ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ ନିଶା କାରବାର

ବାରିପଦା ଅଫିସ,୧୭।୭- ମୟୂରଭଞ୍ଜ ଜିଲାରେ ଚୋରା ମଦ ଓ ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୀମାନ୍ତ ପଶ୍ଚିମବଙ୍ଗରୁ ଏହି ଜିଲାକୁ ନକଲି ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସ୍ପିରିଟ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଚୋରାରେ ଆସୁଛି। ଜିଲାର ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ଓଡ଼ିଆ ଲୋକଙ୍କ ନାମରେ ଥିବା ବେଳେ ଅଧିକାଂଶ ସ୍ଥାନରେ ଅଣ ଓଡ଼ିଆ(ବିହାର ରାଜ୍ୟ ଲୋକ) ଲିଜ ନେଇ କାରବାର ଚଳାଉଛନ୍ତି। ଚୋରା ବେପାରୀଙ୍କୁ ବିଭାଗ ଧରୁଥିବା ବେଳେ ଏସଟିଏଫ୍‌ ମଧ୍ୟ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରୁଥିତ୍ବା ନଜିର ରହିଛି। ପୂର୍ବ ବର୍ଷ ତୁଳନାରେ ଏପରି କାରବାର ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ମାମଲା ଓ ଗିରଫଦାରୀ ମଧ୍ୟ ବଢ଼ିଛି। ଜିଲାରୁ ବାର୍ଷିକ ୩୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆଦାୟ କରାଯାଉଥିବା ବେଳେ ସ୍ବଳ୍ପ କର୍ମଚାରୀଙ୍କ ପାଇଁ ଚୋରା କାରବାର ରୋକିବାରେ ବିଭାଗ ବିଫଳ ହେଉଛି । ସୂଚନା ଅନୁଯାୟୀ, ଜିଲାର ଛୋଟବଡ଼ ବଜାର ଓ ଗାଁ ଗହଳିରେ ଥିବା ବିଭିନ୍ନ ଗ୍ରସେରି, ପାନ, ହୋଟେଲଗୁଡ଼ିକରେ ବେଆଇନ ଭାବେ ମଦ ବିକ୍ରି ହେଉଛି। ଚୋରା ମଦ ସାଙ୍ଗକୁ ନକଲି ମଦ କାରବାର ହେଉଛି। ଜିଲାରେ ୮୬ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ, ୧୪ଟି ବାର୍‌ ଓ ୨୦ଟି ଦେଶୀ ମଦ ଭାଟି ରହିଛି । ଗତବର୍ଷ ଲକ୍‌ଡାଉନ ଓ ଶଟଡାଉନ ସତ୍ତ୍ୱେ ଜିଲାରେ ୩୦୦କୋଟି ଟଙ୍କାର ମଦ କାରବାର ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୩୫୦କୋଟି ଟଙ୍କାର ମଦ କାରବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ତଦନୁଯାୟୀ ଗତବର୍ଷ ସରକାରଙ୍କ ତହବିଲକୁ ୩୦କୋଟି ଟଙ୍କା ରାଜସ୍ବ ମିଳିଥିବା ବେଳେ ଚଳିତବର୍ଷ ୩୫କୋଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେହିପରି ଗତବର୍ଷ ତୁଳନାରେ ଚଳିତବର୍ଷ ଚୋରାମଦ କାରବାର ରୋକିବାରେ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଗତବର୍ଷ ୧୬୪ଟି ମାମଲାରେ ୪୧ଜଣ ଗିରଫ ହୋଇଥିବା ବେଳେ ଚଳିତବର୍ଷ ଜୁନ ୧୫ତାରିଖ ସୁଦ୍ଧା ୩୫୭ଟି ମାମଲାରେ ୨୮୬ଜଣଙ୍କୁ ଗିରଫ କରାଯାଇଛି । ତେବେ କର୍ମଚାରୀ ଅଭାବ ଯୋଗୁ ଜିଲାରେ ଚୋରା ମଦ କାରବାର ବୃଦ୍ଧି ପାଉଛି। ଜିଲା ସଦର ମହକୁମାରେ ଅବସ୍ଥିତ ଅବକାରୀ ଅଧ୍ୟୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆକୁ ମିଶାଇ ୪ଟି ଅବକାରୀ ରେଞ୍ଜ କାର୍ଯାଳୟ ରହିଛି। ଏହା ସହିତ ଜିଲାରେ ୨ଟି ମୋବାଇଲ ୟୁନିଟ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ଗୁଡ଼ିକରେ ୨୭ କନଷ୍ଟେବଳ ପଦବୀ ଖାଲି ପଡ଼ିଛି । ସେହିପରି ଚଢ଼ାଉ ପାଇଁ ବିଭାଗ ପାଖରେ ରହିଛି ମାତ୍ର ୫ଟି ଚାରିଚକିଆ ଯାନ। ଫଳରେ ଚୋରା ମଦ ବେପାରୀଙ୍କୁ ଧରିବାରେ ଅସୁବିଧା ହେଉଛି। ବିହାରୀ ଲୋକମାନେ ପଶ୍ଚିମବଙ୍ଗରୁ ଚୋରାରେ ମଦ ତିଆରି ପାଇଁ ସ୍ପିରିଟ ଆଣି ସ୍ଥାନୀୟ ଯୁବକଙ୍କୁ ଯୋଗାଇବା ସହିତ ନାମୀଦାମୀ ବ୍ରାଣ୍ଡର ବିଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ ଯୋଗାଉଛନ୍ତି ବୋଲି ବାରିପଦାର ଶାନ୍ତନୁ ପାଲ କହିଛନ୍ତି। ସେହିପରି ମଦ ଦୋକାନ ଲିଜ୍‌ ନେଇଥିବା ବ୍ୟକ୍ତିମାନେ ଅଣ ଓଡ଼ିଆ ଲୋକଙ୍କୁ ଦାୟିତ୍ୱ ଦେବାରୁ ନକଲି କାରବାର ବଢ଼ୁଛି। ଫଳରେ ସରକାରଙ୍କର ରାଜସ୍ବହାନୀ ହେବା ସହିତ ନକଲି ମଦ ସେବନ କରି ବହୁ ପରିବାର ସର୍ବସ୍ବାନ୍ତ ହେଉଥିତ୍ବା ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଅବକାରୀ ଅଧ୍ୟୀକ୍ଷକ ଅଶୋକ କୁମାର ସେଟ୍‌ଙ୍କୁ ପଚାରିବାରୁ ଚେରାବେପାରୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଖାଲି ଥିବା ପଦବୀ ପୂରଣ ସହିତ ଅଧିକ ଚାରି ଚକିଆ ଯାନ ଯୋଗାଇ ଦିଆଗଲେ ଚୋରା କାରବାର ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri