Posted inଖେଳ

ପଶ୍ଚିମାଞ୍ଚଳକୁ ଦୁଲୀପ୍‌ ଟ୍ରଫି ଟାଇଟଲ

କୋଏମ୍ବାଟୁର,୨୬ା୯(ପି.ଟି.) : ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ହରାଇବା ସହିତ ଦୁଲୀପ୍‌ ଟ୍ରଫି ହାତେଇ ନେଇଛି ପଶ୍ଚିମାଞ୍ଚଳ। ରବିବାର ଅନ୍ତିମ ଦିନରେ ପଶ୍ଚିମାଞ୍ଚଳକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିଲା। ସ୍ପିନର ସାମ୍ସ ମୁଲାନୀଙ୍କ ୪/୫୧ ବୋଲିଂ ବଳରେ ମ୍ୟାଚ୍‌କୁ ପ୍ରଥମ ଦୁଇ ସେସନ ମଧ୍ୟରେ ଜିତି ନେଇଥିଲା ପଶ୍ଚିମାଞ୍ଚଳ। ଦକ୍ଷିଣାଞ୍ଚଳ ସମ୍ମୁଖରେ ଅସମ୍ଭବ ୫୨୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ ୭୧.୨ ଓଭରରେ ୨୩୪ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୫୪/୬ରୁ ଖେଳ ଆରମ୍ଭ କରିଥିଲା ଦକ୍ଷିଣାଞ୍ଚଳ। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣାଞ୍ଚଳର ଟପ୍‌ ଅର୍ଡର ବ୍ୟାଟର ଅତୀତ ସେଠ୍‌ ଜୟଦେବ ଉନାଡ଼କଟଙ୍କ ଶିକାର ହୋଇଥିଲେ। ତେବେ ଦୁଇ ଅପରାଜିତ ବ୍ୟାଟର ଟି. ରବି ତେଜା ଓ ଆର. ସାଇ କିଶୋର ପ୍ରାୟ ଦୁଇ ଘଣ୍ଟା ଧରି ପଶ୍ଚିମାଞ୍ଚଳ ବୋଲରଙ୍କ ମୁକାବିଲା କରିଥିଲେ। ରବି ତେଜା ୯୮ ବଲ ଖେଳି ୫୩ ରନ୍‌ କରିଥିବା ବେଳେ ସାଇ କିଶୋର ୭ ରନ୍‌ କରିଥିଲେ। ମାତ୍ର ସାଇ କିଶୋର ୮୨ ବଲ୍‌ ଖେଳି ପଶ୍ଚିମାଞ୍ଚଳ ବୋଲରଙ୍କ ଦୃଢ଼ ମୁକାବିଲା କରିଥିଲେ। ସାମ୍ସ ମୁଲାନୀ ଅନ୍ତିମ ଦିନରେ ୩ଟି ଉଇକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରବି ତେଜା ଓ ସାଇ କିଶୋର ୫୭ ରନ୍‌ ଯୋଡ଼ିଥିଲେ। ପେସର ଚିନ୍ତନ ଗଜାଙ୍କ ବଲରେ ସାଇ କିଶୋର ପ୍ରିୟଙ୍କ ପାଞ୍ଚଲଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ପରବର୍ତ୍ତୀ ୩ ଉଇକେଟ ନେବା ସହିତ ସାମ୍ସ ମୁଲାନୀ ମ୍ୟାଚ୍‌ ସମାପ୍ତ କରିଥିଲେ। କ୍ରିଷ୍ଣାପ୍ପା ଗୋଥାମ୍‌ ୧୭ ରନ୍‌ କରିଥିବା ବେଳେ ଏହା କେବଳ ପରାଜୟ ବ୍ୟବଧାନ ହ୍ରାସ କରିଥିଲା। ଦ୍ୱିଶତକୀୟ ଇନିଂସ ପାଇଁ ଯଶସ୍ବୀ ଜୟସ୍ବାଲଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଜୟଦେବ ଉନାଡକଟଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଛି। ଏହାକୁ ମିଶାଇ ୧୯ ଥର ପାଇଁ ଦୁଲୀପ୍‌ ଟ୍ରଫି ଟାଇଟଲ ହାସଲ କରିଛି ପଶ୍ଚିମାଞ୍ଚଳ। ଉତ୍ତରାଞ୍ଚଳ ୧୮ ଥର ଟାଇଟଲ ବିଜୟୀ ହୋଇଥିବା ବେଳେ ଏହି ରେକର୍ଡ ସହିତ ପୂର୍ବରୁ ସମକକ୍ଷ ଥିଲା ପଶ୍ଚିମାଞ୍ଚଳ। ପ୍ରଥମ ଇନିଂସରେ ଦକ୍ଷିଣାଞ୍ଚଳ ୫୭ ରନ୍‌ରେ ଅଗ୍ରଣୀ ହାସଲ କରି ଦୃଢ଼ ସ୍ଥିତିରେ ଥିଲା। ତେବେ ଦ୍ୱିତୀୟ ଇନିଂସ୍‌ରେ ପଶ୍ଚିମାଞ୍ଚଳ ଓପ୍‌ନର ଯଶସ୍ବୀ ଜୟସ୍ବାଲ ୨୬୫ ଓ ସର୍ଫରାଜ ଖାନ୍‌ଙ୍କ ୧୨୭ ରନ୍‌ ବଳରେ ଦଳ ୫୨୮ ରନ୍‌ର ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୭୦/୧୦ (ହିତ୍‌ ପଟେଲ-୯୮, ଜୟଦେବ ଉନାଡକଟ-୪୭, ଆର. ସାଇ କିଶୋର-୫/୮୬, ବାସିଲ ଥାମ୍ପି-୨/୪୨)। ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ:୩୨୭/୧୦ (ବାବା ଇନ୍ଦ୍ରଜିତ-୧୧୮, ମନୀଷ ପାଣ୍ଡେ-୪୮, ଜୟଦେବ ଉନାଡକଟ-୪/୫୨, ଅତୀତ ସେଠ-୩/୫୧)। ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସ: ୫୮୫/୫ (ଯଶସ୍ବୀ ଜୟସ୍ବାଲ-୨୬୫, ସର୍ଫରାଜ ଖାନ୍‌-୧୨୭, ଆର. ସାଇ କିଶୋର-୨/୧୫୭, କ୍ରିଷ୍ଣାପ୍ପା ଗୋଥାମ-୨/୨୩୫)।
ଦକ୍ଷିଣାଞ୍ଚଳ ଦ୍ୱିତୀୟ ଇନିଂସ: ୨୩୪/୧୦ (ରୋହନ୍‌ କୁନ୍ନୁମଲ-୯୩, ଟି. ରବି ତେଜା-୫୩, ସାମ୍ସ ମୁଲାନୀ-୪/୫୧, ଜୟଦେବ ଉନାଡକଟ-୨/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?