Categories: ଜାତୀୟ

ଆମେରିକା ଏୟାରଲାଇନ୍ସ: ନିଶାରେ ଥାଇ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ

ନୂଆଦିଲ୍ଲୀ,୫ ।୩: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକା ଏୟାର ଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିବା ଜଣାପଡିଛି । ରବିବାର ଏହି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଏହି ଘଟଣା ବିମାନ ସଂଖ୍ୟା ଏଏ୨୯୨ରେ ହୋଇଛି । ଏହି ବିମାନଟି ନ୍ୟୁୟର୍କରୁ ଶୁକ୍ରବାର ରାତି ୯ଟା ୧୬ରେ ବାହାରି ୧୪ ଘଣ୍ଟା ୨୬ ମିନିଟ ପରେ ଶନିବାର ରାତି ୧୦ଟା ୧୨ରେ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ(ଆଇଜିଆଇ)ରେ ପହଞ୍ଚିଥିଲା ।
ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଜଣଙ୍କ ଆମେରିକା ବିଶ୍ୱିଦ୍ୟାଳୟର ଛାତ୍ର । କୁହାଯାଇଛି କି ଛାତ୍ର ଜଣଙ୍କ କ୍ଷମା ମାଗିବାପରେ ପୋଲିସରେ ମାମଲା କରାଯାଇ ନାହିଁ । କାରଣ ପୀଡ଼ିତ କହିଛନ୍ତି ଏହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ । ହେଲେ ଏୟାରଲାଇନ୍ସ ଏହି ମାମଲାକୁ ଗମ୍ଭିରତାର ସହ ନେଇ ଆଇଜିଆଇ ଏୟାରପୋର୍ଟର ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି)କୁ ଏହାର ସୂଚନା ଦେଇଛି ।
ଚାଳକ ଦଳର ବୋର୍ଡକୁ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସେମାନେ ପାଇଲଟଙ୍କୁ ସୂଚନା ଦେଇଥିଲେ ଓ ଏହା ଏଟିଏସକୁ ଦିଆଯାଇଥିଲା । ଫଳରେ ସିଆଇଏସଏଫ କର୍ମୀ ସତର୍କ ହୋଇଯାଇଥିଲେ । ଏମାନେ ଅଭିଯୁକ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

Share