Categories: ଜାତୀୟ

କୋଭିଡ୍‌ ଆକ୍ରାନ୍ତଙ୍କୁ ଦିଆଯିବ ଡିଆର୍‌ଡିଓ ପ୍ରସ୍ତୁତ ମେଡିସିନ

ନୂଆଦିଲ୍ଲୀ,୧୬।୫: କୋଭିଡ୍‌ ଚିକିତ୍ସା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଦ୍ୱାରା ବିକଶିତ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌ (୨-ଡିଜି) ସୋମବାର ହସ୍ପିଟାଲକୁ ପଠାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ପ୍ରାୟ ୧୦,୦୦୦ ଡୋଜ୍‌ ଔଷଧ ବଣ୍ଟନ କରିବେ। ହାଇଦ୍ରାବାଦର ଡ. ରେଡିସ୍‌ ଲାବରେଟୋରୀ ସହ ମିଳିତ ଭାବେ ଡିଆର୍‌ଡିଓ ଏହି ଔଷଧ ପ୍ରସ୍ତୁତ କରିଛି। ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହାର ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିଥିଲା।

Share