Categories: ଖେଳ

୨୦୨୪ ଆଇପିଏଲ୍‌: ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ୍‌ ଖେଳାଳି ନିଲାମ

ନୂଆଦିଲ୍ଲୀ, ୪ା୧୧: ସିଜନ ୨୦୨୪ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନାଲାମି ଡିସେମ୍ବର ୧୯ରେ ଦୁବାଇରେ ହେବ। ଅନ୍ୟପକ୍ଷରେ ଖେଳାଳି ରିଟେନଶନ ସମୟସୀମା ନଭେମ୍ବର ୨୬କୁ ବୃଦ୍ଧି କରାଯାଇଛି। ଜଣେ ଆଇପିଏଲ୍‌ ଅଫିସିଆଲ ଏବିଷୟ ସ୍ପଷ୍ଟ କରିଛନ୍ତି। ଖେଳାଳି ରିଟେନଶନ ସମୟସୀମା ନଭେମ୍ବର ୧୫ ରଖାଯାଇଥିଲା। ମାତ୍ର ଏହା ନଭେମ୍ବର ୨୬କୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ଦଳଗୁଡ଼ିକୁ ଶୁକ୍ରବାର ଜଣାଇ ଦିଆଯାଇଛି। ଆଇପିଏଲ୍‌ ନିଲାମ ପ୍ରଥମ ଥର ଭାରତ ବାହାରେ ହେବାକୁ ଯାଉଛି। ବିବାହ ଋତୁ ଯୋଗୁ ହେଟେଲର ମିଳିବା ଏକ ସମସ୍ୟା। ତେଣୁ ନିଲାମ ଦୁବାଇରେ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ ବୋଲି ଅଫିସିଆଲ ଜଣକ କହିଛନ୍ତି।

Share