ମଦ ନିଶାରେ ଆଖି ଲାଲ କରି ଶ୍ରୀଦେବୀଙ୍କ ରୁମ୍‌ରେ ପଶିଯାଇଥିଲେ ଏହି ଅଭିନେତା; ଚିତ୍କାର କରି ଷ୍ଟୁଡିଓ…

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ନେଇ ଆଜିଯାଏ, ସେ ନିଜର ବିଚିତ୍ର ଆଚରଣକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଅନେକ ଥର ସେ ନିଜର ଏଭଳି ବ୍ୟବହାର ପାଇଁ କଳାକାରଙ୍କ ସହ ନିଜ ସମ୍ପର୍କକୁ ଖରାପ କରିଦେଉଥିଲେ। ଏଭଳି ଏକ ଘଟଣା ଶ୍ରୀଦେବୀଙ୍କ ସହ ଘଟିଥିଲା। ସଞ୍ଜୟ ନିଶାଗ୍ରସ୍ତ ଅବସ୍ଥାରେ ଅଭିନେତ୍ରୀଙ୍କ କୋଠରୀରେ ପଶି ଯାଇଥିଲେ। ଏହାପରେ ଶ୍ରୀଦେବୀ ସଞ୍ଜୟଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ହେଲେ ପରେ ତାଙ୍କୁ ମହେଶ ଭଟ୍ଟଙ୍କ ଫିଲ୍ମ ଗୁମ୍‌ରାହରେ ଅଭିନେତାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ପଡ଼ିଥିଲା।

୧୯୮୩ରେ ଶ୍ରୀଦେବୀ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିସାରିଥିଲେ। ସେତେବେଳେ ସଞ୍ଜୟ ନିଜ କ୍ୟାରିୟର ଆରମ୍ଭ କରୁଥିଲେ। ଶ୍ରୀଦେବୀ-ଜିତେନ୍ଦ୍ର ନିଜର ଫିଲ୍ମ ‘ହିମ୍ମତବାଲା’ ଶୁଟିଂ କରୁଥିଲେ। ସଞ୍ଜୟ ସେତେବେଳେ ଶ୍ରୀଦେବୀଙ୍କ ବଡ ପ୍ରଶଂସକ ଥିଲେ। ଶୁଟିଂ ସମୟରେ ଅଭିନେତ୍ରୀଙ୍କୁ ଭେଟିବା ପାଇଁ ନିଶାରେ ଥାଇ ସଞ୍ଜୟ ତାଙ୍କ ରୁମ୍‌ରେ ପଶିଯାଇଥିଲେ। ତାଙ୍କ ଆଖି ଲାଲ ଥିଲା। ଢ଼ଳି ଢ଼ଳି ସେ ଚାଲୁଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଶ୍ରୀଦେବୀ ଡରି ଯାଇ ବଡ ପାଟିରେ ଚିତ୍କାର କରିଥିଲେ। ବହୁତ କଷ୍ଟରେ ସେଠାରୁ ତାଙ୍କୁ ଲୋକମାନେ ବାହାର କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇ ଯାଇଥିଲା।

ଧିରେ ଧିରେ ଅଭିନେତା ଜଣେ ଫିଲ୍ମ ଷ୍ଟାର ଭାବେ ଲୋକପ୍ରିୟ ହୋଇଥିଲେ। ଷ୍ଟାରଡମ୍‌ ପାଇଁ ଶ୍ରୀଦେବୀ ତାଙ୍କ ସହ ପରେ କାମ କରିବାକୁ ରାଜି ହୋଇଥିଲେ। ହେଲେ ଫିଲ୍ମ ଶୁଟିଂ ବେଳେ କେହି କାହା ସହ କଥା ହେଉ ନ ଥିଲେ। ରୋମାଣ୍ଟିକ୍‌ ଦୃଶ୍ୟ ଶୁଟିଂ କରିବା ପରେ ଉଭୟ ଅଲଗା ରାସ୍ତାରେ ଚାଲିଯାଉଥିଲେ। ଏକ ସାକ୍ଷାତକାରରେ ନିଜର ଏଭଳି ବ୍ୟବହାର ଉପରକୁ ପରଦା ଉଠାଇଥିଲେ ସଞ୍ଜୟ।

Share