Posted inଜାତୀୟ

ବିଦ୍ରୋହ-ଇତିହାସ-ପେନସନ ଯୋଗୁ ହିମାଚଳରେ ଭାଜପାର ବଢୁଛି ଚିନ୍ତା…

ଶିମଲା,୮।୧୧ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଅଳ୍ପ ଦିନ ବାକି ଅଛି। ପାହାଡି ରାଜ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେବେ ଏଥର ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛି। ଗୁଜୁରାଟ ତୁଳନାରେ ହିମାଚଳ ପ୍ରଦେଶରେ ଏଏପିର ଉପସ୍ଥିତି ଦୃଶ୍ୟମାନ ହେଉନାହିଁ, ଯେଉଁ କାରଣରୁ ନିର୍ବାଚନ ବିଶ୍ଳେଷକମାନେ ଭାଜପା ଏବଂ କଂଗ୍ରେସକୁ ମୁଖ୍ୟ ଦଳ ଭାବରେ ବିଚାର କରୁଛନ୍ତି। ପାହାଡି ରାଜ୍ୟରେ ଗତ ପାଞ୍ଚ ବର୍ଷ ଧରି କ୍ଷମତାରେ ଥିବା ଭାଜପା ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଯଦିଓ ଦଳ ପୁନର୍ବାର ସରକାର ଗଠନ କରିବାକୁ ଦାବି କରୁଛି, କିନ୍ତୁ ତିନୋଟି କାରଣରୁ ଦଳର ସମସ୍ୟା ବଢୁଛି। ପ୍ରଥମଟି ହେଉଛି ଗତ ତିନି ଦଶନ୍ଧି ଧରି ପାହାଡ଼ି ରାଜ୍ୟର ନିର୍ବାଚନ ଇତିହାସ। ଦ୍ୱିତୀୟ କାରଣ ହେଉଛି ଦଳର ବିଦ୍ରୋହୀ ନେତାମାନେ ନିର୍ବାଚନରେ ପ୍ରବେଶ କରୁଛନ୍ତି ଏବଂ ତୃତୀୟ କାରଣ ହେଉଛି ପୁରୁଣା ପେନସନ ଯୋଜନା।

ଟିକେଟ ବଣ୍ଟନ ସମୟରେ ଭାଜପା ଗତ ବିଧାନସଭା ନିର୍ବାଚନରେ ଜିତିଥିବା ଅନେକ ବିଧାୟକ ଏବଂ ମନ୍ତ୍ରୀଙ୍କ ଟିକେଟ କାଟି ଦେଇଛି। ଫଳରେ ସେମାନେ ବିଦ୍ରୋହୀ ପାଲଟିଛନ୍ତି। ବିଦ୍ରୋହୀ ନେତାମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ସେମାନେ ଏଥିରେ ସହମତ ନଥିଲେ, ସେତେବେଳେ ଭାଜପା କଠୋର ଭାବରେ ୪ଜଣ ପୂର୍ବତନ ବିଧାୟକ ଏବଂ ଦଳର ଉପାଧ୍ୟକ୍ଷଙ୍କ ସମେତ ୫ଜଣ ବରିଷ୍ଠ ନେତାଙ୍କୁ ଦଳରୁ ବାହାର କରିଥିଲା।

ପୁରୁଣା ପେନସନ ଯୋଜନା ହିମାଚଳ ପ୍ରଦେଶରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି। କଂଗ୍ରେସ ପ୍ରତିଶୃତି ଦେଇଛି ଯେ ଯଦି ରାଜ୍ୟରେ ସେମାନଙ୍କ ସରକାର ଗଠନ ହୁଏ, ତେବେ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେବ। ଦଳର ଶୀର୍ଷ ନେତାମାନେ ରାଜସ୍ଥାନ ଏବଂ ଛତିଶଗଡକୁ ସୂଚାଉଛନ୍ତି, ଯେଉଁଠାରେ ଓପିଏସ କାର୍ଯ୍ୟକାରୀ ହୋଇସାରିଛି। ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଭାଜପା ପାଇଁ ନିର୍ବାଚନରେ ସମସ୍ୟା ହୋଇପାରେ। ହିମାଚଳ ପ୍ରଦେଶର ନିର୍ବାଚନ ଇତିହାସ ବିଷୟରେ କହିବାକୁ ଗଲେ ପ୍ରତି ପାଞ୍ଚ ବର୍ଷ ପରେ ଏଠାରେ କ୍ଷମତା ପରିବର୍ତ୍ତନର ଧାରା ଦେଖିବାକୁ ମିଳିଛି। ଗତ ତିନି ଦଶନ୍ଧି ଧରି ଗୋଟିଏ ଦଳ ସରକାର ପରେ ଅନ୍ୟ ଦଳର ସରକାର ରାଜ୍ୟରେ ଗଠନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri