ଗୋବର ଘଷିରେ ଶବଦାହ ବନାମ ଜୈବ ଚାଷ

ସ୍ବର୍ଗଦ୍ବାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ଶବଦାହ ହେବ ବୋଲି ନିକଟରେ ସରକାର ସୂଚନା ଦେଇଛନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବଦାହରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଅବଶ୍ୟ ଆମର ଏତେ ଅଧ୍ୟୟନ ନାହଁ ଯେ ଶାସ୍ତ୍ରରେ ଏଭଳି ବ୍ୟବସ୍ଥା ଅଛି ବୋଲି । ଆମେ ହେତୁ ପାଇଲା ବେଳୁ ଦେଖି ଆସୁଛୁ ହିନ୍ଦୁ ଧର୍ମରେ ଶବକୁ କାଠରେ ଦାହ କରାଯାଏ ଆଉ ଯେଉଁମାନେ ମୁନି, ଋଷି, ସନ୍ନ୍ୟାସୀ ଓ ଧର୍ମଗୁରୁ ସେମାନଙ୍କ ମରଶରୀରକୁ ସମାଧି ଦିଆଯାଏ। କାଠରେ ପୋଡ଼ିବା ଶାସ୍ତ୍ରସମ୍ମତ ହୋଇ ନ ଥିଲେ ମନବୋଧ ଚଉତିଶାରେ କବି ଭକ୍ତ ଚରଣ ଦାସ ଲେଖି ନ ଥାନ୍ତେ:
”ଛୁଇଁବେ ନାହଁ ତୋତେ ବୋଲିବେ ମଡ଼ା,
ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା।“
ଯଦି କାଠ ଅଭାବକୁ ଦୂର କରିବା ପାଇଁ ଚାହୁଛନ୍ତି ତେବେ କାଠ ପରିବର୍ତ୍ତେ ବିଦ୍ୟୁତ ଚୁଲାରେ ଶବଦାହ କରାଯାଉ। ଘଷିରେ ଜୁଇ ପ୍ରସ୍ତୁତ କରି ଶବଦାହ କେତେ ସଫଳତାର ସହ ହୋଇପାରିବ ସେ ପ୍ରଶ୍ନ ଆମେ ଉତ୍ଥାପନ କରୁନାହୁଁ। ଆମର ପ୍ରଶ୍ନ ହେଲା ଏବେ ବିଶ୍ୱ ସାରା ଜୈବ କୃଷି ପ୍ରତି ଗୁରୁତ୍ୱ ଦିଆଯାଉଛି। ଗୋବରକୁ ଖତ ରୂପେ ବ୍ୟବହାର ନ କରି ଶବଦାହରେ ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ? ଏବେ ୁ ଚାଷୀମାନେ ବଳଦ ରଖୁନାହାନ୍ତି, ଯାହାଫଳରେ ଗୋବର ଖତର ଅଭାବ ପଡୁଛି। ବିକଳ୍ପ ଜୈବ ଖତ ଅଧିକ ମୂଲ୍ୟ ହେଉଥିବାରୁ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇ ଚାଷକୁ ଲାଭଜନକ କରିପାରିବ ନାହିଁ। ଏପରି ସ୍ଥିତିରେ ଗୋଶାଳାରେ ଗୋବରରୁ ଘଷି ପ୍ରସ୍ତୁତ କରି ସ୍ବର୍ଗଦ୍ୱାରରେ ଶବଦାହ କରିବା ଏକ ଠିକ ନିଷ୍ପତ୍ତି ନୁହେଁ।
ଗୋ ସୁରକ୍ଷା ଓ ଗୋଶାଳା ବୃଦ୍ଧିକୁ ସରକାର ଗୁରୁତ୍ୱ ଦେଉଥିବା ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଥିବା ସ୍ବାଗତଯୋଗ୍ୟ। କିନ୍ତୁ ଏହି ପରିପ୍ରେକ୍ଷୀରେ ଗୋ ସୁରକ୍ଷା ଓ ଗୋପାଳନ ଏବଂ ଗୋସମ୍ବନ୍ଧୀୟ କୃଷି ଉତ୍ପାଦନ ସମ୍ବନ୍ଧିତ ଅନେକ ସମସ୍ୟା ରହିଛି,ଯାହାକୁ ସରକାର ଦୃଷ୍ଟି ଦେବା ଆବଶ୍ୟକ।
ଓଡ଼ିଶାରେ ଗୋହତ୍ୟା ନିରୋଧ ଆଇନ ୧୯୬୦ରେ ପାରିତ ହୋଇଛି। ଏହି ଆଇନ ଅନୁଯାୟୀ ଗାଈ କିମ୍ବା ଷଣ୍ଢ ଅବା ବଳଦଙ୍କୁ ହତ୍ୟା କରାଯାଇ ପାରିବ ନାହଁ ଯେପର୍ଯ୍ୟନ୍ତ ଅଧିକୃତ ଅଧିକାରୀ ସାର୍ଟିଫିକେଟ ଦେବେ ନାହଁ ଯେ ଗାଈ,ବଳଦ ଅବା ଷଣ୍ଢ ନିଜ ନିଜର କାମ ସମାପନ କରିବାକୁ ଅକର୍ମଣ୍ୟ ହୋଇପଡ଼ିଛନ୍ତି। କଥା ହେଲା ଗାଈ,ବଳଦ,ଷଣ୍ଢ ରଖିଥିବା ଚାଷୀଟିଏ କ’ଣ ଏହି ସାର୍ଟିଫିକେଟ ଯୋଗାଡ଼ କରିପାରିବ? ସାଧାରଣତଃ କଂସେଇଖାନାର ମାଲିକମାନେ ଏହି ଅକର୍ମଣ୍ୟ ଗୋରୁଙ୍କୁ ଏଜେଣ୍ଟମାନଙ୍କ ମାଧ୍ୟମରେ କିଣି ନେଇ ଆବଶ୍ୟକ ସାର୍ଟିଫିକେଟ ସଂଗ୍ରହ କରୁଥିବେ। କିନ୍ତୁ ଯେଉଁମାନେ ଅକର୍ମଣ୍ୟ ଗୋରୁ କିଣୁଛନ୍ତି,ସେମାନେ ସମୟ ସମୟରେ ବେଆଇନ ଗୋରୁ ଚାଲାଣ କରୁଛନ୍ତି ବୋଲି ସର୍ବସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି। ତେଣୁ ଗୋପାଳନ କରୁଥିବା ଚାଷୀମାନେ ଅକର୍ମଣ୍ୟ ଗୋରୁଙ୍କୁ ବିକିବାକୁ ସମସ୍ୟାର ସମ୍ମୁଖୀନ ହୋଇ ଗାଈ ପାଳନ ପାଇଁ ଆଗଭର ହେଉନାହାନ୍ତି। ଆଇନରେ ଆଉ ଏକ ପ୍ରାବଧାନ ଅଛି, ସରକାର କିମ୍ବା ସରକାରଙ୍କ ସମ୍ମତିରେ ଯଦି କୌଣସି ଅନୁଷ୍ଠାନ ଗଢା ଯାଇଥାଏ ଗୋରୁମାନଙ୍କ ଯତ୍ନ ନେବାକୁ, ଯେପରି ଗୋଶାଳା, ସେହି ଗୋଶାଳାର ଗୋପାଳକ ଅକର୍ମଣ୍ୟ ଗୋରୁଙ୍କୁ ଦାଖଲ କରିପାରିବ, କିନ୍ତୁ ଗୋଶାଳାରେ ସେହି ଅକର୍ମଣ୍ୟ ଗୋରୁଙ୍କୁ ରଖିବା ପାଳିବା ପାଇଁ ଚାଷୀଙ୍କୁ ଆବଶ୍ୟକ ଖର୍ଚ୍ଚ ଜମା ଦେବାକୁ ପଡ଼ିବ। ଜଣେ ଚାଷୀ ଏ ଖର୍ଚ୍ଚ ଦେଇପାରିବ?
ଏ ତ ଗଲା ଅକର୍ମଣ୍ୟ ଗୋରୁଙ୍କ କଥା । ଏବେ ଯେଉଁମାନେ ଗାଈ ପାଳୁଛନ୍ତି, ଯଦି ଗାଈ ଅଣ୍ଡିରା ବାଛୁରି ଜନ୍ମ କଲା ତା’ ମୁଣ୍ଡରେ ଚଡ଼କ ପଡ଼ିଲା।
ଚାଷ ପାଇଁ ଆଉ ବଳଦ ଦରକାର ହେଉ ନ ଥିବାରୁ ଆଉ ଆଇନ ଅନୁଯାୟୀ କଂସେଇକୁ ବିକି ପାରୁ ନ ଥିବାରୁ ଅନ୍ୟ ଉପାୟ ନ ପାଇ ଅଣ୍ଡିରା ବାଛୁରିକୁ ଷଣ୍ଢ କରି ଛାଡ଼ି ଦେଉଛନ୍ତି। ଏହି ଷଣ୍ଢମାନେ ଫସଲ ନଷ୍ଟ କରି ଚାଷୀର ଆୟ କମାଇ ଦେଉଛନ୍ତି। କେତେକ ଗୋପାଳକ ଗାଈକୁ ପଦାରେ ବୁଲି ଚରିବାକୁ ଛାଡି ଦେଉଛନ୍ତି ସହରମାନଙ୍କରେ। ଏହି ଗାଈ ଠିକ୍‌ ଭାବରେ ଖାଇବାକୁ ପାଉନାହାନ୍ତି ଏବଂ ସହରରେ ଲୋକଙ୍କ ବଗିଚାରେ ପଶି ବଗିଚା ନଷ୍ଟ କରୁଛନ୍ତି। ଟ୍ରାଫିକ ସମସ୍ୟା ସୃଷ୍ଟି କରି ଦୁର୍ଘଟଣା ଘଟାଉଛନ୍ତି। ରାସ୍ତାରେ ଗୋବର ଓ ମୂତ୍ର ତ୍ୟାଗ କରି ପରିବେଶ ନଷ୍ଟ କରୁଛନ୍ତି। ଗ୍ରାମାଞ୍ଚଳରେ ଧାନକଟା ପରେ ଅନେକ ଅଞ୍ଚଳରେ ଗୋରୁମାନଙ୍କୁ ଛାଡ଼ି ଦେଉଛନ୍ତି ଗୋପାଳକମାନେ। ଖୋଲାରେ ଗୋରୁ ରବି ଫସଲ ବିଶେଷ କରି ମୁଗ,ବିରି ଫସଲକୁ ଖାଇ ନଷ୍ଟ କରିଦିଅନ୍ତି। ତେଣୁ ଅନେକ କ୍ଷେତ୍ରରେ ଚାଷୀମାନେ ମୁଗ ଚାଷ କରନ୍ତି ନାହଁ, ଯେଉଁମାନେ କରନ୍ତି ସେମାନଙ୍କର ଅମଳ କମିଯାଏ।
ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ସରକାର ଗଠନ କରିଛି। ଏହି ପାଞ୍ଚ ବର୍ଷ ଶାସନକାଳ ମଧ୍ୟରେ ଗୋ ସୁରକ୍ଷା ସହିତ କୃଷିର ଦୀର୍ଘମିଆଦୀ ବିିକାଶ ପାଇଁ ନିମ୍ନୋକ୍ତ ପଦକ୍ଷେପ ନେଲେ ଓଡ଼ିଶାରେ କୃଷି ତଥା କୃଷି ଆନୁଷଙ୍ଗିକ ବୃତ୍ତିର ବିକାଶ ହୋଇ ବେକାରି ଓ ଦାରିଦ୍ର୍ୟ ଦୂର ହୁଅନ୍ତା।
କେତେଗୋଟି ହାତଗଣତି ଗୋଶାଳା ସାରା ରାଜ୍ୟର ଗୋ ସମ୍ପଦ ଓ କୃଷି ବିକାଶର ସମନ୍ବିତ ବିକାଶ ଆଣିପାରିବ ନାହିଁ। ସୁତରାଂ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଅନ୍ତତଃ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖା ଗୋଶାଳା ସ୍ଥାପନ କରିବାର ଲକ୍ଷ୍ୟ ରଖି ଏବେଠାରୁ କାମ କରିବାକୁ ହେବ। ସାରା ରାଜ୍ୟର ଗୋଶାଳା ପାଇଁ ଏକ ରାଜ୍ୟସ୍ତରୀୟ ଟ୍ରଷ୍ଟ ଗଠନ କରାଯାଉ। ଏହି ଟ୍ରଷ୍ଟ ପର୍ଯ୍ୟାୟକ୍ରମେ ବ୍ଲ୍ଳକରେ ବ୍ଲକ୍‌ସ୍ତରୀୟ ଗୋଶାଳା ସ୍ଥାପନ କରିବାର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁ। ଗୋଶାଳା ପରିଚାଳନା ପାଇଁ ଅର୍ଥ ବରାଦ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ, ସିଏସଆର୍‌ ପାଣ୍ଠି, ସରକାରୀ ଅନୁଦାନରୁ ହେଉ। ଯଦି ଆବଶ୍ୟକ ପଡ଼େ ସରକାର ସତନ୍ତ୍ର ଟିକସ ବସାନ୍ତୁ ଗୋଶାଳା ଖର୍ଚ୍ଚ ମେଣ୍ଟାଇବା ପାଇଁ। ମହାତ୍ମା ଗାନ୍ଧୀ ମଧ୍ୟ ଗୋଶାଳା ପରିଚାଳନାର କିଛି ଭାଗ ଟିକସରୁ ଆଦାୟ କରିବା ପାଇଁ ମତ ରଖିଥିଲେ।
ଗୋଶାଳା ମଧ୍ୟ ବ୍ୟବସାୟିକ ଭିତ୍ତିରେ ଗାଈ ରଖି ଦୁଗ୍ଧ ଉତ୍ପାଦନ କରି ବିକିବା ସହ ଦୁଗ୍ଧଜାତ ଦ୍ରବ୍ୟ ବିକନ୍ତୁ। ଛେଳି, ମେଣ୍ଢା ବ୍ୟବସାୟିକ ଭିତ୍ତିରେ ପାଳନ୍ତୁ ।
ଗୋଶାଳା ଗୋବରରୁ ଖତ ପ୍ରସ୍ତୁତ କରି ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିକନ୍ତୁ। ଗୋବର ଗ୍ୟାସ ବାହାର କରି ସିଲିଣ୍ଡରରେ ବଟଲିଂ କରି ଏଲପିଜି ଗ୍ୟାସ ପରି ବିକନ୍ତୁ। ଗୋବର ଗ୍ୟାସ ପ୍ଲାଣ୍ଟରୁ ବାହାରୁ୍‌ଥିବା ସ୍ଳରୀ ଅତି ଉତ୍କୃଷ୍ଟ ଖତ। ତାକୁ ପ୍ୟାକେଜିଂ କରି ଚାଷୀମାନଙ୍କୁ ବିକନ୍ତୁ। ଗୋରୁ ମରିଗଲେ ଆଧୁନିକ ଜ୍ଞାନକୌଶଳରେ ଚମଡା ଉତାରି ପ୍ରକ୍ରିୟାକରଣ କରି ବିଭିନ୍ନ ପ୍ରକାର ଚମଡା ଜାତ ଦ୍ରବ୍ୟ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ରାଜ୍ୟର ଗୋଟିଏ ଦୁଇଟି ଗୋଶାଳାର ଟ୍ୟାନେରୀ ହେଉ। ଗୋରୁର ହାଡ଼ରୁ ହାଡ଼ଗୁଣ୍ଡ ପ୍ରସ୍ତୁତ କରି ସାର ରୂପେ ବ୍ୟବହାର ହେଉ। ଗୋଶାଳାର ନିଜସ୍ବ ଆୟ ଗୋଶାଳାକୁ ଆତ୍ମନିର୍ଭର କରିପାରିବ। ଗୋଶାଳା ଗୋସୁରକ୍ଷା ଦେବା ସହିତ କୃଷି କ୍ଷେତ୍ରକୁ ଜୈବ ସାର ଯୋଗାଇବ,ବୁଲା ଗୋରୁ ଦାଉରୁ ଫସଲକୁ ରକ୍ଷା କରିବ, ଅକର୍ମଣ୍ୟ ଗୋରୁର ଦାୟିତ୍ୱ ଚାଷୀ ଉପରେ ପଡ଼ିବ ନାହଁ। ଆମର ଗୋସମ୍ପଦର ବିକାଶ ହେବ, କୃଷି ଉତ୍ପାଦନ ବଢ଼ିବ। ତେଣୁ ଗୋବର ଘଷିରେ ଶବଦାହ କରି କୃଷି ପାଇଁ ଗୋବର ଖତର ସଂକଟ ସୃଷ୍ଟି ନ କରି ବିଦ୍ୟୁତ ଚୁଲାରେ ଶବଦାହର ବ୍ୟବସ୍ଥା କରି ଆମ ଗୋଶାଳା ସମ୍ପ୍ରସାରଣ ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ।

ନଟବର ଖୁଣ୍ଟିଆ

ଏ/୫୦୨, ମୋତି ବ୍ଲକ, ତୋଷାଳି ଆପାର୍ଟମେଣ୍ଟ, ସୂର୍ଯ୍ୟନଗର, ଭୁବନେଶ୍ବର
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri