀ ବିଚିତ୍ରା ଲତାଙ୍କୁ ଦିଆଯାଇଥିବା ଫ୍ଲାଟ କାରବାରରେ ବହୁ ବେଆଇନ ହୋଇଯାଞ୍ଚରେ ସାମ୍ନାକୁ ଆସିଛି। ରିପୋର୍ଟରେ କମ୍ପାନୀର ଆରମ୍ଭରୁ ଦେବାଳିଆ ତଥା ମେ୨୦୨୩ ରେ ପରବର୍ତ୍ତୀ ଫୋରେନସିକ ଅଡିଟ ପର୍ଯ୍ୟନ୍ତ ୧୨ ବର୍ଷର ବିକାଶକୁ ଅଧ୍ୟୟନ କରି ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣାପଡ଼ିଛି।

ଅଡିଟ ରିପୋର୍ଟ ଅନୁଯାୟୀ, ବ୍ଲସମ ଗ୍ରୀନ୍ସରେ ଥିବା ଫ୍ଲାଟଗୁଡିକ ବର୍ଗଫୁଟ ପିଛା ୨୩୦୦ ଟଙ୍କାରେ ଆନନ୍ଦ କୁମାରଙ୍କୁ ଏବଂ ବର୍ଗଫୁଟ ପିଛା ୨.୩୫୦ ଟଙ୍କାରେ ତାଙ୍କ ସ୍ତ୍ରୀ ବିଚିତ୍ରା ଲତାଙ୍କୁ ବିକ୍ରି କରାଯାଇଥିଲା, ଯାହାର ବିଲ ୨୦୧୬-୧୭ରେ ଫ୍ଲାଟଗୁଡିକ ଅନ୍ୟ ଘର କ୍ରେତାଙ୍କୁ ସ୍ଥାନାନ୍ତରିତ ହୋଇଥିବାବେଳେ ବର୍ଗଫୁଟ ପ୍ରତି ୪,୩୫୦.୮୫ ଟଙ୍କା ଥିଲା। ଏହାକୁ ବିଚାରକୁ ନେଇ ଆନନ୍ଦ କୁମାର ଏବଂ ବିଚିତ୍ରା ଲତାଙ୍କ ସହ ଲୋଗିକ୍ସର ଡିଲ ଇନ୍ସଲଭେନ୍ସି ଏବଂ ଦେବାଳିଆ ଅଧିନିୟମ ୨୦୧୬ର ଧାରା ୪୫ ଅନୁଯାୟୀ ମୂଲ୍ୟହୀନ ହୋଇଥିଲା। ଆନନ୍ଦ କୁମାରଙ୍କୁ ଦିଆଯାଇଥିବା ୩୬ ଫ୍ଲାଟ ମଧ୍ୟ ଅନ୍ୟ ପକ୍ଷଙ୍କ ଅଧୀନରେ ଥିଲା।

ଅଡିଟ ରିପୋର୍ଟ ଅନୁଯାୟୀ, ’ଏହି ଘଟଣା ଆନନ୍ଦ କୁମାରଙ୍କୁ ଫ୍ଲାଟ ଆବଣ୍ଟନରେ ଅନିୟମିତତା ଏବଂ ଠକେଇକୁ ସୂଚାଉଛି। ଏହି କାରବାର ଆହୁରି ପ୍ରଶ୍ନବାଚୀ ସୃଷ୍ଟି କରିଛି କାରଣ ଅଡିଟ ରିପୋର୍ଟରେ ଦର୍ଶାଯାଇଛି ଆନନ୍ଦ କୁମାରଙ୍କ ୨୮.୨୪ କୋଟି ଭାଉଚର ତାଙ୍କ ଦ୍ୱାରା କରାଯାଇଥିବା ନିବେଶ ପରିବର୍ତ୍ତେ ଗ୍ରାହକଙ୍କଠାରୁ ଦେୟ ଭାବେ ଦର୍ଶାଯାଇଛି। ଅଡିଟ ରିପୋର୍ଟରେ କୁହାଯାଇଛି, ଯଦିଓ ସେଠାରେ ବ୍ୟାଙ୍କ ରସିଦ ଏବଂ ରାଶି ୨୭.୫୦ କୋଟି ଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରେ ଥିଲା କିନ୍ତୁ ପ୍ରାପ୍ତ ଟଙ୍କା ସଂପୃକ୍ତ ପକ୍ଷକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri