Categories: ଫୁରସତ

ନିଶାରେ ଟଳମଳ ମାଙ୍କଡ଼, ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟି ଏକ ମଦ ବୋତଲ ଟେକି ତାହାକୁ ପିଇ ଦେଉଛି। ପରେ ନିଶାରେ ତା’ର ଆଖି ବନ୍ଦ ହୋଇଯାଉଛି। ପରେ ସେ ଦୁଇଗୋଡ଼ କରିଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share