Categories: ଜାତୀୟ

ଫୁଡ୍‌ ଆପ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା ଡ୍ରଗ୍ସ, ୮ ଡ୍ରପ୍‌ ଆଉଟ୍‌ ଛାତ୍ର ଗିରଫ…

ନୂଆଦିଲ୍ଲୀ, ୮।୯ : ନିଶା ନିବାରଣ ଟାସ୍କ ଫୋର୍ସ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ଚଢ଼ାଉ କରାଯାଇଛି। ଏଥିରେ ବହୁ ପରିମାଣର ଡ୍ରଗ୍ସ ଧରାପଡିଛି। ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ଅପରେଶନ କରାଯାଇ କରି ୮ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ବିବିଏ, ଏମବିଏ, ଆଇଆଇଏମ, ବିଟେକ, ଆଇଆଇଟି ଏବଂ ଫ୍ୟାଶନ ଡିଜାଇନ ଆଦି ପାଠ୍ୟକ୍ରମର ଡ୍ରପ୍‌ ଆଉଟ୍‌ ଛାତ୍ର ବୋଲି ପୋଲିସ କହିଛି। ସେମାନେ ଫୁଡ୍‌ ଆପ ମାଧ୍ୟମରେ ଡ୍ରଗ୍ସ ଯୋଗାଉଥିଲେ। ଅଭିଯୁକ୍ତ ଛାତ୍ରମାନେ ସ୍ବତନ୍ତ୍ର ବ୍ୟାଗରେ ଫିଲ୍ମ ଷ୍ଟାଇଲରେ ସ୍କୁଲ, କଲେଜ, ମ୍ୟାନେଜମେଣ୍ଟ କଲେଜକୁ ଟାର୍ଗେଟ କରି ଡ୍ରଗ୍ସ ଯୋଗାଉଥିଲେ।

ଚଢ଼ାଉରେ୨୮ ବ୍ଲଟ ଏଲଏଡି ପେପର, ୮୪ ଗ୍ରାମ ମାରିଜୁଆନା, ହାସିସ୍‌ ଆଦି ଜବତ ହୋଇଛି। ଜବତ ହୋଇଥିବା ନିଶା ସାମଗ୍ରୀର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share