ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରୁ ମିଳିଲା ଡ୍ରଗ୍ସ

ମୁମ୍ବାଇ,୮।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ବାସଭବନରେ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢାଉ କରି ଡ୍ରଗ୍ସ ଜବତ କରିଛି। ହେଲେ ଚଢାଉ ସମୟରେ ଫିରୋଜ ଘରେ ନ ଥିବା ଜଣାପଡିଛି। ଅପରପକ୍ଷେ ଏନ୍‌ସିବି ଫିରୋଜଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି। ଏନ୍‌ସିବି ମହାରାଷ୍ଟ୍ରର ମାଲାଡ, ଅନ୍ଧେରି, ଲୋଖଣ୍ଡୱାଲା ଆଦି ୫ ସ୍ଥାନରେ ଏକ କାଳିନ ଚଢାଉ ଜାରି ରଖିଛି।
ସୂଚନାଯୋଗ୍ୟ, ନଭେମ୍ବର ୭ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନସିବି ଚଢ଼ାଉ କରି ୫ ଜଣ ଡ୍ରଗ୍ସ ପେଡେଲରଙ୍କୁ ଗିରଫ କରିଥିଲା।

Share