ଡାକ୍ତର ଅଭାବରୁ ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ

ପୁରୀ ଅଫିସ,୭।୪: ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତି କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ସୂଚନା ଦେଉଛନ୍ତି। ମାତ୍ର ବାସ୍ତବରେ ତା’ର ବିପରିତ ଚିତ୍ର ଦେଖିବାକୁ ମିଳିଛି। ରାଜ୍ୟର ଧାର୍ମିକ ରାଜଧାନୀ ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ପୁରୀ ସହରର ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀ ଅନେକ ସମୟରେ ମେଡିକାଲରେ ଭଲ ଚିକିତ୍ସା ପାଉ ନଥିବା ଓ ନିରାମୟ କେନ୍ଦ୍ରରୁ ସବୁ ଔଷଧ ମିଳୁ ନଥିବା ଅଭିଯୋଗ ହୋଇଥାଏ। ଏପରିକି ଏହା ଜିଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାବେଳେ ଆବଶ୍ୟକ ଡାକ୍ତର ନ ରହିବା ଓ ଯନ୍ତ୍ରପାତି ଅଭାବରୁ ଅଧିକାଂଶ ସମୟରେ ରୋଗୀମାନଙ୍କୁ ଭୁବନେଶ୍ୱର ଓ କଟକକୁ ସ୍ଥାନାନ୍ତର କରାଯାଉଛି। ଜିଲାରେ ଥିବା ସରକାରୀ ଚିକିତ୍ସା କେନ୍ଦ୍ରଗୁଡିକରେ ୧୮୫ଟି ଡାକ୍ତରୀ ପଦବୀ ଖାଲି ପଡିଛି। ଫଳରେ ରୋଗୀ ସେବା ଅନେକ ସମୟରେ ବାଧାପ୍ରାପ୍ତ ହେଉଛି। ବାଧ୍ୟ ହୋଇ ରୋଗୀ ଓ ସମ୍ପର୍କୀୟ ଚିକିତ୍ସା ପାଇଁ ଘରୋଇ ମେଡିକାଲ ଉପରେ ନିର୍ଭର କରୁଛନ୍ତି।
ପୁରୀ ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଆଇଡିଏଚ୍‌ ଚିକିତ୍ସାଳୟ ରହିଛି। ଏହାବ୍ୟତୀତ ୧୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୨ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ୧ଟି ଜେଲ ହସ୍ପିଟାଲ ଓ ୧ଟି ମ୍ୟୁନିସିପାଲିଟି ହସ୍ପିଟାଲ ରହିଛି। ଏହିପରି ସମୁଦାୟ ଜିଲାରେ ୬୯ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୪ଟି ଡାକ୍ତରୀ ପଦବୀ ଥିବାବେଳେ କେବଳ ୧୮୯ଟି ପଦବୀରେ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୦୭ଜଣ ରେଗୁଲାର ଥିବାବେଳେ ୮୨ଜଣ ଆଡଜଷ୍ଟମେଣ୍ଟ ପୋଜିସନରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଡେଣ୍ଟିଷ୍ଟ ବିଭାଗରେ ୧୮ଟି ପଦବୀ ଥିବାବେଳେ ୧୬ଜଣ ନିଯୁକ୍ତ ଅଛନ୍ତି। ସେଥିରୁ ୭ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ଏହାସହ ୨ଜଣ ଡାକ୍ତର ଦୀର୍ଘକାଳୀନ ଛୁଟିରେ ରହିଛନ୍ତି। ଅପରପକ୍ଷେ ୩୪ଜଣ ଡାକ୍ତର ପିଜି ପଢୁଥିବା ବେଳେ ୬ଜଣ ଏସ୍‌ଆର ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି। ୪ଜଣ ଜୁନିୟର ରେସିଡେନର୍ସ, ୨ଜଣ ନଟ୍ୟୁଟୋରସିପ, ଜଣେ ଡିଏନ୍‌ଏମ କୋର୍ସ, ୩ଜଣ ଡିଏନବି କୋର୍ସ ପାଇଁ ଅନୁପସ୍ଥିତ ରହିଛନ୍ତି। ଏହିଭଳି ଭାବେ ସମୁଦାୟ ୧୮୫ଟି ପଦବୀ ଖାଲି ପଡିଛି। ବିଶେଷ କରି ଅତିରିକ୍ତ ନିର୍ଦ୍ଦେଶକ -୧(ଜେନେରାଲ) ଜଣେ ରେଗୁଲାର ଡାକ୍ତର ରହିଛନ୍ତି। ସେହିପରି ଅତିରିକ୍ତ ନିର୍ଦ୍ଦେଶକ-୨ (ଜେନେରାଲ)ରେ ୫ଟି ପଦବୀରୁ ୫ ଜଣ ନିଯୁକ୍ତ ରହିଛନ୍ତି। ଅତିରିକ୍ତ ନିର୍ଦ୍ଦେଶକ-୨ (ସ୍ବତନ୍ତ୍ର)ରେ ୫ଟା ପଦବୀ ଥିବାବେଳେ ୨ଜଣ ରେଗୁଲାର ଥିବାବେଳେ ୨ଜଣ ଆଡଜଷ୍ଟମେଣ୍ଟ ଏବଂ ଓଟି ପଦବୀ ଖାଲି ରହିଛି। ଜୁନିୟର ଡାକ୍ତର (ସ୍ବତନ୍ତ୍ର)ରେ ୨୭ ଟି ପଦବୀ ଥିବାବେଳେ ୧୧ଜଣ ଡାକ୍ତର ରେଗୁଲାର ଥିବାବେଳେ ୧୨ ଜଣ ଆଡଜଷ୍ଟମେଣ୍ଟ ଏବଂ ୪ଟି ପଦବୀ ଖାଲି ରହିଛି। ଜୁନିୟର ଡାକ୍ତର (ଜେନେରାଲ) ୭ଟି ପଦବୀ ରହିଥିବା ବେଳେ ୨ଜଣ ରେଗୁଲାର ୫ଟା ପଦବୀ ଖାଲିପଡିଛି। ଅର୍ଥୋପେଡିକରେ ୧ଟି ପଦବୀ ଥିବା ବେଳେ କୌଣସି ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ସିନିୟର କ୍ଲାସ -୧ ଜେନେରାଲରେ ୫୩ଟି ପଦବୀ ଥିବାବେଳେ ୧୯ଜଣ ରେଗୁଲାର ଓ ୧୦ଜଣ ଆଡଜଷ୍ଟମେଣ୍ଟ, ୨୦ଟି ପଦବୀ ଖାଲି ରହିଛି। ଏହାସହ ଜଣେ କାର୍ଯ୍ୟରେ ଯୋଗଦେଇ ନଥିବାବେଳେ ୩ଜଣ ଉଚ୍ଚ ଅଧ୍ୟୟନ କରୁଛନ୍ତି। ଏହିଭଳି ଉକ୍ତ ବିଭାଗରେ ୨୪ଟି ପଦବୀ ଖାଲି ପଡିଛି। ଜୁନିୟର କ୍ଲାସ ୧ ଜେନେରାଲରେରେ ୨୦୬ଟି ପଦବୀ ଥିବାବେଳେ ୫୫ଜଣ ରେଗୁଲାର, ୪୦ଜଣ ଆଡଜଷ୍ଟମେଣ୍ଟ, ୭୩ଟି ପଦବୀ ଖାଲି ପଡିଛି। ସେଥିମଧ୍ୟରୁ ୨ଜଣ ଡାକ୍ତର ଯୋଗଦେଇ ନାହାନ୍ତି, ଜଣେ ଦୀର୍ଘକାଳୀନ ଛୁଟିରେ ଯାଇଛନ୍ତି, ୧୨ ଜଣ ଉଚ୍ଚଶିକ୍ଷା କରୁଛନ୍ତି। ଏହିଭଳି ଭାବେ ୧୧୧ଟି ପଦବୀ ଖାଲି ପଡିଛି। ଜୁନିୟର କ୍ଲାସ ୧ (ସ୍ବତନ୍ତ୍ର) ବିଭାଗରେ ୬୬ଟି ପଦବୀ ଥିବାବେଳେ ୧୨ଜଣ ରେଗୁଲାର, ୧୭ଜଣ ଆଡଜଷ୍ଟମେଣ୍ଟ, ୧୯ଟି ପଦବୀ ଖାଲି, ୪ଜଣ ଯୋଗ ଦେଇନାହାନ୍ତି। ଜଣେ ଦୀର୍ଘକାଳୀନ ଛୁଟି, ୧୨ଜଣ ଉଚ୍ଚ ଶିକ୍ଷା କରୁଛନ୍ତି। ସମୁଦାୟ ୩୬ଟି ପଦବୀ ଖାଲି ପଡିଛି। ସେହିଭଳି ଆଡିସନାଲ ପୋଷ୍ଟରେ ଜେଲ ଚିକିତ୍ସାଳୟରେ ୧ଟି ପଦବୀ ଥିବାବେଳେ ଆଡଜଷ୍ଟମେଣ୍ଟ ଭାବେ ଜଣେ ରହିଛନ୍ତି। ସେହିଭଳି ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧ଟି ଲେଖାଏ ଡାକ୍ତର ପଦବୀ ଥିବାବେଳେ ସମସ୍ତ ପଦବୀ ଖାଲି ପଡିଛି। ତେଣୁ ଜିଲାରେ ଏତେ ସଂଖ୍ୟାରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ରୋଗୀଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରୁନି। ଆଗକୁ ରଥଯାତ୍ରା ଥିବାରୁ ତୁରନ୍ତ ଜିଲାରେ ସମସ୍ତ ଡାକ୍ତର ପଦବୀ ପୂରଣ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri