ତାଳଚୁଆ ମଣ୍ଡିରେ ଭିଜୁଛି ଧାନ, ତୁରନ୍ତ ପଦେକ୍ଷପ ନେବାକୁ ଦାବି

ରାଜନଗର,୨୩ା୧(ଡି.ଏନ.ଏ.): ରାଜନଗର ବ୍ଲକ ତାଳଚୁଆ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଟିକାୟତନଗରଠାରେ ଧାନମଣ୍ଡି ଖୋଲାଯାଇଛି। ଏହିମଣ୍ଡିରେ ୪ଦିନ ମଧ୍ୟରେ ୬୦ ଚାଷୀ ୧ ହଜାର କୁଇଣ୍ଟାଲ ଧାନ ଦେଇଛନ୍ତି। ତେବେ ମଣ୍ଡିରେ ଧାନ ପଡି ରହିଥିଲେ ମଧ୍ୟ ମିଲର ଧାନ ଉଠାଉ ନାହାଁନ୍ତି। ଶୁକ୍ରବାର ସନ୍ଧ୍ୟାରେ ବର୍ଷା ହେବାରୁ ମଣ୍ଡିରେ ଥିବା ଧାନ ଓଦା ହୋଇଛି। ଏହାପରେ ବି ମିଲର ଧାନ ଉଠାଇବାକୁ ଆସୁ ନ ଥିବା ସେବା ସମବାୟ ସମିତି ସମ୍ପାଦକ ଯୋଗେନ୍ଦ୍ର ନାଥ ବାରିକ କହିଛନ୍ତି। ଶନିବାର ସୁଦ୍ଧା ତାଳଚୁଆ ସେବା ସମବାୟ ସମିତିରେ ୭୩ ଚାଷୀ ୨୭୪୯ କୁଇଣ୍ଟାଲ ୬୫ କେଜି ଧାନ ଦେଇଛନ୍ତି। ସମ୍ପାଦକ ବାରିକଙ୍କ ସୂଚନା ମୁତାବକ ଏହି ସେବା ସମିତିରୁ ସତ୍ୟ ନାରାୟଣ ରାଇସ୍‌ ମିଲ ୨ହଜାର କୁଇଣ୍ଟାଲ, ରାମଚଣ୍ଡୀ ରାଇସ୍‌ ମିଲ ୩ହଜାର କୁଇଣ୍ଟାଲ, ହରଗୌରୀ ରାଇସ୍‌ ମିଲ ୪ହଜାର କୁଇଣ୍ଟାଲ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ରହିଛି ା ହେଲେ ସତ୍ୟ ନାରାୟଣ ରାଇସ୍‌ ମିଲ ୧୩ଶହ କୁଇଣ୍ଟାଲ, ହରଗୌରୀ ରାଇସ୍‌ ମିଲ ୪ଶହ କୁଇଣ୍ଟାଲ, ରାମଚଣ୍ଡୀ ରାଇସ୍‌ ମିଲ ୨୫୦ କୁଇଣ୍ଟାଲ ଧାନ ଉଠାଇଛନ୍ତି। ୪ଦିନ ହେଲା କୌଣସି ମିଲର ଧାନ ନେବାକୁ ଆସି ନାହାଁନ୍ତି। ଆମେ ବାରମ୍ବାର ଫୋନ କରୁଥିଲେ ମଧ୍ୟ ମିଲର ଆସୁ ନ ଥିବା ସମ୍ପାଦକ କହିଛନ୍ତି। ଏଥିସହ ୩ ମିଲର ୧୯୫୦ କୁଇଣ୍ଟାଲ ଧାନ ନେଇଥିବା ବେଳେ ଆମେ ଆଉ ୧ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କଠାରୁ କିଣି ସାରିଛୁ। ଚାଷୀ ଧାନ ଦେବା ପରେ ଆମେ ଆମ ଜିମାରେ ରଖିଛୁ। ମଣ୍ଡିରେ ରହିଥିବା ଧାନ ବର୍ଷାରେ ନଷ୍ଟ ହେଉଛି। ଜିଲା ପ୍ରଶାସନ ତୁରନ୍ତ ପଦେକ୍ଷପ ନେବାକୁ ସେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri