ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା ସହ ଜଡ଼ିତ ବ୍ୟକ୍ତି ନିୟମିତ ଶଜନା ଶାଗରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ତେବେ ତାଙ୍କର ବ୍ଲଡ୍‌ପ୍ରେସର କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ। ଏହା ମଧ୍ୟ ଶରୀରରେ ହିମୋଗ୍ଲୋବିନ ପରିମାଣକୁ ସନ୍ତୁଳିତ ରଖେ। ଯକ୍ଷ୍ମା ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ। ଆଣ୍ଠୁଗଣ୍ଠିଜନିତ ସମସ୍ୟା ପାଇଁ ଏହା ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ସବୁଠାରୁ ଖାସ୍‌ କଥା ହେଲା ଯଦି ଆପଣଙ୍କର ଓଜନ ବଢ଼ିଯାଇଛି ତେବେ ଏହାକୁ ଖାଇଲେ ତାହା କେତେକାଂଶରେ ନିୟନ୍ତ୍ରଣକୁ ଆସିଥାଏ। ଶରୀରର ଚର୍ବି ଅଂଶକୁ ଏହା ମଧ୍ୟ ଅନେକାଂଶରେ କମାଇଥାଏ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ମଧ୍ୟ ରହିଛି। ଏହା ଖାଦ୍ୟ ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଶଜନା ଶାଗ ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରେ। ଆଜ୍‌ମା ରୋଗୀଙ୍କ ପାଇଁ ଏହା ମହୌଷଧି ସଦୃଶ।

Dharitri – Odisha’s No.1 Odia Daily