ନାକତଳେ ନିଶା କାରବାର: ପୋଲିସ, ଅବକାରୀ ନୀରବଦ୍ରଷ୍ଟା

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ଚୋରାମଦ, କଫ୍‌ ସିରପ୍‌ଠାରୁ ଆରମ୍ଭ କରି ବ୍ରାଉନସୁଗାର ଯାଏ ନିଶାଦ୍ରବ୍ୟ ଏଠାରେ ଅବାଧରେ ବିକ୍ରି ହେଉଛି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ଲୋକେ ବାରମ୍ବାର ଦାବି କରୁଛନ୍ତି। ଚିରାଚରିତ ଭାବେ ପୋଲିସ, ଅବକାରୀ ଧରପଗଡ଼ କରୁଛନ୍ତି। ମାତ୍ର ତାହା ଧର୍ମକୁ ଆଖିଠାର ଭଳି ହେଉଛି। ପୋଲିସ, ଅବକାରୀ କଫ୍‌ ସିରପ୍‌, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ ଜବତ କରୁଛନ୍ତି। କିଛି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରୁଛନ୍ତି। ସେଥିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। ତେବେ କେଉଁଠୁ ସେହି ନିଶାଦ୍ରବ୍ୟ ଆସୁଛି ଏବଂ ସେଥିରେ ଆଉ କାହାରିଙ୍କ ସମ୍ପୃକ୍ତି ରହିଛି, ତାହା କେବଳ ତଦନ୍ତାଧିନଭାବେ ରହି ଯାଉଛି। ଅବକାରୀ କିମ୍ବା ପୋଲିସ ଚେରକୁ ଛୁଇଁ ପାରୁ ନାହାନ୍ତି। ନିଶା କାରବାରର କିଙ୍ଗପିନ୍‌ଙ୍କୁ କେହି ଧରି ପାରୁ ନାହାନ୍ତି। ଅନ୍ୟପଟେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ୍‌, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପୀଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଅନେକ ସମୟରେ ନିଶାସକ୍ତ ରୋଡ୍‌ ରୋମିଓଙ୍କ ଦ୍ୱାରା ସ୍କୁଲ, କଲେଜ ଛାତ୍ରୀମାନେ ମଧ୍ୟ ଟାହିଆଟାପୁରାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟରେ ଯାତାୟତ ପାଇଁ କେବଳ ମହିଳା ନୁହଁନ୍ତି, ପୁରୁଷମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେବେ ଏଭଳି ନିଶା କାରବାର ରୋକିବା ପାଇଁ ଜିଲାରେ ଅବକାରୀ କିମ୍ବା ପୋଲିସର ଅଭାବ ନାହିଁ। ୧୨ବ୍ଲକ ବିଶିଷ୍ଟ ବରଗଡ଼ ଜିଲାରେ ପୋଲିସ ମୁଖ୍ୟାଳୟ ସମେତ ୧୭ଥାନା ରହିଛି। ଗୋଡ଼ଭଗା, ରୁଷୁଡ଼ା ଓ ବିଜୟପଲ୍ଲୀରେ ପୋଲିସ ଫାଣ୍ଡି ଏବଂ ଡୁଙ୍ଗୁରି(ଅମ୍ବାଭୋନା) ଓ ନୃସିଂହନାଥରେ ପୋଲିସ୍‌ ବିଟ୍‌ ହାଉସ୍‌ ଅଛି। ଜିଲା ସଦର ମହକୁମାରେ ପୋଲିସ ଆରକ୍ଷୀ ଅଧୀକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ, ଏସଡ଼ିପିଓଙ୍କ କାର୍ଯ୍ୟାଳୟ ରହିଛି। ପଦ୍ମପୁରରେ ମଧ୍ୟ ଏସଡିପିଓଙ୍କ କାର୍ଯ୍ୟାଳୟ ଅଛି। ସେହିପରି ସଦର ମହକୁମାରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ବରଗଡ଼ ଓ ପଦ୍ମପୁରରେ ଅବକାରୀ ବିଭାଗର ରେଞ୍ଜ କାର୍ଯ୍ୟାଳୟ ଅଛି। ବରଗଡ଼ ଅବକାରୀ ରେଞ୍ଜ ଅଧିନରେ ଅତାବିରା, ଭଟଲି ଓ ବରଗଡ଼ ଏବଂ ପଦ୍ମପୁର ରେଞ୍ଜ ଅଧିନରେ ପଦ୍ମପୁର, ପାଇକମାଳ ଓ ସୋହେଲା ଅବକାରୀ ଷ୍ଟେଶନ ରହିଛି। କେବଳ ସେତିକି ନୁହେଁ, ଉଭୟ ପୋଲିସ ଏବଂ ଅବକାରୀ ବିଭାଗରେ ଯଥାକ୍ରମେ ଏନଏଚ୍‌ ପାଟ୍ରୋଲିଂ ଏବଂ ମୋବାଇଲ ଟିମ୍‌ ରହିଛନ୍ତି। ଏହାସତ୍ତ୍ୱେ ପୋଲିସ ଏବଂ ଅବକାରୀର ନାକତଳେ ନିଶା କାରବାର ବୃଦ୍ଧି ଉଭୟ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସବୁଠି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବରଗଡ଼ ଏସ୍‌ପି ପିଏସ୍‌ ମୀନା ଏବଂ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା।

ନାଗରିକ ଅସୁରକ୍ଷିତ
ବରଗଡ଼ରେ ନିଶା କାରବାର ଯେଭଳି ଚାଲିଛି, ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ପୋଲିସ, ଜିଲାପାଳ ଧ୍ୟାନ ଦେଉ ନାହାନ୍ତି। ସହରର ପ୍ରତିପଡ଼ାରେ ନିଶାଦ୍ରବ୍ୟ ବିକ୍ରି ହେଉଛି। ନାଗରିକ ସୁରକ୍ଷିତ ମଣୁ ନାହାନ୍ତି। ଯୁବପୀଢ଼ି ନିଶାସକ୍ତ, ପଥଭ୍ରଷ୍ଟ ହେଉଛନ୍ତି। ସେମାନଙ୍କ କ୍ୟାରିୟର ଉପରେ ଏହାର କୁପ୍ରଭାବ ପଡୁଛି। ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କୁ ଜଣାଇଥିଲୁ। ହେଲେ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ।

ଏମାନେ କହନ୍ତି…

– ଭୀଷ୍ମଦେବ ସରାଫ୍‌, ସଭାପତି, ବରଗଡ଼ ନାଗରିକ ମଞ୍ଚ
ପାଲଟିବ ନିଶାର ଗଡ଼
ଯେଭଳି ଅବାଧରେ ନିଶା କାରବାର ଚାଲିଛି, ତାକୁ ବନ୍ଦ କରା ନଗଲେ ଯୁବଶକ୍ତି ବିଭ୍ରାନ୍ତ ହେବା ନିଶ୍ଚିତ। ସେହିପରି ସାମାଜିକ ଉନ୍ନତି ହେବାର ସମ୍ଭାବନା ନାହିଁ। ବରଗଡ଼ ସହରରେ ନିଶା ଟାବଲେଟ୍‌, ବ୍ରାଉନ ସୁଗାର, କଫ୍‌ ସିରପ୍‌ କାରବାର ମାତ୍ରାଧିକ ଚାଲିଲାଣି। ନିଶାଗ୍ରସ୍ତ ଲୋକଙ୍କ ପାଇଁ ମା’, ଭଉଣୀ ପଦାକୁ ବାହାରିବା ପାଇଁ ଭୟଭିତ ହେଉଛନ୍ତି। ନିଶା କାରବାର ଦମନ ପାଇଁ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନ ବରଗଡ଼ ନିଶାର ଗଡ଼ ପାଲଟିବ, ଏଥିରେ ସନ୍ଦେହ ନାହିଁ।
– ପ୍ରଶାନ୍ତ ମହାପାତ୍ର, ସମ୍ପାଦକ ସମଲେଶ୍ୱରୀ ସଂଘ, ବରଗଡ଼
ନିଶା ଦମନ ସାମାଜିକ ଦାୟିତ୍ୱବୋଧ
ନିଶା କାରବାର ରୋକିବା ପାଇଁ ପୋଲିସ, ଅବକାରୀ ବିଭାଗ ପକ୍ଷରୁ ଯେଭଳି କାର୍ଯ୍ୟାନୁଷ୍ଠାନ ହେବା କଥା, ତାହା ପରିଲକ୍ଷିତ ହେଉ ନାହିଁ। ପୋଲିସ ପକ୍ଷରୁ ରାପିଡ୍‌ ଆକ୍ସନ ଟିମ୍‌ ଗଠନ କରି ଚଢ଼ାଉ କରାଯିବା ଦରକାର। ଅଭିଯୋଗ ପାଇଲେ ଯାଇ ଚଢ଼ାଉ ହେଉଛି। କିନ୍ତୁ ସରପ୍ରାଇଜ୍‌ ରେଡ୍‌ ହେବା କଥା। ସେହିପରି ନିଶା କାରବାର ରୋକିବା ସାମାଜିକ ଦାୟିତ୍ୱବୋଧ। ଫଳରେ ସେଥିପାଇଁ ସମସ୍ତେ ପ୍ରୋଟେଷ୍ଟ କରିବା ସହିତ ପୋଲିସ, ଅବକାରୀ ବିଭାଗକୁ ସୂଚନା ମଧ୍ୟ ଦେବା ଉଚିତ୍‌।
– କିରଣ କୁମାର ମିଶ୍ର, ଆଡ଼ଭୋକେଟ୍‌, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri