ପାଣି ଅଭାବରୁ ଧାନଗଛରୁ ଥୋଡ଼ ବାହାରୁନି

ମହାକାଳପଡ଼ା,୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନରେ କେନାଲ ବନ୍ଧ ପାର୍ଶ୍ୱ ଖାଲୁଆ ଜମିକୁ ଛାଡ଼ି ଦେଲେ ଅନ୍ୟ ଢିପଜମି ଫାଟି ଅଁା କଲାଣି। ଅଣଜଳସେଚିତ ଜମିରେ ପାଣି ଅଭାବରୁ ଧାନଗଛ ଏବେ ଗର୍ଭ ଧାରଣ କରିଛି। ପାଣି ମୁନ୍ଦେ ପାଇଁ ଧାନଗଛରୁ ଥୋଡ ବାହାରିପାରୁନି ବୋଲି ଚାଷୀମାନେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବ୍ଲକରେ ୨୮ ହଜାର ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ୭ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି। ହେଲେ କେନାଲ ଜଳସେଚନରେ ବାଧା ଉପୁଜିବାରୁ ଜମିର ଶେଷମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି। ବ୍ଲକରେ ଦେଢ଼ଶହରୁ ଅଧିକ ଉଠାଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଶହେରୁ ଅଧିକ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଉଠାଜଳସେଚନ ଓ କେନାଲରେ ପାଣି ଆସୁନାହିଁ। ବିଭାଗୀୟ କର୍ମଚାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ସ୍ଥାନୀୟ ଚାଷୀମାନଙ୍କୁ ଜଳସେଚନ ସୁବିଧା ମିଳୁନାହିଁ ବୋଲି ବ୍ଲକ ଅଧୀନ ରାଜଗଡ଼ ଗଁାର ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଚାଷୀମାନଙ୍କ କହିବା କଥା ଆମେ ସଙ୍କରଜାତୀୟ ଧାନ ଫସଲ କରିଛୁ। ଟଙ୍କା ଧାର କରଜ ଓ ଋଣ କରି ଫସଲ କରିଥିଲେ ମଧ୍ୟ ପାଣି ଅଭାବ ଯୋଗୁଁ ଧାନ ଫସଲ ନଷ୍ଟ ହେଉଛି ବୋଲି ଚାଷୀ ମାନସ ରଞ୍ଜନ ଦାସ, ପ୍ରକାଶ ଚନ୍ଦ୍ର ବାରିକ ପ୍ରମୁଖ କହିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ସମ୍ମୁଖ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲରେ ପାଣି ଆସୁନି। ଫଳରେ ତଳିଆ ଅଞ୍ଚଳରେ ଜଳସେଚନ ହୋଇପାରୁନି ବୋଲି କୁହାଯାଇଛି। ତେବେ ନଦୀକୂଳରେ ଜମିରେ ଜଳ ନାହିଁ। ଲୋକମାନେ ବାଧ୍ୟ ହୋଇ ସେଣା, ମଟରରେ ପାଣି ଉଠାଇ ଚାଷ କରୁଥିବା ଦେଖିବାକୁ ମିଳୁଛି। ତେବେ କେନାଲରେ ଉପର ମୁଣ୍ଡରୁ ଜଳ ଛାଡିବା ପାଇଁ ସ୍ଥାନୀୟ ଚାଷୀମାନେ କହିଛନ୍ତି। ସବୁ ଅଞ୍ଚଳର ଖାଲ ପାଟରେ ପାଣି ଶୁଖି ଗଲାଣି ବୋଲି ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉପର ମୁଣ୍ଡରୁ ଜଳ ଯୋଗାଣ ପର୍ଯ୍ୟାୟକ୍ରମେ ହେଉଛି। ତେବେ ସବୁ ଅଞ୍ଚଳରେ ପାଣିର ଆବଶ୍ୟକତା ରହିଛି। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri