ଏହି ଦେଶରେ ଜେଲରେ ପହରା ଦିଅନ୍ତି ବତକ

ଦେଶରେ ଜେଲରେ ସୁରକ୍ଷା ପ୍ରଦାନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ। ଦୁର୍ଦ୍ଦାନ୍ତ ଅପରାଧୀ ଯେପିରି ଜେଲର ସୁରକ୍ଷା କବଚ ଭାଙ୍ଗି ବାହାରକୁ ନ ଯାଇ ପାରନ୍ତି ଏଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର ମଧ୍ୟ ପହରା ଦେଇଥାନ୍ତି। ତେବେ କେବେ ଶୁଣିଛନ୍ତି କି, ଜେଲର ସୁରକ୍ଷା ପାଇଁ ବତକକୁ ମୁତୟନ କରାଯାଇଥାଏ।

ବ୍ରାଜିଲର ସେଣ୍ଟ କ୍ୟାଣ୍ଟାରିନା ଜେଲର ସୁରକ୍ଷା ଦେଉଛନ୍ତି ବତକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏଠାରେ ପ୍ରଥମେ କୁକୁର ପହରା ଦେଉଥିଲେ। ପରେ ସେମାନଙ୍କୁ ହଟାଯାଇ ବତକ ରଖାଯାଇଥିଲା। ଜେଲରେ କ୍ୟାମେରା ଲଗାଇବା ପରେ ଏଠାରେ କୁକୁରମାନେ ପହରା ଦେଉଥିଲେ। ମାତ୍ର ଏବେ ସେମାନଙ୍କୁ ହଟାଇ ଆହୁରି କଡା ସୁରକ୍ଷା ପାଇଁ ଗିଜ(ଏକ ପ୍ରକାର ବତକ) ମୁତୟନ କରାଯାଇଛି।

ତେବେ ବତକଙ୍କୁ ମୁତୟନ କରାଯିବା ନେଇ ଜେଲର ନିର୍ଦ୍ଦେଶକ ମାର୍କୋସ ରୋବଟ କହିଛନ୍ତି, ବତକଙ୍କୁ ଜେଲର ସୁରକ୍ଷା ଦାୟିତ୍ୱ ଦେବା ଦ୍ୱାରା ଜେଲ ପରିସରରେ ଶାନ୍ତି ବଜାୟ ରହୁଛି। ସେହିପରି ଗୋଟିଏ ସ୍ଥାନରେ ବତକ ରଖିବା ସୁବିଧା ମଧ୍ୟ ହେଉଛି। ଏମାନଙ୍କୁ କିଣିବା ଏବଂ ପୋଷିବା ପାଇଁ ମଧ୍ୟ କମ୍‌ ଖର୍ଚ୍ଚ କରିବାକୁ ପଡୁଛି। ଏହି ବତକ ଜାତୀୟ ପକ୍ଷୀ ଜେଲର ଭିତରେ ଓ ବାହାର ସୁଉଚ୍ଚ କାନ୍ଥ ପାଖରେ ଘୁରି ବୁଲୁଛନ୍ତି। କୌଣସି ବନ୍ଦୀ ବା କଏଦୀ ହଲଚଲ ହେବା ଦେଖିଲେ ସେମାନେ ସାଙ୍ଗେସାଙ୍ଗେ ବୋବାଇବା ଆରମ୍ଭ କରି ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?