ଖୋର୍ଦ୍ଧାରେ ବଢୁଛି ମାଦକ ଦ୍ରବ୍ୟ କାରବାର

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧାରେ ବ୍ରାଉନସୁଗାର ପରେ ମାଦକଦ୍ରବ୍ୟ କାରବାର କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଏକ ରାକେଟ କାର୍ଯ୍ୟ କରୁଛି। ନାମୀଦାମୀ ବିଦେଶୀ କମ୍ପାନୀ ନାଁରେ ନକଲିି ମଦ ବଜାରରେ ବିକ୍ରି ହେଉଛି। ଏହାର ଚେର ଗଞ୍ଜାମରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଦୀର୍ଘଦିନ ଧରି ଏହି କାରବାର ଚାଲିଛି। ଏଠାରୁ ଗ୍ରାମାଞ୍ଚଳକୁ ଚାଲାଣ ହେଉଛି।
ଖୋର୍ଦ୍ଧା ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ନକଲି ମଦ କାରବାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ବିଶେଷ ସୂତ୍ରରୁ ଖବରପାଇ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ବୁଧବାର ରାତିରେ ସାଦା ପୋଷାକରେ ଗ୍ରାହକ ସାଜି ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଏକ ଗ୍ରୋସେରି ଦୋକାନରେ ପହଞ୍ଚିଥିଲେ। ଏହା ପରେ ବିଭିନ୍ନ କମ୍ପାନୀର ମଦ ମାଗିଥିଲେ। ଦୋକାନୀ ଗଣେଶ ସାହୁ ସେମାନଙ୍କୁ ମଦ ଦେବା ପରେ ଏହି ଟିମ୍‌ ତାଙ୍କୁ କାବୁ କରିନେଇଥିଲା। ଏହା ପରେ ଅବକାରୀ ପୋଲିସ ଗଣେଶଙ୍କୁୁ ଗିରଫ କରିଥିଲା। ତାଙ୍କ ନିକଟରୁ ୨୫ପେଟି ଦାମୀ କମ୍ପାନୀର ନକଲି ମଦ ଜବତ ହୋଇଛିି। ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ତେବେ ଖୋର୍ଦ୍ଧା ଅବକାରୀ ଏବଂ ପୋଲିସ ଅଞ୍ଚଳରେ ଏହି କାରବାର ଚାଲିଥିବା ବେଳେ ପୋଲିସ ପାଖରେ କିପରି କୌଣସି ଖବରନାହିଁ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୁକ୍ତ ଗଣେଶ ଦୀର୍ଘଦିନ ହେବ ଗ୍ରୋସେରି ଦୋକାନ ଆଳରେ ପଛପଟେ ଏହି କାରବାର ଚଳାଇ ଆସୁଥିଲେ। ଏହି କାରବାରରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, କେଉଁଠୁ ଏହି ନକଲିି ମଦ ଆସୁଛି, ଏହି ରାକେଟ ପଛର ମାଷ୍ଟର ମାଇଣ୍ଡକୁ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଖୋଜୁଥିବା ଜଣାପଡିଛି। ଏହି ଚଢ଼ାଉରେ ଆଇଆଇସି ସରୋଜ କୁମାର ପରିଡା, ଉମାକାନ୍ତ ସ୍ବାଇଁ, ଏସ୍‌ଆଇ ସଚିନ ବେହେରା, ଏଏସ୍‌ଆଇ ସାକିର ଉଲ୍ଲା, ନଟବର ମଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲ ମହନ୍ତ, କନଷ୍ଟେବଳ ଦିଲୀପ ନନ୍ଦ, ଅଜୟ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ଅନ୍ତର୍ଯ୍ୟାମୀ ମଲ୍ଲିକ, ଦିଲ୍‌ଜିତ ଦାସ, ରୋଜାଲିନ ପଟ୍ଟନାୟକ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri