ଆସୁଛି ଦୁର୍ଗାପୂଜା: ବଲାଙ୍ଗୀର ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ, ଲାଗିବ କ୍ୟାମେରା, ଶାନ୍ତି ଶୃଙ୍ଖଳାରେ…

ବଲାଙ୍ଗୀର, ୯।୯(ସୁନୀଲ କୁମାର ମହାନ୍ତି): ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ଏବଂ ସୁରକ୍ଷିତ ଭାବେ ପାଳନ କରିବାକୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗବାର ଜିଲାପାଳ  କନ୍‌ଫରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ଏଥର ସହରରେ ୧୭ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ହେବ। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଓ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ  ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପଜିଲାପାଳ ଆଲୋକ ପଟେଲ,ପୌରପରିଷଦ ର୍ନିବାହୀ ଅଧିକାରୀ ସନ୍ତୋଷ ବେହେରା , ବିଦ୍ୟୁତ ବିଭାଗର ଏସଇ ସୁବ୍ରତ ସେଠ,  ଏସ୍‌ଡିପିଓ  ସରୋଜ କୁମାର ଉପାଧ୍ୟାୟ,ଟାଉନ ଥାନା ଆଇଆଇସି ଅବନୀ ସାହୁ, ପୂର୍ତ୍ତ ବିଭାଗ ଏସଡିଓ ମନୋଜ କୁମାର ମାଝି, ଜନସ୍ବାସ୍ଥ୍ୟ ବିଭାଗ ଜେଇ , ଅଗ୍ନିଶମ ବିଭାଗ ଓ ବିଭିନ୍ନ ଦୁର୍ଗା ପୂଜା କମିଟି ସଭାପତି, ସମ୍ପାଦକ ଓ ପ୍ରତିନିଧି, ଅନ୍ୟ ଲାଇନ ବିଭାଗ କର୍ମଚାରୀ ଯୋଗଦାନ କରିଥିଲେ ।
ପାର୍ବଣ ସମୟରେ ସହଜରେ ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ଲାଇଟ ସୁବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। ପାର୍ବଣକୁ ନେଇ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ପାଳନ, ନିଶା ନିବାରଣ, ଭସାଣି ପାଇଁ ଆଗୁଆ ଅନୁମତି, ପୂଜା ମଣ୍ଡପ ମାନଙ୍କରେ ସିସି କ୍ୟାମେରା ଲଗାଇବା ଓ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଳନ ଉପରେ ସବିଶେଷ ଆଲୋଚନା ହୋଇଥିଲା।  ଏସ୍‌ଡିପିଓ ଉପାଧ୍ୟାୟ ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ। ଟାଉନ ଥାନା ଆଇଆଇସି ସାହୁ ନିୟମ ମାନିବାକୁ କହିଥିଲେ । ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପରିମଳ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ଆଲୋଚନା କରିଥଲେ l

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri