Posted inଜାତୀୟ

ଗୋଆର ଦୁପଟ୍ଟା କିଲର

ପଣଜୀ,୧୪ା୮: ୧୯୯୪ରେ ମହାନନ୍ଦ ନାଏକଙ୍କୁ ୨୫ ବର୍ଷ ହୋଇଥିଲା। ଗୋଆ ରାଜଧାନୀ ପଣଜୀରୁ ୪୦ କି.ମି. ଦୂର ଶିରୋଡାରେ ସେ ଅଟୋ ଚଳାଉଥିଲେ। ମହାନନ୍ଦଙ୍କ ଘର ଅପରପାର୍ଶ୍ୱରେ ଦର୍ଶନା ନାଏକ(୨୧) ଏକୁଟିଆ ରହୁଥିଲେ। ସେହିବର୍ଷ ସେପ୍ଟେମ୍ବର ୩୦ରେ ଦର୍ଶନାଙ୍କ ଝୁଲନ୍ତା ମୃତଦେହ ଗୋଆ ମେଡିକାଲ କଲେଜ ହସ୍ପିଟାଲ ନିକଟ ବାମ୍ବୋଲିମ୍‌ର ଏକ କାଜୁ ଗଛରୁ ମିଳିଥିଲା। ଦର୍ଶନାଙ୍କ ବେକରେ ତାଙ୍କ ଦୁପଟ୍ଟା ବା ଓଢ଼ଣି ଭିଡ଼ାଯାଇଥିଲା। ଦର୍ଶନାଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କ ହତ୍ୟାର ତଦନ୍ତ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା। ଭାଗ୍ୟ ପୁଣି ମହାନନ୍ଦଙ୍କ ସପକ୍ଷରେ ଯାଇଥିଲା। ହତ୍ୟାର ଧାରା ଜାରି ରହିଥିଲା।
ହତ୍ୟାକାଣ୍ଡର ୨ ମାସ ପୂର୍ବରୁ ପଣଜୀରୁ ୨୮ କି.ମି. ଦୂର ଖାଣ୍ଡେପରରେ ମହାନନ୍ଦଙ୍କ ପ୍ରଥମ ଶିକାର ହୋଇଥିଲେ ୩୦ ବର୍ଷୀୟା ଗୁଲାବୀ ଗାଓଁକର। ଗୁଲାବୀ ପୋଣ୍ଡା ବଜାରରେ ଦରଜି କାମ କରୁଥିଲେ, ଯାହା ନିକଟରେ ମହାନନ୍ଦଙ୍କ ଅଟୋ ଷ୍ଟାଣ୍ଡ ରହିଥିଲା। ହତ୍ୟାର ଦିନକ ପରେ ଗୁଲାବୀଙ୍କ ଗଳିତ ମୃତଦେହ ମିଳିଥିଲା। ଜଣେ ଦାଢ଼ି ରଖିଥିବା ବ୍ୟକ୍ତି ତାଙ୍କୁ ନିୟମିତ ଭେଟୁଥିବା କଥା ପୋଲିସକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ଦାଢ଼ିଧାରୀ ମହାନନ୍ଦଙ୍କୁ ପୋଲିସ ଗିରଫ କରି ହାଜତକୁ ନେଇଥିଲା। କିନ୍ତୁ ସେ ହତ୍ୟା ଦିନ ଷ୍ଟାଣ୍ଡରେ ଥିଲେ ବୋଲି ଅନ୍ୟ ଡ୍ରାଇଭରମାନେ କହିବା ପରେ ମହାନନ୍ଦଙ୍କୁ ପୋଲିସ ଛାଡ଼ି ଦେଇଥିଲା। ଗୁଲାବୀଙ୍କୁ ହତ୍ୟା ପରେ ମୁକୁଳିଆସି ସେ ସାହସ ପାଇଥିଲେ ପରବର୍ତ୍ତୀ ୧୫ ବର୍ଷରେ ଆଉ ୧୫ ଜଣଙ୍କୁ ଜୀବନରେ ମାରିଦେବା ପାଇଁ।
ସବୁବେଳେ ଯୌନସୁଖ ଓ ଟଙ୍କା ଚାହୁଁଥିଲେ। ଏହି କାମାସକ୍ତ ଓ ଅର୍ଥଲୋଭୀ ଯୁବକ ଗୁଲାବୀଙ୍କ ଭଳି ଯୁବତୀଙ୍କୁ ମିଠା କଥା କହି କିପରି ଫସାଇହେବ ତାହା ଭଲଭାବେ ଜାଣିଥିଲେ। ନିଜ ପାରିପାର୍ଶ୍ୱ ବସ୍‌ଷ୍ଟାଣ୍ଡ, ମାର୍କେଟ, ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ ଭଳି ସ୍ଥାନଗୁଡ଼ିକରେ ସେ ଗୁଲାବୀଙ୍କ ଭଳି ୨୦-୩୫ ବର୍ଷୀୟାମାନଙ୍କୁ ଖୋଜି ବୁଲୁଥିଲେ। ତାଙ୍କ ତୃତୀୟ ହତ୍ୟାର ଶିକାର ହୋଇଥିଲେ ୧୯ ବର୍ଷୀୟା ବାସନ୍ତୀ ଗୌଡ଼େ। ପୋଣ୍ଡାର ବାସନ୍ତୀ ଜଣେ ଗରିବ ଚାକରାଣୀ ଥିଲେ। ପର ଘରେ କାମ କରି ଦୁଇପଇସା ରୋଜଗାର କରୁଥିଲେ। ମହାନନ୍ଦ ତାଙ୍କୁ ୫୦,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୧୯୯୫ ସେପ୍ଟେମ୍ବର ୧୧ରେ ବାସନ୍ତୀଙ୍କୁ ସେ ଶାନ୍ତିନଗରସ୍ଥିତ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ଏହା ପରଠୁ ବାସନ୍ତୀଙ୍କୁ ଆଉ ଦେଖାଯାଇ ନ ଥିଲା। ଏପରି କି ତାଙ୍କ ମୃତଦେହ ମଧ୍ୟ ଠାବ ହୋଇପାରି ନ ଥିଲା।
ଏପ୍ରିଲ ୨୧ରେ ପୁଣି ଗିରଫ ହେବା ପରେ ମହାନନ୍ଦ ହତ୍ୟା ପଛର କାରଣ ପୋଲିସକୁ ଜଣାଇଥିଲେ। ଜଣେ ବ୍ୟବସାୟୀର ପରିଚୟ ଦେଇ ସେ ଯୁବତୀଙ୍କୁ ଫସାଉଥିଲେ। ପ୍ରତି ଥର ନିଜ ନାମ ବଦଳାଇ କହୁଥିଲେ। ଯେପରି କି ଗୁଲାବୀଙ୍କ ସହ କଥା ହେବାବେଳେ ନିଜକୁ ଗୋବିନ୍ଦ ବୋଲି କହିଥିଲେ। ୨୦୦୯ରେ ତାଙ୍କ ଶେଷ ଶିକାର ହୋଇଥିବା ଯୋଗିତାଙ୍କୁ ମହାନନ୍ଦ ନିଜ ନାମ ଯୋଗେଶ ବୋଲି କହିଥିଲେ। ଯେଉଁ ଯୁବତୀ ତାଙ୍କ ଜାଲରେ ଫସୁଥିଲେ, ତାଙ୍କୁ ସେ କହୁଥିଲେ, ତୁମେ ମୋ ବାପାଙ୍କ ପସନ୍ଦ। ତୁମେ ମୋ ସ୍ତ୍ରୀ ହେବ। ସେମାନଙ୍କ ଆଗରେ ମହାନନ୍ଦ ଗୋଟିଏ ସର୍ତ୍ତ ବାଢ଼ୁଥିଲେ, ମୋ ଭଉଣୀ ଓ ଆଣ୍ଟିଙ୍କ ସାମ୍ନାକୁ ଯିବା ପର୍ଯ୍ୟନ୍ତ ବିବାହ କରିବା ନେଇ କାହାକୁ କିଛି କହିବ ନାହିଁ। ଗଲାବେଳକୁ ସୁନା ଅଳଙ୍କାର ପିନ୍ଧିକି ଆସିବ। ଏହି ସର୍ତ୍ତରେ ଯିଏ ରାଜି ହେଉଥିଲେ ତାଙ୍କୁ ସେ ଲୁଟ୍‌ କରିବା ପରେ ତଣ୍ଟିରେ ଦୁପଟ୍ଟା ଭିଡ଼ି ଜୀବନରେ ମାରିଦେଉଥିଲେ। ଏଥିପାଇଁ ମହାନନ୍ଦ ‘ଦୁପଟ୍ଟା କିଲର’ ନାମରେ କୁଖ୍ୟାତ।
ଜେଲରେ ୧୪ ବର୍ଷ ବିତାଇସାରିଥିବା ମହାନନ୍ଦଙ୍କୁ ବର୍ତ୍ତମାନ ୫୪ ବର୍ଷ। ଯୋଗିତା ନାଏକଙ୍କ ମାମଲା ସାମ୍ନାକୁ ଆସିବା ପରେ ଲୋକେ ଶିରୋଡାସ୍ଥିତ ତାଙ୍କ ଘରେ ନିଅଁା ଲଗାଇଦେଇଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ତାଙ୍କ ସ୍ତ୍ରୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା। ଏହି ହତ୍ୟାକାରୀଙ୍କ କାହାଣୀକୁ ନେଇ ‘ମହାନନ୍ଦ: ମଣିଷ ନା ସଇତାନ’ ଶୀର୍ଷକ ନାଟକ ଦର୍ଶକ ମହଲରେ ଖୁବ୍‌ ଲୋକପ୍ରିୟ ହୋଇଛି। ୨ଟି ହତ୍ୟା ପାଇଁ ସେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଅବଶିଷ୍ଟ ୧୪ ମାମଲା ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri