ଯେଉଁଠି ରହୁଥିଲେ ସଞ୍ଜୟ ଦତ୍ତ ସେଇଠି ରାତି କାଟିବେ ଆର୍ଯ୍ୟନ

ମୁମ୍ବାଇ: ବଢିଯାଇଛି ବଲିଉଡର କିଙ୍ଗ ଖାନ୍ ଆର୍ଯ୍ୟନଙ୍କ ସମସ୍ୟା । ବେଳକୁ ବେଳ ତାଙ୍କର ଅଡୁଆ ବଢିବାରେ ଲାଗିଛି । କ୍ରୁଜ ଶିପରେ ଡ୍ରଗ୍‌ସ ପାର୍ଟିରେ ଯୋଗ ଦେବା ଏବେ ଏହି ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡିଛି । ଶନିବାର ତାଙ୍କ ଜାମିନ ଆବେନଦ ଖାରଜ ହୋଇଯିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏବେ ସେ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିବେ । ଜାମିନ ନ ମିଳିବାରୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ଶାହାରୁଖଙ୍କ ପରିବାର । ଶନିବାର ଅଧିକ ପଚରା ଉଚରା ପାଇଁ ଆର୍ଯ୍ୟନଙ୍କ ସହ ଅରବାଜ ମର୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ବି ଖାରଜ ହୋଇଯାଇଛି । ଏମାନେ ସମସ୍ତଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ, ଏହି ଜେଲରେ ପୂର୍ବରୁ କଷାବ, ଅବୁ ସାଲେମ, ସଞ୍ଜୟ ଦତ୍ତଙ୍କ ଭଳି ନାମୀ ଅପରାଧି ସଜା କାଟିଛନ୍ତି ।

Share