ମହାକାଳପଡ଼ାରେ ବୃଦ୍ଧିପାଉଛି ନିଶା କାରବାର

ମହାକାଳପଡ଼ା,୧୭ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ ଯୁବ ପିଢ଼ି ନିଶା ଦ୍ରବ୍ୟ ସେବନ କରି (ଯକୃତ ସଂକ୍ରମିତ ହେଉ ବା ରାସ୍ତା ଦୁର୍ଘଟଣା) ଅକାଳରେ ଜୀବନ ଯାଉଥିବା ନଜିର ରହିଛି। ବିଶେଷକରି ଏହି ଅଞ୍ଚଳରେ ରନ୍ଧା ଦେଶୀମଦ ବହୁଳ ପରିମାଣରେ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, କେତେଜଣ ଦେଶୀ ମଦ ବ୍ୟବସାୟୀ ଅତି ଚତୁରତାର ସହ ଗୋପନ ଭାବେ ଦେଶୀ ରନ୍ଧାମଦ (ଜଳା)କୁ ୨୦୦ ଶହ ଗ୍ରାମ ପଲିଥିନ ପ୍ୟାକେଟ ପ୍ରସ୍ତୁତ କରିବା ସହ ପେଟିରେ ପ୍ୟାକିଂ କରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଆଉ କେତେଜଣ ନିଶା ବ୍ୟବସାୟୀ ବଡ଼ ବଡ଼ ପ୍ଲାଷ୍ଟିକ ଜାରରେ ଦେଶୀ ମଦକୁ ଭର୍ତ୍ତି କରି ମାଟିରେ ପୋତି ରଖିଥାନ୍ତି। ସମୟ ସୁବିଧା ଦେଖି ବିଳମ୍ବିତ ରାତିରେ ପିକ୍‌ଅପ ଭ୍ୟାନ ଯୋଗେ ଯାଜପୁରର ଡୁବୁରି, ପାରାଦୀପ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲାର ନିଶା ବ୍ୟବସାୟୀଙ୍କୁ ଭଲ ଦରରେ ବିକ୍ରି କରିଥାନ୍ତି। ଆଉ କେତେଜଣ ନିଶା ବ୍ୟବସାୟୀ ହାଣ୍ଡିଆ ପ୍ରସ୍ତୁତ କରି ଘରେ ଘରେ ବିକ୍ରୟ କରିଥାନ୍ତି। ତେବେ ଏହି ହାଣ୍ଡିଆକୁ ପ୍ରସ୍ତୁତ କରିବା ପାଇଁ ଘରୋଇ ବାଡ଼ି ବଗିଚାରେ କଞ୍ଚାମାଲ ମିଳିଥାଏ। ଏହି କଞ୍ଚାମାଲ ମଧ୍ୟରେ ଏକ ଔଷଧୀୟ ବୃକ୍ଷ ପତ୍ର ରସ ସହିତ ପାତାଳଗରୁଡ଼ ଚେର ଶୁଖାଇ ଚୂର୍ଣ୍ଣ କରି ଅରୁଆ ଚାଉଳ ଗୁଣ୍ଡରେ ମିଶାଇ ୪ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ। ପରେ ବାଖର ପ୍ରସ୍ତୁତ ହୁଏ। ଏହାକୁ ଭାତରେ ମିଶାଇ ଏକ ନିବୁଜ ହାଣ୍ଡିରେ ରଖି ୨ ଦିନ ପର୍ଯ୍ୟନ୍ତ ଶଢ଼ା ଯାଏ। ପରେ ଏଥିରୁ ହାଣ୍ଡିଆ ପ୍ରସ୍ତୁତ କରାଯାଏ। ଏହାକୁ ପିଇଲେ ଭଲ ନିଶା ହୋଇଥାଏ। ଫଳରେ ଯୁବପିଢ଼ି ସହ ମହିଳାପୁରୁଷମାନେ ନିଶା ସେବନ କରୁଛନ୍ତି।
ଅପରପକ୍ଷରେ ଏହି ଅଞ୍ଚଳରେ ଅନେକ ଯୁବପିଢ଼ି ଦେଶୀ, ବିଦେଶୀ ନିଶାଦ୍ରବ୍ୟ ପାନକରି ଗାଡ଼ି ଚଲାଉଥିବାରୁ ରାସ୍ତା ଦୁର୍ଘଟଣାରେ ଅକାଳରେ ଜୀବନ ଯାଉଛି। ବିଶେଷକରି ବତିଘର, ଜମ୍ବୁ, ରାମନଗର, ଖରିନାସୀ, ପେଟଛେଲା, ବଉଳକଣି, ସୁନିତି, ନାଞ୍ଜୁରା ଆଦି ଅଞ୍ଚଳରେ ଦେଶୀ, ବିଦେଶୀ ନିଶାଦ୍ରବ୍ୟ ପ୍ରସ୍ତୁତ ଓ କାରବାର ଅଧିକ ରହିଛି। ଅପରପକ୍ଷରେ ଏହି ଅଞ୍ଚଳର କେତେଜଣ ବିଦେଶୀ ମଦ ବ୍ୟବସାୟୀ ବିଭିନ୍ନ ସ୍ଥାନକୁ ଯୁବକମାନଙ୍କ ସହାୟତାରେ ପେଟି ପେଟି ମଦ ନେଇ ଦୋକାନ ବଜାରରେ ପହଞ୍ଚାଉଛନ୍ତି। ଏଥିପ୍ରତି ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri