ପାଣି ଅଭାବରୁ ଧାନଗଛରୁ ଥୋଡ଼ ବାହାରୁନି

ମହାକାଳପଡ଼ା,୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନରେ କେନାଲ ବନ୍ଧ ପାର୍ଶ୍ୱ ଖାଲୁଆ ଜମିକୁ ଛାଡ଼ି ଦେଲେ ଅନ୍ୟ ଢିପଜମି ଫାଟି ଅଁା କଲାଣି। ଅଣଜଳସେଚିତ ଜମିରେ ପାଣି ଅଭାବରୁ ଧାନଗଛ ଏବେ ଗର୍ଭ ଧାରଣ କରିଛି। ପାଣି ମୁନ୍ଦେ ପାଇଁ ଧାନଗଛରୁ ଥୋଡ ବାହାରିପାରୁନି ବୋଲି ଚାଷୀମାନେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବ୍ଲକରେ ୨୮ ହଜାର ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ୭ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି। ହେଲେ କେନାଲ ଜଳସେଚନରେ ବାଧା ଉପୁଜିବାରୁ ଜମିର ଶେଷମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି। ବ୍ଲକରେ ଦେଢ଼ଶହରୁ ଅଧିକ ଉଠାଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଶହେରୁ ଅଧିକ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଉଠାଜଳସେଚନ ଓ କେନାଲରେ ପାଣି ଆସୁନାହିଁ। ବିଭାଗୀୟ କର୍ମଚାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ସ୍ଥାନୀୟ ଚାଷୀମାନଙ୍କୁ ଜଳସେଚନ ସୁବିଧା ମିଳୁନାହିଁ ବୋଲି ବ୍ଲକ ଅଧୀନ ରାଜଗଡ଼ ଗଁାର ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଚାଷୀମାନଙ୍କ କହିବା କଥା ଆମେ ସଙ୍କରଜାତୀୟ ଧାନ ଫସଲ କରିଛୁ। ଟଙ୍କା ଧାର କରଜ ଓ ଋଣ କରି ଫସଲ କରିଥିଲେ ମଧ୍ୟ ପାଣି ଅଭାବ ଯୋଗୁଁ ଧାନ ଫସଲ ନଷ୍ଟ ହେଉଛି ବୋଲି ଚାଷୀ ମାନସ ରଞ୍ଜନ ଦାସ, ପ୍ରକାଶ ଚନ୍ଦ୍ର ବାରିକ ପ୍ରମୁଖ କହିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ସମ୍ମୁଖ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲରେ ପାଣି ଆସୁନି। ଫଳରେ ତଳିଆ ଅଞ୍ଚଳରେ ଜଳସେଚନ ହୋଇପାରୁନି ବୋଲି କୁହାଯାଇଛି। ତେବେ ନଦୀକୂଳରେ ଜମିରେ ଜଳ ନାହିଁ। ଲୋକମାନେ ବାଧ୍ୟ ହୋଇ ସେଣା, ମଟରରେ ପାଣି ଉଠାଇ ଚାଷ କରୁଥିବା ଦେଖିବାକୁ ମିଳୁଛି। ତେବେ କେନାଲରେ ଉପର ମୁଣ୍ଡରୁ ଜଳ ଛାଡିବା ପାଇଁ ସ୍ଥାନୀୟ ଚାଷୀମାନେ କହିଛନ୍ତି। ସବୁ ଅଞ୍ଚଳର ଖାଲ ପାଟରେ ପାଣି ଶୁଖି ଗଲାଣି ବୋଲି ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉପର ମୁଣ୍ଡରୁ ଜଳ ଯୋଗାଣ ପର୍ଯ୍ୟାୟକ୍ରମେ ହେଉଛି। ତେବେ ସବୁ ଅଞ୍ଚଳରେ ପାଣିର ଆବଶ୍ୟକତା ରହିଛି। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri