ନିଶାରେ ଟଳମଳ ହୋଇ ଶ୍ରୀଦେବୀଙ୍କ ରୁମ୍‌ରେ ପଶିଯାଇଥିଲେ ଏହି ଅଭିନେତା; ଚିତ୍କାର କରି…

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ନେଇ ଆଜିଯାଏ, ସେ ନିଜର ବିଚିତ୍ର ଆଚରଣକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଅନେକ ଥର ସେ ନିଜର ଏଭଳି ବ୍ୟବହାର ପାଇଁ କଳାକାରଙ୍କ ସହ ନିଜ ସମ୍ପର୍କକୁ ଖରାପ କରିଦେଉଥିଲେ। ଏଭଳି ଏକ ଘଟଣା ଶ୍ରୀଦେବୀଙ୍କ ସହ ଘଟିଥିଲା। ସଞ୍ଜୟ ନିଶାଗ୍ରସ୍ତ ଅବସ୍ଥାରେ ଅଭିନେତ୍ରୀଙ୍କ କୋଠରୀରେ ପଶି ଯାଇଥିଲେ। ଏହାପରେ ଶ୍ରୀଦେବୀ ସଞ୍ଜୟଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ହେଲେ ପରେ ତାଙ୍କୁ ମହେଶ ଭଟ୍ଟଙ୍କ ଫିଲ୍ମ ଗୁମ୍‌ରାହରେ ଅଭିନେତାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ପଡ଼ିଥିଲା।
୧୯୮୩ରେ ଶ୍ରୀଦେବୀ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିସାରିଥିଲେ। ସେତେବେଳେ ସଞ୍ଜୟ ନିଜ କ୍ୟାରିୟର ଆରମ୍ଭ କରୁଥିଲେ। ଶ୍ରୀଦେବୀ-ଜିତେନ୍ଦ୍ର ନିଜର ଫିଲ୍ମ ‘ହିମ୍ମତବାଲା’ ଶୁଟିଂ କରୁଥିଲେ। ସଞ୍ଜୟ ସେତେବେଳେ ଶ୍ରୀଦେବୀଙ୍କ ବଡ ପ୍ରଶଂସକ ଥିଲେ। ଶୁଟିଂ ସମୟରେ ଅଭିନେତ୍ରୀଙ୍କୁ ଭେଟିବା ପାଇଁ ନିଶାରେ ଥାଇ ସଞ୍ଜୟ ତାଙ୍କ ରୁମ୍‌ରେ ପଶିଯାଇଥିଲେ। ତାଙ୍କ ଆଖି ଲାଲ ଥିଲା। ଢ଼ଳି ଢ଼ଳି ସେ ଚାଲୁଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଶ୍ରୀଦେବୀ ଡରି ଯାଇ ବଡ ପାଟିରେ ଚିତ୍କାର କରିଥିଲେ। ବହୁତ କଷ୍ଟରେ ସେଠାରୁ ତାଙ୍କୁ ଲୋକମାନେ ବାହାର କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇ ଯାଇଥିଲା।
ଧିରେ ଧିରେ ଅଭିନେତା ଜଣେ ଫିଲ୍ମ ଷ୍ଟାର ଭାବେ ଲୋକପ୍ରିୟ ହୋଇଥିଲେ। ଷ୍ଟାରଡମ୍‌ ପାଇଁ ଶ୍ରୀଦେବୀ ତାଙ୍କ ସହ ପରେ କାମ କରିବାକୁ ରାଜି ହୋଇଥିଲେ। ହେଲେ ଫିଲ୍ମ ଶୁଟିଂ ବେଳେ କେହି କାହା ସହ କଥା ହେଉ ନ ଥିଲେ। ରୋମାଣ୍ଟିକ୍‌ ଦୃଶ୍ୟ ଶୁଟିଂ କରିବା ପରେ ଉଭୟ ଅଲଗା ରାସ୍ତାରେ ଚାଲିଯାଉଥିଲେ। ଏକ ସାକ୍ଷାତକାରରେ ନିଜର ଏଭଳି ବ୍ୟବହାର ଉପରକୁ ପରଦା ଉଠାଇଥିଲେ ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

‘ରାଧେ ଶ୍ୟାମ’ ପାଇଁ କୋଟ କୋଟି ଟଙ୍କା କ୍ଷତି ସହିପାରନ୍ତି ନିର୍ମାତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଶୁକ୍ରବାର ରିଲିଜ ହୋଇଥିଲା। ଦର୍ଶକ ଏବଂ ସିନେ ସମୀକ୍ଷକଙ୍କଠୁ ସିନେମାକୁ ନେଇ...

ଦୀର୍ଘ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଗତ ପ୍ରାୟ ୨ ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରରେ...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ...

ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ...

ନିରବତା ଭାଙ୍ଗିଲେ ରାପର ହନି ସିଂହ, ସ୍ତ୍ରୀଙ୍କ ଅଭିଯୋଗକୁ କହିଲେ ଘୃଣ୍ୟ

ବମ୍ବେ: ଭାରତୀୟ ରାପର ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର ଅଗଷ୍ଟ ୩ରେ ଗାୟକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର...

ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ ହେବେ ଅଭିନେତା ପୁନିଥ ରାଜକୁମାର

ବେଙ୍ଗାଲୁରୁ,୬ ।୮: କନ୍ନଡ ଅଭିନେତା ପୁନିଥ ରାଜକୁମାର ଆମ ଗହଣରେ ନାହନ୍ତି ସତ, ହେଲେ ତାଙ୍କ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଅଭୁଲା ହୋଇ...

ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ

ୟୁଏଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍‌...

ଗୋବିନ୍ଦାଙ୍କ ଗୀତରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ ଶେୟାର କରିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ହୃଦୟକୁ ସ୍ପର୍ଶ କରିଥାଏ।...

Advertisement
Archives

Model This Week