ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅବିଭାବକ: ଶିକ୍ଷକ ନଥିବାରୁ…

ଧର୍ମଶାଳା,୨୯।୧(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ରସୁଲପୁର ବ୍ଲକ କଲଣ ପଞ୍ଚାୟତ ନୂଆହାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅବିଭାବକ ଓ ଛାତ୍ରୀଛାତ୍ର ଧାରଣାରେ ବସିଛନ୍ତି। ସୂଚନା ମୁତାବକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ମୋଟ ୧୬୧ ଛାତ୍ରୀଛାତ୍ର ପାଇଁ ଏବେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଏସଆଇଆର୍‌ ପାଇଁ କାର୍ଯ୍ୟ କରୁଥିବାବେଳେ ଆଉ ମାତ୍ର ଜଣେ ଶିକ୍ଷକ ୧୬୧ ଛାତ୍ରୀଛାତ୍ରୀଙ୍କୁ କିପରି ପାଠ ପଢ଼ାଇବେ ବୋଲି ଅଭିଯୋଗ କରିଛନ୍ତି ଅବିଭାବକ। ସେପଟେ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଳିକ କହିଛନ୍ତି , ସ୍କୁଲରେ ତିନି ଜଣ ଶିକ୍ଷକ ଅଛନ୍ତି । ଜଣେ ଏସଆଇଆର୍‌ ପାଇଁ କାର୍ଯ୍ୟ କରୁଛନ୍ତି ତଥାପି ଆଉ ଜଣେ ଶିକ୍ଷକ ଆଜି ଅପରାହ୍ନ ସୁଦ୍ଧା ସେଠାରେ କାର୍ଯ୍ୟ କରିବା ପାଇଁ ଯୋଗଦାନ କରିବେ ବୋଲି କହିଛନ୍ତି। ତେବେ ଅବିଭାବକମାନଙ୍କୁ ଏହି ପ୍ରତିଶ୍ରୁତି ଦେଇ ଅନୁରୋଧ କରିବା ପରେ ସେମାନେ ଧାରଣାରୁ ଉଠିଥିବା ଜଣାପଡିଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଲ୍ଲୀ ଜେନା ହତ୍ୟାକାଣ୍ଡ ମାମଲା: ୮ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବଞ୍ଚୋ,୨୯ା୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ…

ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା…

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

୨୧୧ ଯାତ୍ରୀକୁ ନେଇ ଯାଉଥିବା ଇଣ୍ଡିଗୋ ବିମାନରେ ଧକ୍କା ହେଲା ପକ୍ଷୀ, ଆଉ ତା’ପରେ…

ନୂଆଦିଲ୍ଲୀ,୨୯।୧: ଗୋଆରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଶମଶାବାଦ) ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୁଧବାର ପକ୍ଷୀ ଧକ୍କା ହୋଇଥିଲା। ବିମାନ ଭିତରେ ୨୧୧ ଜଣ ଯାତ୍ରୀ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri