କୋଟପାଡ଼ରେ ରାଜ ରାଜୁଡ଼ା ସମୟର ଦୁର୍ଗାପୂଜା

କୋଟପାଡ଼,୩୦ା୯(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳ ଦଶହରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜା ରାଜୁଡା ସମୟରୁ ପାଳିତ ହେଇ ଆସୁଥିବା ଏହି ଦଶହରାରେ ନିକଟସ୍ଥ ଛତିଶଗଡର ଜଗଦଲପୁର, ବସ୍ତର ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୋନ୍ତେୱାଡ଼ାର ଦାନ୍ତେଶ୍ୱରୀ ଠାକୁରାଣୀଙ୍କ ପୂଜା ପାଠ ନିୟମ ଅନୁଯାୟୀ ଏଠାରେ ମା’ ମାଉଲି ଠାକୁରାଣୀଙ୍କ ପୂଜାପାଠ ହେଇଥାଏ। ସହରର ଆରାଧ୍ୟ ଦେବୀ ମା ମାଉଲିଙ୍କ ମନ୍ଦିରରୁ ପ୍ରତିପଦା ପ୍ରଥମ ଦିନରେ ଏକ ବାଉଁଶ ଲାଠି ବାହାର କରାଯାଇ ଦମୟନ୍ତୀ ସାଗର କୁଲରାଣୀ ଘାଟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜାପାଠ କରି ମା’ ମାଉଲି ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଥାଏ। ଉକ୍ତ ଦିନରୁ କଳସୀ ସ୍ଥାପନା କରି ନବରାତ୍ର ପୂଜା ହେଇଥାଏ l ସେହି ଦିନଠାରୁ ବିଭିନ୍ନ ଦେବୀ ମନ୍ଦିରରେ ମାନସିକଧାରୀ ମାନେ କଳସ ସ୍ଥାପନ କରି ନବରାତ୍ରି ଉପାସନା କରିଥାନ୍ତି। ପ୍ରତ୍ୟେହ ସନ୍ଧ୍ୟାରେ ମା ଙ୍କ ମନ୍ଦିରରୁ ପଣ୍ଡିତଙ୍କ ପୂଜା ପାଠ ପରେ ମା’ଙ୍କ ଆଜ୍ଞାମାଳ ଆସିଥାଏ। ଏହାକୁ ନେଇ ଏକ ଘୋଡାରେ ମା’ଙ୍କୁ ବିରାଜମାନ କରି ଏକ କିମି ଦୂର ବାରଗଡ ସାହି ନିକଟସ୍ଥ ମା ଶୀତଳା ଠାକୁରାଣୀଙ୍କୁ ଭେଟିବାକୁ ଅଣାଯାଇଥାଏ। ଦଶହରା ସମୟରେ ମନ୍ଦିର ପରିଚାଳନା କମିଟି ଏବଂ କେତେକ ସାଂସ୍କୃତିକ ସଂଘ ପକ୍ଷରୁ କଳାକାରମାନେ ମହିଷା ମର୍ଦ୍ଦିନୀ ସହ ଅନ୍ୟାନ୍ୟ ନାଟକ ପରିବେଷଣ କରିଥାନ୍ତି। ଢାମ୍ଫ, ମହୁରୀ, ନାଗାରା, ସଂକୀର୍ତ୍ତନର ତାଳେତାଳେ ମା’ଙ୍କୁ ପାଛୋଟି ନିଆଯାଇଥାଏ । ପ୍ରଶାସନ ତରଫରୁ ଶାନ୍ତି ଶୃଙ୍କଳା ରକ୍ଷା ସକାଶେ ପୋଲିସ ମୁତୟନ ହୁଏ। ଏହି ଅଞ୍ଚଳରେ ଶେଷ ଦଶହରା ଦିନ ତିନି କିମି ଦୂର ଦଶହରା ପଡିଆକୁ ମା’ ମାଉଲିଙ୍କୁ ଏକ ବିମାନରେ ନିଆଯାଇଥାଏ। ଉକ୍ତ ବିମାନକୁ କେବଳ ମାଳି ସମ୍ପ୍ରଦାୟର ପୁରୁଷମାନେ ନେଇଥାନ୍ତି l ଦଶହରା ଦିନ କୋଟପାଡ଼ ତଥା ଆଖପାଖ ଗ୍ରାମାଞ୍ଚଳର ଦେବା ଦେବୀଙ୍କ ଲାଠି ବାହାରି ସହର ପରିକ୍ରମା କରି ଦଶହରା ପଡିଆକୁ ବିଜେ କରିଥାନ୍ତି l ଦଶହରା ପଡିଆରେ ଆତସବାଜି ସହ ରାବଣ ପୋଡି ହୋଇଥାଏ। ଚଳିତ ବର୍ଷ କୋଟପାଡ ଅଞ୍ଚଳରେ ୪ଟି ପୂଜା କମିଟି ତରଫରୁ ପୂଜା ହେଉଛି l ଦଶ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri