ଦୁଲୁକାଇବ ରାବଣ ଦରବାର

 

ଅନୁଗୋଳ ଅଫିସ, ୨୧।୯: ସରିଆସୁଛି ସାଜସଜ୍ଜା। ମା’ ଦୁର୍ଗାଙ୍କୁ ଆବାହନ ପାଇଁ ପ୍ରସ୍ତୁତ ହେଉଛି ଅନୁଗୋଳ ସହରର ପୁରାତନ ପୂଜା ଅନୁଷ୍ଠାନ ହେମସୁରପଡ଼ା ଦୁର୍ଗାପୂଜା କମିଟି। ଚଳିତବର୍ଷ ୫୮ ବର୍ଷରେ ପାଦ ଥାପିବାକୁ ଯାଉଥିବା ଏହି କମିଟି ପକ୍ଷରୁ ପ୍ରଥମେ ୧୯୬୪ ମସିହାରେ ପୂଜା ଆୟୋଜନ କରାଯାଇଥିଲା। ୧୨ ବର୍ଷ ଧରି ମଣ୍ଡପରେ ଶିବ ପାର୍ବତୀଙ୍କ ମୂର୍ତ୍ତି କରାଯାଇଥିଲା। ହେଲେ ଏହାପରଠାରୁ ୪୬ ବର୍ଷ ହେବ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। କରୋନା ପାଇଁ ଗତ ୨ବର୍ଷ ପରେ ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ଥିବାରୁ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଉସତ୍ାହିତ ଅଛନ୍ତି।
ଚଳିତବର୍ଷ ପୂଜାକୁ ଆକର୍ଷଣୀୟ କରିବାକୁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧ ତାରିଖରେ ମା’ଙ୍କ ବେଲବରଣ ସହ କଳସଯାତ୍ରା କରାଯିବ। ୨ ତାରିଖ ସପ୍ତମୀ ପୂଜାରେ ସକାଳେ ଚକ୍ଷୁଦାନ ସହ ସୂର୍ଯ୍ୟପୂଜା, ଚଣ୍ଡିପୂଜା ଅନୁଷ୍ଠିତ ହେବ ହେବ। ଅଷ୍ଟମୀରେ ଅଷ୍ଟମୀ ବ୍ରତ ସହ ସନ୍ଧିପୂଜା କରାଯିବ। ନବମୀରେ କୁମାରୀ ପୂଜା ସହ ମା’ଙ୍କ ନିକଟରେ ମାଛ ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବ। ଦଶମୀରେ ରାବଣପୋଡ଼ି କରାଯାଇ ଲୋକଙ୍କ ମନରେ ଥିବା ଗର୍ବ ଓ ଅହଂକାରକୁ ଶେଷ କରାଯିବାର କାର୍ଯ୍ୟସୂଚୀ ରହିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବିଶେଷକରି ବୌଦ୍ଧରୁ ଆସିଥିବା କଳାକାରମାନେ ରାବଣ ଦରବାର ପ୍ରଦର୍ଶନ କରିବେ। ଏହା ପୂଜାରେ ମୁଖ୍ୟ ଆକର୍ଷଣ ସାଜିବ। ସେହିପରି ଭସାଣି ଉତ୍ସବରେ ଗଞ୍ଜାମର ଶଙ୍ଖ ସାଙ୍ଗକୁ ରଣପା, ରାୟଗଡ଼ାର ଆଦିବାସୀ ଢେମସା ନାଚ, ଘୁମୁରା, ପୁରୀର ନାଗାନାଚ, ଯୋଡ଼ି ଘୋଡ଼ା, ଜଗତସିଂହପୁର ଝଙ୍କଡ଼ମାଟିର ଘଣ୍ଟ ବାଦ୍ୟ ଓ ସାହିର ପାରମ୍ପରିକ ବାଘ ନୃତ୍ୟକୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି।

 

ସାଜସଜ୍ଜାରେ ପରିବର୍ତ୍ତନ ଆସିଛି
ପୂର୍ବଭଳି ପୂଜା ମଣ୍ଡପରେ ଆଉ ପାରମ୍ପରିକ ସାଜସଜ୍ଜା ଦେଖିବାକୁ ମିଳୁନାହିଁ। ପୂର୍ବରୁ ପଟିଲି ଓ ଡାଳପତ୍ରରେ ତୋରଣ କରାଯାଉଥିଲା। ହେଲେ ସମୟ ସହ ଖାପଖୁଆଇ ତାହାକୁ ପରିବର୍ତ୍ତନ କରାଯାଇଛି। ଡିଜିଟାଲ୍‌ ଯୁଗରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଖି ଖୋସି ହୋଇଗଲା ଭଳି ନିର୍ମାଣ କାର୍ଯ୍ୟ କରାଯାଉଛି।
-ସତ୍ୟାନନ୍ଦ ଦଳବେହେରା, ପୂଜା କମିଟି ସଭାପତି
ଭାଇଚାରା ରକ୍ଷା କରାଯାଉଛି
ହେମସୁରପଡ଼ା ପୂଜାରେ ପ୍ରତିବର୍ଷ ଭାଇଚାରା ଦେଖିବାକୁ ମିଳେ। ଏଠାରେ ହିନ୍ଦୁ ଓ ମୁସଲମାନ ଭାଇମାନେ ପୂଜାରେ ସାମିଲ ହୋଇଥାନ୍ତି। ଏହି ପରମ୍ପରା ଅତୁଟ ରହିଛି। ୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ହେଉଥିବାରୁ ଏହାକୁ ଆକର୍ଷଣୀୟ କରାଯିବାକୁ ସମସ୍ତ ପ୍ରୟାସ କରାଯାଉଛି।
-ବଳରାମ ଜେନା, ପୂଜା କମିଟି ସମ୍ପାଦକ
ଖର୍ଚ୍ଚ ୧୧ ଲକ୍ଷରେ ପହଞ୍ଚତ୍ଲାଣି
ପୂଜାକୁ ନେଇ ଉତ୍ସାହ ରହୁଥିଲେ ମଧ୍ୟ ପୂର୍ବରୁ ଖର୍ଚ୍ଚ ଏତେ ହେଉ ନ ଥିଲା। ଏବେ ପୂଜା ବଜେଟ୍‌ ୧୧ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ୫୮ ବର୍ଷ ପୁରୁଣା କମିଟି ହୋଇଥିଲେ ବି ହେମସୁରପଡ଼ାର ସ୍ବତନ୍ତ୍ର ପରିଚୟ ରହିଛି। ଚଳିତବର୍ଷ ମଧ୍ୟ ତାହାକୁ ବଜାୟ ରଖାଯିବ।
-ରବୀନ୍ଦ୍ର କୁମାର ଜେନା, ବରିଷ୍ଠ ସଦସ୍ୟ
ଟିଣ ଛପର ମଣ୍ଡପରେ ପୂଜା ଆୟୋଜନ ହେଉଥିଲା
ପୂର୍ବରୁ କେବଳ ମୂର୍ତ୍ତିକୁ ଛାଡ଼ିଦେଲେ ବାକି ସାଜସଜ୍ଜା ସାହିବାସୀଙ୍କୁ କରିବାକୁ ପଡ଼ୁଥିଲା। ଟିଣ ଛପର ମଣ୍ଡପରେ ପୂଜା ଆରମ୍ଭ କରାଯାଇଥିଲା। ଏବେ କିନ୍ତୁ ସେଭଳି ପରିସ୍ଥିତି ନାହିଁ। ଧୁମ୍‌ଧାମରେ ପୂଜା ପାଳନ ହେଉଛି। ଆକର୍ଷଣୀୟ କରିବାକୁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଉଛି।
-ବ୍ରହ୍ମାନନ୍ଦ ସ୍ବାଇଁ, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri