ପୁନରୁଦ୍ଧାର ଅପେକ୍ଷାରେ ଦୁଃଖିଶ୍ୟାମ ଛତା ମଠ

ପୁରୀ ଅଫିସ,୨୧ା୧୦: ନୀଳାଚଳ କ୍ଷେତ୍ରରେ ଥିବା ୩୭୪ ମଠ ଓ ଆଶ୍ରମ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମଠ ହେଉଛି ଦୁଃଖିଶ୍ୟାମ ଛତାମଠ। ଦୁଃଖିଶ୍ୟାମ ଦାସ ପ୍ରଥମେ ପୁରୀ ଆସି ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଯେଉଁଠି ଛତା ପୋତି ଶ୍ରୀନୀଳଚକ୍ରଙ୍କୁ ଚାହିଁ ଧ୍ୟାନସ୍ଥ ହେଉଥିଲେ, ସେହି ସ୍ଥାନ ପରବର୍ତ୍ତୀ ସମୟରେ ଦୁଃଖିଶ୍ୟାମ ଛତା ମଠ ଭାବେ ପରିଚୟ ପାଇ ବିଖ୍ୟାତ ହୋଇଛି। ମଠର ଦକ୍ଷିଣ ପାର୍ଶ୍ୱରେ ଶ୍ରୀଲୋକନାଥ ମନ୍ଦିରକୁ ରାସ୍ତା ରହିଥିଲା। ସେହିପରି ଉତ୍ତରରେ ଗଜପତି ମହାରାଜାଙ୍କ ହାତୀଶାଳକୁ ସଂଯୋଗ କରୁଥିବା ରାସ୍ତା ‘ହାତୀ ଗୋହିରି’ ଥିଲା। ଏହି ମଠ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି।
ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ ଗଙ୍ଗଦେବ ୧୦୨୮ ମସିହାରେ ଶ୍ରୀମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଐତିହ୍ୟ ଅଛି ଯେ, ଅବସ୍ଥା ଚକ୍ରରେ ଗଜପତିଙ୍କ ଶରୀରରେ ବଡ଼ରୋଗ ଦେଖା ଦେଇଥିଲା। ସେ ଦୁଃଖିଶ୍ୟାମ ବାବାଙ୍କ ଆଶ୍ରୟ ନେଇଥିଲେ। ବାବା ସୁସ୍ଥ କରିଦେବା ପରେ ଛତାପୋତା ସ୍ଥାନ ସମେତ ୩୫ ଏକର ଜାଗା ତାଙ୍କୁ ଗଜପତି ମହାରାଜା ଦାନ କରିଥିଲେ। ସେହି ଜାଗା ମଧ୍ୟରୁ ଏବେ ମାତ୍ର ୦୯ ଏକର ରହିଛି। ବ୍ରହ୍ମଗିରିର ରେଣ୍ଢା ବରପଦା ଓ ସୁନାମୁହିଁ ବରପଦାରେ ମହାରାଜା ଜମି ଖଞ୍ଜିଦେଇଥିଲେ। ବାବା କେଉଁଠୁ ପୁରୀ ଆସିଥିଲେ ତା’ର ଇତିହାସ ନାହିଁ। ବାବା କିନ୍ତୁ ଆଉ ଶ୍ରୀକ୍ଷେତ୍ର ଛାଡ଼ି ଯାଇ ନ ଥିଲେ। ମାଙ୍କଡ଼ା ପଥରରେ ୩୫ ହାତର ମନ୍ଦିର ନିର୍ମାଣ କରି ଶ୍ରୀଲକ୍ଷ୍ମୀ ନାରାୟଣଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହ ଦାକ୍ଷିଣାତ୍ୟ ଶୈଳୀରେ ନିର୍ମିତ। ମନ୍ଦିର ମଧ୍ୟଭାଗରେ ବିଦାରଣ ନୃସିଂହଙ୍କ ଉପାସନା କରୁଥିଲେ। ଶ୍ରୀମନ୍ଦିର ନୀଳଚକ୍ରର ଠିକ୍‌ ସରଳରେଖାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମଠ ମନ୍ଦିରର ନୀଳଚକ୍ର ସେ ବସାଇଥିଲେ। ଜଗମୋହନ ଓ ନାଟମଣ୍ଡପ ଭଗ୍ନାବସ୍ଥାରେ ରହିଛି। ଛତାପୋତା ସ୍ଥାନରେ ନିର୍ମିତ ନାଟମଣ୍ଡପ ଠିକ୍‌ ଛତା ସଦୃଶ। ଏହା ଆଠ କୋଣିଆ କାନ୍ଥ, ଆଠ କୋଣିଆ ଛାତ। ଦୁଃଖିଶ୍ୟାମ ବାବା ଥିଲେ ପରମ ଯୋଗୀ। ହଂସ ସମ୍ପ୍ରଦାୟର ଉପାସନା ଧାରାରେ ସେ ଅନ୍ତନାଡ଼ି ଶରୀର ଭିତରୁ କାଢ଼ି ଶୋଧନ କରୁଥିଲେ। ସେଥିପାଇଁ ସେ ଶ୍ରୀକ୍ଷେତ୍ରରେ ଅନ୍ତଃପଖାଳ ବାବା ନାମରେ ପରିଚିତ ଥିଲେ ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।
ମଠର ଐତିହ୍ୟ ଅନୁସନ୍ଧାନ କରିବାକୁ ଗୁରୁବାର ଯିବା ପରେ ଡ. ମିଶ୍ର ମତ ଦେଇଛନ୍ତି ଯେ, ମଠଟି ପ୍ରଥମେ ଶ୍ରୀ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଥିଲା ଓ ଏହା ହାରାହାରି ହଜାର ବର୍ଷରୁ ଅଧିକ ପୁରାତନ। ମନ୍ଦିରରେ ସ୍ଥାନିତ ବିଗ୍ରହ ଦୃଷ୍ଟିରୁ ଅବସ୍ଥାଚକ୍ରରେ ଏହି ମଠ ନିମ୍ବାର୍କ ସମ୍ପ୍ରଦାୟରେ ସାମିଲ ହୋଇଥିଲା। ଏଠାରେ ଶ୍ରୀରାଧାକୃୃଷ୍ଣ ପୂଜା ପାଉଥିଲେ। ଏବେ କେବଳ ଶ୍ରୀରାଧା ଅଛନ୍ତି। ଶିଷ୍ୟ ଭଗବାନ ଦାସ ସୁବର୍ଣ୍ଣ ନିର୍ମିତ ଶ୍ରୀକୃଷ୍ଣ ଶ୍ରୀବିଗ୍ରହ ନେଇ ରାମଜୀ ମଠକୁ ଦେଇଥିଲେ। ସେତେବେଳେ ମହନ୍ତ ଥିଲେ ଦୀନକୃଷ୍ଣ ଦାସ।
ଏହା ୧୫୦୦ ମସିହା ପୂର୍ବ କଥା। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ଉପରେ ବିଧର୍ମୀଙ୍କ ଆକ୍ରମଣ କାଳରେ ଲୋକନାଥ ଘାଟ ଓ ମଙ୍ଗଳା ଘାଟର ସୁରକ୍ଷା ପାଇଁ ନାଗାସାଧୁ ଏଠାରେ ରହିଥିବା ଜଣାଯାଏ। ସେବେ ରାମାନନ୍ଦୀ ସମ୍ପ୍ରଦାୟର ପ୍ରଭାବ ପଡ଼ିବାରୁ ନାଗାସାଧୁଙ୍କ ଉପାସନା ପାଇଁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ପୂଜା ପାଉଥିଲେ। ଏଠାରେ ହନୁମାନଙ୍କର ୫ ବିଗ୍ରହ ଅଛନ୍ତି। ପରେ ନିମ୍ବାର୍କ ସମ୍ପ୍ରଦାୟର ମଠ ବୋଲି ଉଲେଖ କରାଯାଇଛି। ଏହି ଅନୁସନ୍ଧାନରେ ଦୁର୍ଗାପ୍ରସାଦ ମିଶ୍ର ଏବଂ ସିଦ୍ଧାର୍ଥ ଆଚାର୍ଯ୍ୟ ସହଯୋଗ କରିଥିଲେ। ମନ୍ଦିର ବ୍ୟତୀତ ଆଉ ସବୁ ଗୃହ ଧ୍ୱଂସ ପାଇଯାଇଥିବାରୁ ମହନ୍ତ ଯାଇ ବାଣପୁର ଖମାରରେ ରହୁଛନ୍ତି। ମଠ ପରିସରରେ ଥିବା ୨ଟି ପୋଖରୀ ବ୍ୟବହାର ଉପଯୋଗୀ ନୁହେଁ। ମଠ ପରିସରରେ ଦୁଖିଃଶ୍ୟାମ ବାବାଙ୍କ ସମାଧି ରହିଛି।
ଖମାରଗୁଡ଼ିକରୁ କିଛି ଆସୁନାହିଁ କି ସରକାରୀ ସାହାଯ୍ୟ ମିଳୁନାହିଁ। ତଥାପି ନିମାଇଁ ଚରଣ ବାରିକ, କୃଷ୍ଣଚନ୍ଦ୍ର ସାହୁ ଏବଂ ଦୀପକ ମହାପାତ୍ରଙ୍କ ସହଯୋଗ ତଥା ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ତାରାପ୍ରସାଦ ମହାପାତ୍ର ପ୍ରାୟ ୪୦ ବର୍ଷ ଧରି ପୂଜା ବିଧାନ କରି ଆସୁଛନ୍ତି। ମଠ ପକ୍ଷରୁ ଶ୍ରୀମନ୍ଦିରରେ ଥିବା ୨ଟି ଚୁଲା ହସ୍ତାନ୍ତର ହୋଇଯାଇଛି। ତେବେ ମଠ ପକ୍ଷରୁ ୨୧ ଦିନ ଧରି ଚନ୍ଦନ ଯାତ୍ରା ସମୟରେ ପନ୍ତି, ହରିହର ଭେଟ (ଜାଗର) ଦିନ ପନ୍ତି ହେଉଛି। ଏବେ ରକ୍ଷଣାବେକ୍ଷଣ ଅଭାବରୁ ମଠଟି ସର୍ପସଙ୍କୁଳ ହୋଇପଡ଼ିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦେଲେ ଏକ ହଜାର ବର୍ଷର ଏହି ପ୍ରାଚୀନ ଐତିହ୍ୟ ପୁରୀରୁ ଲୋପ ପାଇଯିବ ବୋଲି ଡ. ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri