ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ ଏବଂ ସସ୍ତୁଳିତ ପରିବେଶ ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପସନ୍ଦ କରିଥାନ୍ତି।

ପର୍ଯ୍ୟଟନ କେନ୍ଦ୍ର ମଧ୍ୟରେ ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ କଫି ବଗିଚା, ଶାନ୍ତ ଉପତ୍ୟକା, ହିଲ୍‌ ଏ ଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ , ଡୁଲୁରୀ ପାଇନ୍‌ ବଣ ଭଳି ଅତ୍ୟନ୍ତ ମନୋରମ ସ୍ଥାନ ରହିଛି। ହେଲେ ରକ୍ଷଣାବେକ୍ଷଣ ତଥା ପ୍ରଶାସନର ଆନ୍ତରିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ହୋଇପାରୁନାହିଁ। କେବଳ ଇକୋରିଟ୍ରିଟ୍‌କୁ ଜିଲା ପ୍ରଶାସନ ଆଗ୍ରହ ପ୍ରକାଶ କରୁଥିବାବେଳେ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରତି ଗୁରୁତ୍ୱ ଦେଉ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି। ପୂର୍ବରୁ ଦାରିଙ୍ଗବାଡ଼ିକୁ ଥରେ ଯିଏ ଆସି ବୁଲି ଯାଇଥାଏ ସେ ବାରମ୍ବାର ଆସିବାକୁ ପସନ୍ଦ କରିଥାନ୍ତ। କିନ୍ତୁ ଏବେ ପର୍ଯ୍ୟଟକଙ୍କ ମନରେ ଧିରେ ଧିରେ ଦାରିଙ୍ଗବାଡ଼ି ଆସିବାକୁ ପୂର୍ବଭଳି ଇଚ୍ଛା ପ୍ରକାଶ କରୁ ନ ଥିବା ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କହିଛନ୍ତି।

ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକେନ୍ଦ୍ର ମଧ୍ୟରେ ଡୁଲୁରୀ ପାଇନ୍‌ ବଣ ଅନ୍ୟତମ। ଯେଉଁଠି ଏହି ଶୀତରୁତୁରେ ବଣ ଭୋଜି କରିବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି। ଏଠାରେ ଡିସେମ୍ବରରେ ୧୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବଣ ଭୋଜି କରି ମଜା ନେବା ପାଇଁ କ୍ଷେତ୍ର ରହିଛି। ଲମ୍ବା ଲମ୍ବା ପାଇନ୍‌ ଗଛର ସୌନ୍ଦର୍ଯ୍ୟ ଏବଂ ସିମେଣ୍ଟରେ ପିଣ୍ଡି କରାଯାଇଛି। ସେଠାରେ ପର୍ଯ୍ୟଟକ ବସିବା ସହ ରୋଷେଇ କରି ଖାଇବା ବ୍ୟବସ୍ଥା ବି ରହିଛି।

ସେହିପରି ପାଇନ୍‌ ବଣ ମଧ୍ୟରେ ବୁଲାବୁଲି କରିବା ପାଇଁ ମାଟିରାସ୍ତା ରହିଛି। ହେଲେ ଏବେ ଲଘୁଚାପ ଜନିତ ବାରମ୍ବାର ବର୍ଷା ଯୋଗୁ ରାସ୍ତାଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହ କର୍ଦ୍ଦମାକ୍ତ ହୋଇପଡ଼ିଛି। ଯଦ୍ଦ୍ବାରା ଏବେ ଡୁଲୁରୀ ପାଇନ୍‌ ବଣ ଭିତରେ ବୁଲିବା ମୁସ୍କିଲ ହୋଇପଡ଼ିଛି। ସେହିପରି ପର୍ଯ୍ୟଟକମାନଙ୍କ ପାଇଁ ଶୌଚାଳୟ ନାହିଁ। ତେଣୁ ପ୍ରଶାସନ ସେଠାରେ ଶୌଚାଳୟ ନିର୍ମାଣ କରିବାକୁ ପର୍ଯ୍ୟଟକଙ୍କ ସମେତ ଅଞ୍ଚଳବାସୀ ଏବଂ ସଫେଇ ଦାୟିତ୍ୱରେ ରହିଥିବା ମହିଳା ଗ୍ରୁପ୍‌ର ସଦସ୍ୟମାନେ କହିଛନ୍ତି।

ଏନେଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେ କେବଳ ପାଇନ୍‌ ବଣଟି ତାଙ୍କ ଅଧିନରେ ରହିଛି। ଉନ୍ନୟନ କାର୍ଯ୍ୟ ବ୍ଲକ ପ୍ରଶାସନ ହାତରେ ରହିଛି। ତେଣୁ ସେ ବିଡିଓଙ୍କୁ କହି ରାସ୍ତାର ବିକାଶ କରାଇବେ ବୋଲି କହିଛନ୍ତି। ଏନେଇ ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ମରାମତି କାର୍ଯ୍ୟ ସହ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅରୁଣ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri