ଶୁଖିଲା ଅଗଷ୍ଟ: ୧୨୨ ବର୍ଷର ରେକର୍ଡ ଭଙ୍ଗ

ଭୁବନେଶ୍ୱର,୩୧ା୮(ଅନିଲ ଦାସ)ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ଋତୁଚକ୍ରକୁ ଦେଖି କେଉଁ କାଳରୁ ଏହି ଲୋକକଥା ପ୍ରଚଳିତ ହୋଇଆସିଛି। ଏବେ ଆଉ ଶ୍ରାବଣରେ ଘନଘନ ବର୍ଷା ନାହିଁ। ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ଅଗଷ୍ଟ ମାସରେ ସାରା ରାଜ୍ୟ ଭୟଙ୍କର ଶୁଷ୍କ ପରିବେଶର ସମ୍ମୁଖୀନ ହୋଇଛି। ଦେଶରେ ମଧ୍ୟ ସମାନ ଅବସ୍ଥା। ଅଗଷ୍ଟ ମାସର ଶୁଖିଲା ଦିନ ଗତ ୧୨୨ ବର୍ଷର ରେକର୍ଡକୁ ଭାଙ୍ଗିଛି। ୧୯୦୧ ପରଠାରୁ ଭାରତରେ ଏଭଳି ଶୁଷ୍କ ମାସ କେବେ ଦେଖିବାକୁ ମିଳି ନ ଥିଲା। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ମାସରେ ୩୩ ପ୍ରତିଶତ ବର୍ଷା କମ୍‌ ହୋଇଛି। ସ୍ବାଭାବିକ ଭାବେ ଏହି ମାସରେ ୨୪୧ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ମାତ୍ର ୧୬୦.୩ ମିଲିମିଟର।

ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏଲନିନ୍ୟୋ ପ୍ରଭାବ ଯୋଗୁ ସମଗ୍ର ଦେଶ ବର୍ଷାଭାବ ପରିସ୍ଥିତିର ସମ୍ମୁଖୀନ ହେଉଛି। ଭାରତ ମହାସାଗରର ଉପରି ଭାଗ ଜଳର ତାପମାତ୍ରା ବୃଦ୍ଧି ହେବା କାରଣରୁ ମୌସୁମୀ ପ୍ରଭାବିତ ହୋଇଛି। ମୌସୁମୀ ପ୍ରବେଶର ମଧ୍ୟଭାଗରେ ଏଲନିନ୍ୟୋର ଉତ୍ପତ୍ତି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବ ୨୦୨୪ ମାର୍ଚ୍ଚ ଯାଏ ବଳବତ୍ତର ରହିବ ବୋଲି ମନ୍‌ସୁନ ମିଶନ କ୍ଲାଇମେଟ୍‌ ଚେଞ୍ଜ ଫୋର୍‌କାଷ୍ଟିଂ ସିଷ୍ଟମ୍‌(ଏମ୍‌ଏମ୍‌ସିଏଫ୍‌ଏସ୍‌) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ମାସଗୁଡ଼ିକରେ ମଧ୍ୟ ଉତ୍ତର ଏବଂ ପୂର୍ବ ଭାରତ ରାଜ୍ୟଗୁଡ଼ିକ ଆହୁରି ଶୁଷ୍କ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୌସୁମୀ ସମୟ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ସ୍ବାଭାବିକଠାରୁ ୮% କମ୍‌ ବର୍ଷା ହେବ। ୨୦୧୫ରେ ଦେଶରେ ଏଲନିନ୍ୟୋ ପ୍ରଭାବ ଯୋଗୁ ଏଭଳି ଶୁଷ୍କ ପରିବେଶ ସୃଷ୍ଟି ହୋଇଥିବା କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରବଳ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସାଧାରଣତଃ ଜୁଲାଇ ଏବଂ ଅଗଷ୍ଟ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଥାଏ। ତେବେ ଚଳିତ ବର୍ଷ ଏଥିରେ ୪ରୁ ୫ ଡିଗ୍ରୀ ବୃଦ୍ଧି ହୋଇଛି। କେତେକ ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀକୁ ମଧ୍ୟ ଟପିଯାଉଛି। ବର୍ଷା ନ ଥିବା ବେଳେ ଉତ୍ତପ୍ତ ପରିବେଶ ଚାଷ ପାଇଁ ବଡ ବିପତ୍ତି ଡାକି ଆଣିଛି। ବିଲରେ ପାଣି ନ ଥିବାରୁ ଚାଷୀ ହତାଶ ହୋଇ ବସିଛନ୍ତି। ଉପକୂଳର ଅନେକ ଜିଲାରେ ବର୍ଷାଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଯେଉଁ କେତେକ ଜିଲାରେ ଜୁଲାଇ ଲଘୁଚାପ ବର୍ଷା ଯୋଗୁ ଧାନତଳି ରୁଆ ହୋଇଥିଲା ସେ ସବୁ ହଳଦିଆ ପଡ଼ିଗଲାଣି।

ଏ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୪ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ୩୦ ତାରିଖ ଯାଏ ରାଜ୍ୟରେ ୯୦୬.୫ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ମାତ୍ର ୭୮୩.୧ ମିଲିମିଟର । ରାଜ୍ୟର ୧୧ ଜିଲାର ଅନେକ ବ୍ଲକ ଏବେ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲାରେ ସ୍ବାଭାବିକଠାରୁ ୪୧ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ୩୭, ଗଞ୍ଜାମ ୩୫, କଳାହାଣ୍ଡି ୩୬, ପୁରୀ ୨୬, ଯାଜପୁର ୨୮, ଜଗତ୍‌ସିଂହପୁର ୨୮, ରାୟଗଡ଼ା ୨୫, କୋରାପୁଟ ୨୨, କଟକ ୨୬ ଏବଂ ଖୋର୍ଦ୍ଧା ଜିଲାରେ ସ୍ବାଭାବିକଠାରୁ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ନବରଙ୍ଗପୁର ଜିଲାର ୧୦ଟି ବ୍ଲକ, ଗଞ୍ଜାମର ୨୨ ବ୍ଲକ ଏବଂ କେନ୍ଦ୍ରାପଡ଼ାର ୯ ବ୍ଲକ ଗଭୀର ଭାବେ ପ୍ରଭାବିତ ହୋଇଛି।

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆପତ୍‌କାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ କହିଛନ୍ତି, ରାଜ୍ୟର କେତେକ ଅଞ୍ଚଳରେ ଦେଖାଦେଇଥିବା ବର୍ଷାଭାବର ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ସେପ୍ଟେମ୍ବରରେ ଭଲ ବର୍ଷା ହୋଇ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri