ପୁନରୁଦ୍ଧାର ଅପେକ୍ଷାରେ ଦୁଃଖିଶ୍ୟାମ ଛତା ମଠ

ପୁରୀ ଅଫିସ,୨୧ା୧୦: ନୀଳାଚଳ କ୍ଷେତ୍ରରେ ଥିବା ୩୭୪ ମଠ ଓ ଆଶ୍ରମ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମଠ ହେଉଛି ଦୁଃଖିଶ୍ୟାମ ଛତାମଠ। ଦୁଃଖିଶ୍ୟାମ ଦାସ ପ୍ରଥମେ ପୁରୀ ଆସି ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଯେଉଁଠି ଛତା ପୋତି ଶ୍ରୀନୀଳଚକ୍ରଙ୍କୁ ଚାହିଁ ଧ୍ୟାନସ୍ଥ ହେଉଥିଲେ, ସେହି ସ୍ଥାନ ପରବର୍ତ୍ତୀ ସମୟରେ ଦୁଃଖିଶ୍ୟାମ ଛତା ମଠ ଭାବେ ପରିଚୟ ପାଇ ବିଖ୍ୟାତ ହୋଇଛି। ମଠର ଦକ୍ଷିଣ ପାର୍ଶ୍ୱରେ ଶ୍ରୀଲୋକନାଥ ମନ୍ଦିରକୁ ରାସ୍ତା ରହିଥିଲା। ସେହିପରି ଉତ୍ତରରେ ଗଜପତି ମହାରାଜାଙ୍କ ହାତୀଶାଳକୁ ସଂଯୋଗ କରୁଥିବା ରାସ୍ତା ‘ହାତୀ ଗୋହିରି’ ଥିଲା। ଏହି ମଠ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି।
ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ ଗଙ୍ଗଦେବ ୧୦୨୮ ମସିହାରେ ଶ୍ରୀମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଐତିହ୍ୟ ଅଛି ଯେ, ଅବସ୍ଥା ଚକ୍ରରେ ଗଜପତିଙ୍କ ଶରୀରରେ ବଡ଼ରୋଗ ଦେଖା ଦେଇଥିଲା। ସେ ଦୁଃଖିଶ୍ୟାମ ବାବାଙ୍କ ଆଶ୍ରୟ ନେଇଥିଲେ। ବାବା ସୁସ୍ଥ କରିଦେବା ପରେ ଛତାପୋତା ସ୍ଥାନ ସମେତ ୩୫ ଏକର ଜାଗା ତାଙ୍କୁ ଗଜପତି ମହାରାଜା ଦାନ କରିଥିଲେ। ସେହି ଜାଗା ମଧ୍ୟରୁ ଏବେ ମାତ୍ର ୦୯ ଏକର ରହିଛି। ବ୍ରହ୍ମଗିରିର ରେଣ୍ଢା ବରପଦା ଓ ସୁନାମୁହିଁ ବରପଦାରେ ମହାରାଜା ଜମି ଖଞ୍ଜିଦେଇଥିଲେ। ବାବା କେଉଁଠୁ ପୁରୀ ଆସିଥିଲେ ତା’ର ଇତିହାସ ନାହିଁ। ବାବା କିନ୍ତୁ ଆଉ ଶ୍ରୀକ୍ଷେତ୍ର ଛାଡ଼ି ଯାଇ ନ ଥିଲେ। ମାଙ୍କଡ଼ା ପଥରରେ ୩୫ ହାତର ମନ୍ଦିର ନିର୍ମାଣ କରି ଶ୍ରୀଲକ୍ଷ୍ମୀ ନାରାୟଣଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହ ଦାକ୍ଷିଣାତ୍ୟ ଶୈଳୀରେ ନିର୍ମିତ। ମନ୍ଦିର ମଧ୍ୟଭାଗରେ ବିଦାରଣ ନୃସିଂହଙ୍କ ଉପାସନା କରୁଥିଲେ। ଶ୍ରୀମନ୍ଦିର ନୀଳଚକ୍ରର ଠିକ୍‌ ସରଳରେଖାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମଠ ମନ୍ଦିରର ନୀଳଚକ୍ର ସେ ବସାଇଥିଲେ। ଜଗମୋହନ ଓ ନାଟମଣ୍ଡପ ଭଗ୍ନାବସ୍ଥାରେ ରହିଛି। ଛତାପୋତା ସ୍ଥାନରେ ନିର୍ମିତ ନାଟମଣ୍ଡପ ଠିକ୍‌ ଛତା ସଦୃଶ। ଏହା ଆଠ କୋଣିଆ କାନ୍ଥ, ଆଠ କୋଣିଆ ଛାତ। ଦୁଃଖିଶ୍ୟାମ ବାବା ଥିଲେ ପରମ ଯୋଗୀ। ହଂସ ସମ୍ପ୍ରଦାୟର ଉପାସନା ଧାରାରେ ସେ ଅନ୍ତନାଡ଼ି ଶରୀର ଭିତରୁ କାଢ଼ି ଶୋଧନ କରୁଥିଲେ। ସେଥିପାଇଁ ସେ ଶ୍ରୀକ୍ଷେତ୍ରରେ ଅନ୍ତଃପଖାଳ ବାବା ନାମରେ ପରିଚିତ ଥିଲେ ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।
ମଠର ଐତିହ୍ୟ ଅନୁସନ୍ଧାନ କରିବାକୁ ଗୁରୁବାର ଯିବା ପରେ ଡ. ମିଶ୍ର ମତ ଦେଇଛନ୍ତି ଯେ, ମଠଟି ପ୍ରଥମେ ଶ୍ରୀ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଥିଲା ଓ ଏହା ହାରାହାରି ହଜାର ବର୍ଷରୁ ଅଧିକ ପୁରାତନ। ମନ୍ଦିରରେ ସ୍ଥାନିତ ବିଗ୍ରହ ଦୃଷ୍ଟିରୁ ଅବସ୍ଥାଚକ୍ରରେ ଏହି ମଠ ନିମ୍ବାର୍କ ସମ୍ପ୍ରଦାୟରେ ସାମିଲ ହୋଇଥିଲା। ଏଠାରେ ଶ୍ରୀରାଧାକୃୃଷ୍ଣ ପୂଜା ପାଉଥିଲେ। ଏବେ କେବଳ ଶ୍ରୀରାଧା ଅଛନ୍ତି। ଶିଷ୍ୟ ଭଗବାନ ଦାସ ସୁବର୍ଣ୍ଣ ନିର୍ମିତ ଶ୍ରୀକୃଷ୍ଣ ଶ୍ରୀବିଗ୍ରହ ନେଇ ରାମଜୀ ମଠକୁ ଦେଇଥିଲେ। ସେତେବେଳେ ମହନ୍ତ ଥିଲେ ଦୀନକୃଷ୍ଣ ଦାସ।
ଏହା ୧୫୦୦ ମସିହା ପୂର୍ବ କଥା। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ଉପରେ ବିଧର୍ମୀଙ୍କ ଆକ୍ରମଣ କାଳରେ ଲୋକନାଥ ଘାଟ ଓ ମଙ୍ଗଳା ଘାଟର ସୁରକ୍ଷା ପାଇଁ ନାଗାସାଧୁ ଏଠାରେ ରହିଥିବା ଜଣାଯାଏ। ସେବେ ରାମାନନ୍ଦୀ ସମ୍ପ୍ରଦାୟର ପ୍ରଭାବ ପଡ଼ିବାରୁ ନାଗାସାଧୁଙ୍କ ଉପାସନା ପାଇଁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ପୂଜା ପାଉଥିଲେ। ଏଠାରେ ହନୁମାନଙ୍କର ୫ ବିଗ୍ରହ ଅଛନ୍ତି। ପରେ ନିମ୍ବାର୍କ ସମ୍ପ୍ରଦାୟର ମଠ ବୋଲି ଉଲେଖ କରାଯାଇଛି। ଏହି ଅନୁସନ୍ଧାନରେ ଦୁର୍ଗାପ୍ରସାଦ ମିଶ୍ର ଏବଂ ସିଦ୍ଧାର୍ଥ ଆଚାର୍ଯ୍ୟ ସହଯୋଗ କରିଥିଲେ। ମନ୍ଦିର ବ୍ୟତୀତ ଆଉ ସବୁ ଗୃହ ଧ୍ୱଂସ ପାଇଯାଇଥିବାରୁ ମହନ୍ତ ଯାଇ ବାଣପୁର ଖମାରରେ ରହୁଛନ୍ତି। ମଠ ପରିସରରେ ଥିବା ୨ଟି ପୋଖରୀ ବ୍ୟବହାର ଉପଯୋଗୀ ନୁହେଁ। ମଠ ପରିସରରେ ଦୁଖିଃଶ୍ୟାମ ବାବାଙ୍କ ସମାଧି ରହିଛି।
ଖମାରଗୁଡ଼ିକରୁ କିଛି ଆସୁନାହିଁ କି ସରକାରୀ ସାହାଯ୍ୟ ମିଳୁନାହିଁ। ତଥାପି ନିମାଇଁ ଚରଣ ବାରିକ, କୃଷ୍ଣଚନ୍ଦ୍ର ସାହୁ ଏବଂ ଦୀପକ ମହାପାତ୍ରଙ୍କ ସହଯୋଗ ତଥା ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ତାରାପ୍ରସାଦ ମହାପାତ୍ର ପ୍ରାୟ ୪୦ ବର୍ଷ ଧରି ପୂଜା ବିଧାନ କରି ଆସୁଛନ୍ତି। ମଠ ପକ୍ଷରୁ ଶ୍ରୀମନ୍ଦିରରେ ଥିବା ୨ଟି ଚୁଲା ହସ୍ତାନ୍ତର ହୋଇଯାଇଛି। ତେବେ ମଠ ପକ୍ଷରୁ ୨୧ ଦିନ ଧରି ଚନ୍ଦନ ଯାତ୍ରା ସମୟରେ ପନ୍ତି, ହରିହର ଭେଟ (ଜାଗର) ଦିନ ପନ୍ତି ହେଉଛି। ଏବେ ରକ୍ଷଣାବେକ୍ଷଣ ଅଭାବରୁ ମଠଟି ସର୍ପସଙ୍କୁଳ ହୋଇପଡ଼ିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦେଲେ ଏକ ହଜାର ବର୍ଷର ଏହି ପ୍ରାଚୀନ ଐତିହ୍ୟ ପୁରୀରୁ ଲୋପ ପାଇଯିବ ବୋଲି ଡ. ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri