ଡମ୍ପିଂ ୟାର୍ଡ ଭ୍ରମ ସୃଷ୍ଟି କରୁଛି ନୋଡାଲ ଆର୍‌ସିଡି ହାଇସ୍କୁଲ

ନବରଙ୍ଗପୁର, ୧୮ା୬(ସଦାଶିବ ପ୍ରହରାଜ) ୫-ଟି ମାଧ୍ୟମରେ ହାଇସ୍କୁଲଗୁଡ଼ିକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରଣ କରାଯାଉଛି। ଏହାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିବାକୁ ୫-ଟି ସଚିବ ପ୍ରତ୍ୟେକ ଉଦ୍‌ଘାଟନ ସମୟରେ କହୁଛନ୍ତି। ତେବେ ଏହାର ଓଲଟା ଚିତ୍ର ନବରଙ୍ଗପୁର ସଦର ମହକୁମା ନୋଡାଲ ଆର୍‌ସିଡି ହାଇସ୍କୁଲରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ନୋଡାଲ ଆର୍‌ସିଡି ହାଇସ୍କୁଲକୁ ୨ ବର୍ଷ ତଳେ ରୂପାନ୍ତରଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ସେଠାରେ ଖଞ୍ଜାଯାଇଥିବା ସିମେଣ୍ଟ ଚେୟାରଗୁଡିକ ଭାଙ୍ଗିଗଲାଣି। ଡାଇନିଂ ହଲ୍‌ ନିକଟରେ ଅରମାବଣ ଦେଖାଦେଇଛି। ସେଠାରେ କରାଯାଇଥିବା ସୁନ୍ଦର ଡିଜାଇନ ସବୁ ଶିଉଳି ଖାଇ କଳା ପଡ଼ିଗଲାଣି। କିଛିବର୍ଷ ପୂର୍ବରୁ ଚକାଚକ କରୁଥିବା ହାଇସ୍କୁଲଟି ଏବେ ଲୋକଙ୍କ ଆଖିକୁ ଅସୁନ୍ଦର ଦେଖାଯାଉଛି। ହାଇସ୍କୁଲର ଶ୍ରେଣୀଗୃହ ଓ ହଷ୍ଟେଲ ପଛପାଖରେ ଏକ ଡମ୍ପିଂ ୟାର୍ଡ ଭଳି ଅନେକ ଜିନିଷ ରଖାଯାଇଛି। ସେଠାରେ ୧୦୦ରୁ ଅଧିକ ହାତଧୁଆ ବେସିନ୍‌ ବର୍ଷେ ହେବ ପଡି ରହିଛି। ସେଗୁଡିକ ଏବେ ଖତ ଖାଇଗଲାଣି। ତତ୍କାଳୀନ ନବରଙ୍ଗପୁର ବିଇଓ ମଧ୍ୟାହ୍ନଭୋଜନ ପରେ ଛାତ୍ରୀଛାତ୍ର ହାତ ଧୋଇବା ପାଇଁ ଏକ ବ୍ୟବସାୟୀଙ୍କୁ କହି ବେସିନ ଅଣାଇଥିଲେ। କିଣିବା ପାଇଁ ଅନୁମୋଦନ ନ ମିଳିବାରୁ ତାହାକୁ ଆର୍‌ସିଡି ହାଇସ୍କୁଲ ବାଳିକା ବିଭାଗ ପରିସରରେ ପ୍ରାୟ ଏକ ବର୍ଷ ହେବ ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସମଗ୍ର ଶିକ୍ଷା ପ୍ଲାନିଂ କୋଅର୍ଡିନେଟର ପ୍ରଦୀପ୍ତ ଷଡଙ୍ଗୀ, କନିଷ୍ଠ ଯନ୍ତ୍ରୀ ଉର୍ଜା ଦୀପଙ୍କୁ ପଚାରିବାରୁ ସେମାନଙ୍କ ନିକଟରେ ଖବର ନ ଥିବା କହିଛନ୍ତି। ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକଙ୍କୁ ପଚାରିବାରୁ ବିଗିଡ଼ିଥିଲେ। ୫-ଟି ବିଦ୍ୟାଳୟରେ ଏହା ଲଗାଇବାକୁ ମଗାଯାଇଥିଲା। ପସନ୍ଦ ନ ହେବାରୁ ଦୋକାନୀ ଛାଡ଼ିଦେଇ ଚାଲି ଯାଇଛନ୍ତି। ବର୍ଷେ ନୁହେଁ ୬ ମାସ ହେବ ଏହା ପଡ଼ି ରହିଛି। ଦୋକାନୀ ସେ ସବୁ ନେଇଯିବେ ବୋଲି ପ୍ରଦାନ ଶିକ୍ଷୟିତ୍ରୀ କହିଛନ୍ତି। ଦୋକାନୀଙ୍କୁ ସେଠାରୁ ବେସିନ ଉଠାଇ ନେବାପାଇଁ ଚିଠି କରାଯାଇଛି କି ବୋଲି ପ୍ରଶ୍ନ କରିବାରୁ କାହାର କିଛି ଅସୁବିଧା ହେଉଛି କି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପାଲଟା ପ୍ରଶ୍ନ କରିଥିଲେ। କେଉଁ ଦୋକାନୀ ଓ ଏଜେନ୍ସି ବେସିନ ଆଣିଥିଲେ ପଚାରିବାରୁ ସେ ଦୋକାନୀଙ୍କ ନାଁ କହି ନ ଥିଲେ। ପଡିରହିଥିବା ବେସିନଗୁଡିକ ଆସିଲା କେଉଁଠୁ, କିଏ ଆଣି ରଖିଛି ଓ କେଉଁ ବ୍ୟକ୍ତି ମଗାଇଥିଲେ ତାହାର ତଦନ୍ତ କରିବାକୁ ଦାବି ହେଉଛି। ଏନେଇ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri