Categories: ଫୁରସତ

ମାଳ ବଦଳରେ ନୋଟ୍‌ର ଶେଯ ପିନ୍ଧିଲେ ପାକିସ୍ତାନୀ ବର! ଛିଡ଼ା ହେବା ମାତ୍ରେ…

ନିଜର ବିବାହକୁ ସ୍ମରଣୀୟ କରିବାକୁ କିଏ ବା ନ ଚାହେଁ। ଏଥିଲାଗି ଲୋକେ ଏବେ ବିଭିନ୍ନ କୌଶଳ ଆପଣାଉଛନ୍ତି। କାରଣ ଏହା ଜୀବନରେ ଥରଟିଏ ହୁଏ। ଏହି କ୍ରମରେ ଜଣେ ପାକିସ୍ତାନୀ ବର ତାଙ୍କ ବିବାହ ଦିନ ଏଭଳି କିଛି କରିଛନ୍ତି, ଯାହାର ଚର୍ଚ୍ଚା କେବଳ ତାଙ୍କ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ହେଉଛି। କାରଣଟି ହେଉଛି ସେ ବିବାହରେ ନୋଟ୍‌ର ଏତେ ବଡ଼ ମାଳ ପିନ୍ଧିଥିଲେ ଯେ ପୁରା ଷ୍ଟେଜ୍‌ ଘୋଡାଇ ହୋଇଯାଇଥିଲା।

ସୋସିଆଲ ମିଡିଆରେ ଏହି ପାକିସ୍ତାନୀ ବରଙ୍କ ଫଟୋ ବେଶ ଭାଇରାଲ ହେଉଛି। ଫଟୋରେ ସେ ଷ୍ଟେଜ୍‌ ଉପରେ ଛିଡ଼ା ହୋଇଥିବା ଦେଖାଯାଉଛି। ସେ ବଧୂଙ୍କ ଅପେକ୍ଷା କରିଛନ୍ତି। ହେଲେ ଲୋକଙ୍କ ଧ୍ୟାନ ତାଙ୍କ ଉପରେ କମ୍‌ ଏବଂ ତାଙ୍କ ମାଳ ଉପରେ ଅଧିକ ଦେଖାଯାଉଛି। ଏହାକୁ ଧରିବା ଲାଗି ତାଙ୍କ ସହ ଆହୁରି ଅନେକ ଲୋକ ଛିଡ଼ା ହେବାକୁ ପଡ଼ୁଛି।

ନୋଟ ମାଳ ଭିତରେ କେବଳ ତାଙ୍କର ମୁହଁ ହିଁ ଦେଖାଯାଉଛି। ଏହାଛଡ଼ା ପୁରା ଶରୀର ଘୋଡାଇ ହୋଇଯାଉଛି। ଏହାକୁ ତିଆରି କରିବା ଲାଗି ହଜାର ହଜାର ନୋଟ୍‌ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ହେଲେ ଏହାର ସଠିକ୍‌ ପରିମାଣ ଜଣାପଡ଼ି ନାହିଁ। ଫଟୋ ଭାଇରାଲ ହେବା ପରେ ଲୋକେ ମଜାଳିଆ କମେଣ୍ଟ ଦେଉଛନ୍ତି। ସେ ନୋଟ୍‌ର ମାଳ ନୁହେଁ ବରଂ ନୋଟ୍‌ର ଶେଯକୁ ପିନ୍ଧି ଦେଇଥିବା କହୁଛନ୍ତି।

Share